ଦୁଇ ଝିଅକୁ ହେଲା ପରସ୍ପର ସହିତ ପ୍ରେମ, ବିବାହ କରିବା ଜିଦରେ ପହଞ୍ଚିଗଲେ ଥାନାରେ,ଆଉ ତା ପରେ ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଯଦିଓ କୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଆଇନଗତ କରିଛି, ତଥାପି ସମାଜ ଏଭଳି ସମ୍ପର୍କକୁ ଗ୍ରହଣ କରିବା ଆରମ୍ଭ କରିନାହିଁ | ଏହି ସମ୍ପର୍କରେ ରହୁଥିବା ଲୋକମାନଙ୍କୁ, ସେ ପୁଅ ହେଉ କିମ୍ବା ଝିଅ, ସେମାନଙ୍କୁ ବାଟ ବଣା ହୋଇଥିବା ବୋଲି ବିବେଚନା କରାଯାଏ | ପରିବାର ଲୋକମାନେ ସେମାନଙ୍କୁ ବାଧ୍ୟ କରିବା ଆରମ୍ଭ କରନ୍ତି । ପରିବାରର ଅପବାଦର ଡର ମଧ୍ୟ ରହିଥାଏ ।

ଏଭଳି ଏକ ମାମଲା ବିହାରରୁ ସାମ୍ନାକୁ ଆସିଛି । ଏଠାରେ ପାଟଲିପୁତ୍ରରେ ଦୁଇଜଣ ଝିଅଙ୍କର ବନ୍ଧୁତା ହୋଇଗଲା । ତା’ପରେ ଦୁହେଁ ପ୍ରେମରେ ପଡ଼ିଗଲେ | ଦୁହେଁ ଏକାଠି ବଞ୍ଚିବା ଏବଂ ମରିବା ପାଇଁ ଶପଥ ନେବା ସହିତ ସମଲିଙ୍ଗୀ ସମ୍ପର୍କରେ ରହିବାକୁ ଲାଗିଲେ । ନିକଟରେ ଦୁହେଁ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ତାପରେ ଜାଣନ୍ତୁ ପୋଲିସ ଉଭୟଙ୍କ ସହିତ ପ୍ରକୃତରେ କ’ଣ କଲା ।

କମନ୍ ସାଙ୍ଗମାନଙ୍କ ମାଧ୍ୟମରେ ହୋଇଥିଲା ଦେଖା :-

ପାଟଲିପୁତ୍ରର ଏହି ମାମଲା ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ 19 ବର୍ଷର ଝିଅ ତନୁଶ୍ରୀଙ୍କର 22 ବର୍ଷୀୟ ଶ୍ରେୟା ଘୋଷଙ୍କ ସହିତ ଦେଖା ହୋଇଥିଲା । ଦୁହେଁ ପ୍ରଥମ ଥର ପାଇଁ ସେମାନଙ୍କର କମନ ସାଙ୍ଗଙ୍କ ଘରେ ଦେଖା ହୋଇଥିଲେ | ସେଠାରେ ଦୁହେଁ କଥାବାର୍ତ୍ତା କରିଥିଲେ ଏବଂ ପରସ୍ପରର ନମ୍ବର ମଧ୍ୟ ସେୟାର କରିଥିଲେ | ତା’ପରେ ଧୀରେ ଧୀରେ ଦୁହେଁ ବହୁତ କଥାବାର୍ତ୍ତା କରିବାକୁ ଲାଗିଲେ | ଉଭୟଙ୍କ ଚିନ୍ତାଧାରା ମିଶିବାକୁ ଲାଗିଲା ।

ଏହାପରେ ବନ୍ଧୁତା ଧୀରେ ଧୀରେ ବଢ଼ିବାକୁ ଲାଗିଲା । ବର୍ତ୍ତମାନ ଦୁହେଁ ପରସ୍ପରକୁ ଭଲ ପାଉଛନ୍ତି । ଦୁହିଁଙ୍କୁ ଏକାଠି ରହିବାକୁ ଭଲ ଲାଗିବାରୁ ସେମାନେ ସମଲିଙ୍ଗି ସମ୍ପର୍କରେ ରହିବା ଆରମ୍ଭ କରିଦେଲେ । ଆରମ୍ଭରେ ତ ସେମାନଙ୍କ ପରିବାର ଲୋକେ ଏହି କଥା ଜାଣିପାରି ନଥିଲେ । ତେବେ ଧୀରେ ଧୀରେ ଘରଲୋକ ମାନେ ଧ୍ୟାନ ଦେବାକୁ ଆରମ୍ଭ କରିବାରୁ ପୁରା ମାମଲା ଜଣାପଡ଼ିଲା ।

ଘର ଲୋକେ ପିଟିବାରୁ ପଳାଇଗଲେ ଦିଲ୍ଲୀ :-

ଦୁହିଁଙ୍କ ମୁଣ୍ଡରେ ପ୍ରେମର ନିଶା ଚଢ଼ିଗଲା । ସେମାନେ ମୋବାଇଲରେ ସାରାଦିନ କଥା ହେବାକୁ ଲାଗିଥିଲେ । ତନୁଶ୍ରି ଦାନାପୂରରେ ରୁହନ୍ତି । ଶ୍ରେୟା ଘୋଷ ପାଟଲିପୁତ୍ରର ବାସିନ୍ଦା ଅଟନ୍ତି । ଦୁହିଁଙ୍କ ପରିବାର ଲୋକଙ୍କୁ ସନ୍ଦେହ ହେବାରୁ ସେମାନେ ପ୍ରଥମେ ଦୁହିଁଙ୍କୁ ବୁଝାଇଲେ । ଏହାପରେ ମଧ୍ୟ ସେମାନେ କଥା ନ ମାନିବାରୁ ସେମାନଙ୍କ ସହିତ ମାରପିଟ କଲେ ।

ଘରଲୋକେ ଦୁଇ ଝିଅଙ୍କ ମୋବାଇଲ ମଧ୍ୟ ଛଡ଼ାଇ ନେଲେ । ଏହାପରେ ମଧ୍ୟ ଦୁହେଁ ମାନି ନଥିଲେ । ସେମାନେ ପରସ୍ପର ସହିତ ମିଶୁଥିଲେ । ଚାରିଦିନ ପୁର୍ବରୁ ହିଁ ଦୁହେଁ ପରସ୍ପରକୁ ଦେଖା କରିବାକୁ ଗୋଟିଏ ମଲକୁ ଯାଇଥିଲେ । ସେବେଠାରୁ ଘରକୁ ନ ଫେରିବାରୁ ଘରେ ଚିନ୍ତା ବଢ଼ିଗଲା । ଘରଲୋକେ କେସ କରିବାରୁ ଜଣାପଡ଼ିଲା ଯେ ଦୁହେଁ ଦିଲ୍ଲୀରେ ଥିଲେ ।

ଏହି କଥାକୁ ଜିଦ୍ କରି ପହଞ୍ଚିଲେ ଥାନାରେ :-

ପୋଲିସ ଯାଞ୍ଚ କରୁଥିଲେ । ଏହି ସମୟରେ ଜଣାପଡ଼ିଲା ଯେ ସେମାନେ ଦିଲ୍ଲୀରୁ ଫେରି ଆସିଛନ୍ତି । ଏହାପରେ ଦୁହେଁ ସିଧା ପାଟଣା ଥାନାରେ ପହଁଚିଗଲେ । ସେଠାରେ ପୋଲିସ ଆଗରେ ବିବାହ ପାଇଁ ଜିଦ୍ କରିବାକୁ ଲାଗିଲେ । ସେମାନେ କହିଛନ୍ତି ଯେ ଦୁହେଁ ବାଳିକା ଅଟନ୍ତି ଏବଂ ପରସ୍ପରକୁ ଭଲ ପାଆନ୍ତି । ଏହି କାରଣରୁ ଦୁହେଁ ଏକାଠି ରହିବାକୁ ଚାହୁଁଛନ୍ତି, କିନ୍ତୁ ଏପରି ହେବାକୁ ଦିଆଯାଉନାହିଁ ।

ସେମାନେ ନିଜ ଘରଲୋକଙ୍କ ଉପରେ ମଧ୍ୟ ଆରୋପ ଲଗାଇଛନ୍ତି । ସେମାନେ କହିଛନ୍ତି ଯେ ତାଙ୍କ ଘରଲୋକ ଦୁହିଁଙ୍କୁ ଏକାଠି ଦେଖିବାକୁ ଚାହୁଁନାହାଁନ୍ତି । ପରିବାର ଲୋକ ସେମାନଙ୍କୁ ମାଡ ମାରୁଛନ୍ତି । ବିବାହ କରିବାକୁ ସେମାନେ ଜିଦ୍ କରିବାକୁ ଲାଗିଲେ । ପୋଲିସ ଦୁହିଁଙ୍କୁ ବୁଝାଇଲେ ଏବଂ ବୟାନ ଲେଖି ସେମାନଙ୍କୁ ଘରକୁ ପଠାଇ ଦେଲେ । ପୋଲିସକୁ ସେମାନେ କହିଛନ୍ତି ଯେ ପାଠ ପଢା ପୁରା ହେବାପରେ ସେମାନେ ବିବାହ କରିବେ ।

Leave A Reply

Your email address will not be published.