ବଡ ଖବର : ମାର୍କେଟକୁ ଆସିଲା ପ୍ରଦୂଷଣ ମୁକ୍ତ ହେଲମେଟ ; ଜୀବନ ବଞ୍ଚାଇବା ସହ ବାୟୁ ପ୍ରଦୂଷଣରୁ ବି କରିବ ରକ୍ଷା

0

Get real time updates directly on you device, subscribe now.

ସମାଜ ରେ ଅନେକ ଘଟଣା ଓ ଦୁର୍ଘଟଣା ଘଟୁଛି । କେତେ ବେଳେ ଟିଭି ଜରିଆରେ ହେଉ ବା ଖବର କାଗଜ ଜରିଆରେ ହେଉ ଆମେ ଜାଣିବାକୁ ପାଇଥାଉ । ମାତ୍ର ସଡ଼କ ଦୁର୍ଘଟଣା ବିଷୟ ରେ ଅଧିକ ଶୁଣିବାକୁ ମିଳି ଥାଏ । ସାମାନ୍ୟ ଅସାବଧାନତା ହେତୁ ଅନେକ ଦୁର୍ଘଟଣା ଘଟି ଥାଏ । କେତେବଳେ ବସ୍ ର ଦୁର୍ଘଟଣା ହେଉଛି ତ କେବେ ରେଳପଥ ରେ । ଏହି ଦୁର୍ଘଟଣା ପାଇଁ କେତେ ଜୀବନ ଙ୍କ ମୃତ୍ୟୁ ଘଟୁଛି । କେତେ ଜଣ ଙ୍କ କ୍ଷୟ କ୍ଷତି ମଧ୍ୟ ହେଉଛି । ରେଳପଥ ରେ ବିଭିନ୍ନ ଦୁର୍ଘଟଣା ଦେଖି ବାକୁ ମିଳିଛି । ଅନେକ ଅସାମାଜିକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଟ୍ରେନ ଭିତରେ ଧୁମ୍ର ପାନ କରି ଥାନ୍ତି । ଯାହା ଦ୍ଵାରା ଅନେକ ଦୁର୍ଘଟଣା ଦେଖା ଯାଇ ଥାଏ । ଗାଡ଼ି ଚଳାଇବା ସମୟ ରେ ମୁଣ୍ଡ ରେ ହେଲମେଟ ବ୍ୟବହାର କରି ଥାଉ । ଏହାର ବ୍ୟବହାର କେବଳ ଦୁର୍ଘଟଣା ରୁ ରକ୍ଷା ପାଇବା ପାଇଁ ନୁହେଁ ଅନେକ କାରଣ ରୁ କରିଥାଉ ।

ବାହାର ପରିବେଶ ରେ ପ୍ରଦୂଷଣ ର ହାର ଅଧିକ ରହିଛି । ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସାଂଘାତିକ ସ୍ତରରେ ପହଞ୍ଚିଥିବାବେଳେ ପ୍ରଦୂଷଣ ଭାରତର ଅନ୍ୟାନ୍ୟ ମହାନଗରରେ ମଧ୍ୟ ପରିବେଶକୁ ଖରାପ କରୁଛି । ଏହାକୁ ନଜର ରଖି ଏପରି ଏକ ହେଲମେଟ ପ୍ରସ୍ତୁତ କରା ଯାଇଛି ଯାହା ଦୁର୍ଘଟଣା ସହିତ ପ୍ରଦୂଷଣ ରୁ ମଧ୍ୟ ରକ୍ଷା କରିବ । ଏହି ହେଲମେଟ ଅଧିକ ପ୍ରଭାବଶାଳୀ ଅଟେ । ହେଲମେଟଟି ଅତ୍ୟନ୍ତ ନୂଆ ଟେକ୍ନୋଲଜିରେ ତିଆରି ହୋଇଛି ଏବଂ ୯୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଦୂଷିତ ବାୟୁକୁ ସଫା କରିବ । ଯେତେବେଳେ ଅଙ୍ଗାରକାମ୍ଲ ଅମ୍ଳଜାନ ସହିତ ମିଶ୍ରିତ ହୁଏ ଏହା ବାୟୁରେ ପ୍ରଦୁଶକ୍ ଓ ଦ୍ରବୀଭୂତ କ୍ଷତିକାରକ ରାସାୟନିକ ପଦାର୍ଥକୁ ସକ୍ରିୟ କରିଥାଏ । ଥରେ ଏହା କାର୍ବନ ଫିଲ୍ଟରରେ ପ୍ରବେଶ କଲେ ଆଉ ବାହାରକୁ ଯାଇପାରିବ ନାହିଁ । ଏହି କାର୍ବନ ଫିଲ୍ଟରଗୁଡିକ ବ୍ୟବହାର କରିବା ସହଜ ଏବଂ ଧୋଇ ହୋଇପାରେ ।

ଏହି ଏୟାର ପ୍ୟୁରିଫାୟର୍ ହେଲମେଟର ପଛ ଭାଗରେ ରହିଛି ଯେଉଁଠାରେ ବାୟୁ ସଫା ହୋଇଯାଏ ଏବଂ ଏକ ଫ୍ୟାନ୍ ମାଧ୍ୟମରେ ହେଲମେଟରେ ପହଞ୍ଚେ । ଏହା ଦୁନିଆ ରେ ଏୟାର ଫିଲ୍ଟର ସହିତ ଆସୁଥିବା ପ୍ରଥମ ହେଲମେଟ ବୋଲି କୁହାଯାଏ । ଏହାର ମୂଲ୍ୟ ୩ ହଜାର ୫୦୦ ରୁ ୫୦୦୦ ଟଙ୍କା ମଧ୍ୟରେ ରହିବ । ଆପଣ ଏହାକୁ ମାର୍କେଟରୁ ସହଜ ରେ ପାଇ ପାରିବେ । ଏହି ହେଲମେଟର ଏୟାର ଫିଲ୍ଟରକୁ ପ୍ରତି ମାସରେ ବଦଳାଇବାକୁ ପଡିବ । ଏହା ବ୍ୟତୀତ ହେଲମେଟରେ ଥିବା ଏଲଇଡି ଲାଇଟ୍ ଫ୍ୟାନ୍ ସ୍ପିଡ୍ ଏବଂ ବ୍ୟାଟେରୀ ବିଷୟରେ ମଧ୍ୟ ସୂଚନା ଦେଇଥାଏ । ଏହାକୁ କେବଳ ସିଲେକ୍ଟ ଷ୍ଟୋରଗୁଡିକରେ ବିକ୍ରି କରାଯାଉଛି । ଇ-କମର୍ସ ୱେବସାଇଟରେ ଉପଲବ୍ଧ କରିବା ନେଇ ସୂଚନା ମିଳିଛି । ଏହା ଖୁବ୍ ଶୀଘ୍ର ମାର୍କେଟ କୁ ଆସିବ ବୋଲି କୁହା ଯାଇଛି ।

Leave A Reply

Your email address will not be published.