14 ବର୍ଷୀୟ ଝିଅ ବଞ୍ଚାଇଲା ଅଢେଇ ବର୍ଷ ନିରୀହ ପିଲାର ଜୀବନ, ପୋଲିସ କଲା ସଲାମ, ସେନାରେ କରିବାକୁ ଚାହୁଁଛନ୍ତି କାମ

0

Get real time updates directly on you device, subscribe now.

ଯଦି କେହି ସତର୍କ ଅଛି ଏବଂ ସେ ବୁଦ୍ଧିର ସହିତ କାମ କରେ, ତେବେ ବଡ ବଡ ସମସ୍ତଙ୍କୁ ମଧ୍ୟ ଟାଳିପାରେ । ଏପରି କିଛି କରି ଦେଖାଇଛନ୍ତି ନୋଏଡାର 14 ବର୍ଷୀୟ ଝିଅ କସିସ । ଏହି ଝିଅଟିର ସାହାସ ଏବଂ ବୁଦ୍ଧିର କାହାଣୀକୁ ଖୁବ୍ ଚର୍ଚ୍ଚା କରାଯାଉଛି । ବର୍ତ୍ତମାନ ଏଥିପାଇଁ ପୋଲିସ ମଧ୍ୟ ତାକୁ ସମ୍ମାନିତ କରୁଛି ।

ଅଢେଇ ବର୍ଷର ଶିଶୁକୁ ବଞ୍ଚାଇଲା :-

ବାସ୍ତବରେ କସିସଙ୍କ ବୁଦ୍ଧି କାରଣରୁ ଗୋଟିଏ ଅଢେଇ ବର୍ଷୀୟ ନିରୀହ ଆୟର୍ନ ନିଖୋଜ ହେବାର 8 ଘଣ୍ଟା ପରେ ନିଜ ବାପାମାଆଙ୍କ ପୁପାଖରେ ସୁରକ୍ଷିତ ଭାବେ ପହଞ୍ଚିଗଲା । ଅଢେଇ ବର୍ଷର ଆୟର୍ନ ନିଜ ବାପା ଧର୍ମେନ୍ଦ୍ର ଏବଂ ମା କାଜଲଙ୍କ ସହିତ ନୋଏଡାର ଗିଝୋଡ ଗାଁରେ ରୁହନ୍ତି ।

ଏପ୍ରିଲ 13 ତାରିଖର ରାତି 8.30 ସମୟରେ ଆୟର୍ନ ଖେଳୁ ଖେଳୁ ଘରୁ ବାହାରକୁ ଚାଲିଗଲା ଏବଂ କିଛି ଦୂରକୁ ଚାଲିଗଲା । କିନ୍ତୁ ଆଗକୁ ଯିବାପରେ ସେ ବାଟ ବଣା ହେଇଗଲା । କେହି ଜଣେ ଏହି ଗୁଜବ ପ୍ରଚାର କରିଦେଲା ଯେ ଆୟର୍ନଙ୍କୁ ଜଣେ ମହିଳା ଉଠାଇ ନେଇଯାଇଛି । ଏହାପରେ ନିରୀହର ବାପାମାଆ ଆହୁରି ଅଧିକ ବିଚଳିତ ହେଲେ ।

ପୋଲିସକୁ ମିଳିଲା ସିସିଟିଭି ଫୁଟେଜ :-

ପୋଲିସକୁ ଗୋଟିଏ ସିସିଟିଭି ଫୁଟେଜ ମିଳିଲା, ଯେଉଁଥିରେ ତାଙ୍କୁ ପ୍ରାୟ 14 ବର୍ଷୀୟ ଗୋଟିଏ ଝିଅ ଆୟର୍ନ ସହିତ କଥା ହେଉଥିବାର ଦେଖାଯାଇଥିଲା । ସିସିଟିଭିରେ ଦେଖାଯାଉଛି ଯେ ଆୟର୍ନଙ୍କ ଆଖପାଖରେ ବହୁତ୍ ଲୋକ ଯିବା ଆସିବା କରନ୍ତି, କିନ୍ତୁ କେହି ବି ଅଟକି ଝିଅ ଆଡ଼କୁ ଯାଆନ୍ତି ନାହିଁ । କିନ୍ତୁ 14 ବର୍ଷୀୟ କସିସ ନିଜ ମା ସହିତ ସେହି ରାସ୍ତାରେ ଯାଉଥାଏ ଏବଂ ତାପରେ ଅପେକ୍ଷା କରନ୍ତି ଯେ ପ୍ରକୃତରେ ଏହି ଛୁଆଟି କୁଆଡେ ଯାଉଛି, କିନ୍ତୁ ସେ ଶୀଘ୍ର ବୁଝିଯାନ୍ତି ଯେ ପିଲାଟି ରାସ୍ତା ଭୁଲିଯାଇଛି ।

ପିଲାଟିକୁ କଶିସ ସମ୍ଭାଳିନେଲେ :-

କସିସ ତୁରନ୍ତ ପିଲାଟିକୁ ସମ୍ଭାଳିଲେ ଏବଂ ତାକୁ ନେଇ ଘରକୁ ଆସିଗଲେ । ଅଢେଇ ବର୍ଷର ଆୟର୍ନ ରାତି 8 ଟା 30 ମିନିଟରେ ଘରୁ ଗାଏବ ହୋଇଥିଲା । ରାତି ସମୟ ଦେଖି କସିସ ତାକୁ ଘରକୁ ନେଇ ଚାଲିଗଲେ । ତାପରେ ଆଖପାଖ ଅଞ୍ଚଳରେ ଲୋକମାନଙ୍କୁ ପଚାରିଲେ ଯେ କାହାର ପିଲା ହଜି ଯାଇଛି କି ।

ଯେତେବେଳେ କୌଣସି ସୂଚନା ମିଳିଲା ନାହିଁ, ସେତେବେଳେ କସିସ ପିଲାଟିକୁ ଘରକୁ ଆଣିଲେ ଏବଂ ତାର ଧ୍ୟାନ ରଖିଲେ । ପିଲାଟିକୁ କ୍ଷୀର ଏବଂ ବିସ୍କୁଟ ଖୁଆଇଲେ, ପାଣି ପିଆଇଲେ ଏବଂ ତାପରେ ତାକୁ ଆରାମରେ ଶୁଆଇ ଦେଲେ । ବର୍ତ୍ତମାନ କସିସଙ୍କ ଏହି ଚମତ୍କାର କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଯେତେବେଳେ ତାଙ୍କୁ ପଚରାଗଲା ଯେ କୌଣସି ଅଜଣା ପିଲାକୁ ଘରକୁ ଆଣିବାପାଇଁ ତାଙ୍କୁ ଡର ଲାଗିଲାନି କି, ସେତେବେଳେ ସେ କହିଥିଲେ ମୁଁ କୌଣସି ଭୁଲ କାମ କରୁନଥିଲି, ତେବେ ଡରିବି କଣ୍ ପାଇଁ ।

ସେନାରେ ଯିବାକୁ ଚାହୁଁଛନ୍ତି କସିସ :-

କସିସଙ୍କ ମା କହିଛନ୍ତି ଯେ କସିସ ଏହା ପୂର୍ବରୁ ଗୋଟିଏ ପ୍ରାଇଭେଟ୍ ସ୍କୁଲରେ ପଢୁଥିଲେ, କିନ୍ତୁ କୋଭିଡରେ ସ୍କୁଲ ବନ୍ଦ ହୋଇଗଲା ଏବଂ ପୁଣିଥରେ ସ୍କୁଲ ଖୋଲିବା ପରେ 12 ହଜାର ଟଙ୍କା ଫିସ ମାଗିଲେ । ଏତେ ପଇସା ତାଙ୍କ ବାପାମା ଙ୍କ ପାଖେ ନଥିଲା, ଯାହା ପରେ ସେମାନେ କସିସଙ୍କ ଆଡ଼ମିଶନ ସରକାରୀ ସ୍କୁଲରେ କରିଦେଲେ ।

ତେବେ ବର୍ତ୍ତମାନ କସିସଙ୍କ ସାହାସକୁ ଦେଖି ନୋଏଡା ପୋଲିସ ଖୁସି ହୋଇ ତାଙ୍କର ପାଠପଢ଼ା ର ଦାୟିତ୍ଵ ନେଇଛନ୍ତି । ଏସିପି ରଜନିସ ବର୍ମା କହିଛନ୍ତି ଯେ ପିଲାଟିର ଭଲ ପାଠପଢ଼ା ପାଇଁ ବ୍ୟବସ୍ଥା କରାଯିବ । ଏହାସହିତ କସିସଙ୍କ ବାପାଙ୍କୁ ମଧ୍ୟ ଆର୍ଥିକ ସାହାଯ୍ୟ କରାଯିବ ।

Leave A Reply

Your email address will not be published.