ହରିୟାଣାରେ ଟ୍ରେନରେ ସ୍ତ୍ରୀକୁ ବସାଇ ଫେରାର ହେଲା ସ୍ବାମୀ, ବିହାର ପହଞ୍ଚିବା ମାତ୍ରେ ଫୋନରେ ମିଳିଲା ତିନ ତଲାକ, ଆଉ ତାପରେ..

0

Get real time updates directly on you device, subscribe now.

ଭାରତରେ ତିନ ତଲାକ ବିରୋଧରେ ଆଇନ ତିଆରି ହୋଇଯାଇଛି ଏବଂ ସରକାର ଏହାକୁ ନେଇ ବହୁତ୍ କଠୋର ଅଛନ୍ତି । କିନ୍ତୁ ତାପରେ ମଧ୍ୟ କିଛି ଲୋକ ତିନ ତଲାକକୁ ବ୍ୟବହାର କରି ନିଜ ସ୍ତ୍ରୀ ଉପରେ ଅତ୍ୟାଚାର କରୁଛନ୍ତି । ଏପରି ଗୋଟିଏ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ବିବାହର ଏକ ମାସ ପରେ ହିଁ ଶାଶୂଘର ଲୋକେ ବୋହୂକୁ ଏକ ଲକ୍ଷ ଟଙ୍କା ଯୌତୁକ ପାଇଁ ନିର୍ଯାତନା ଦେବା ଆରମ୍ଭ କରିଦେଲେ ।

ପଇସା ଦେବାକୁ ମନା କରିବାରୁ ବୋହୂକୁ ବହୁତ୍ ମାରପିଟ କଲେ । ତାପରେ ଦିନେ ସ୍ତ୍ରୀକୁ ଟ୍ରେନରେ ବସାଇ ସ୍ବାମୀ ଫେରାର ହୋଇଗଲା । ଏହାର ପାଞ୍ଚ ମାସ ପରେ ଯୌତୁକ ଲୋଭୀ ସ୍ବାମୀ ମୋବାଇଲରେ କଲ୍ କରି ତିନ ତଲାକ୍ ଦେଇଦେଲା ଅର୍ଥାତ୍ ଛାଡ଼ପତ୍ର ଦେଇଦେଲେ । ମହିଳା ଥାନାରୁ ନେଇ ଏସପି ପର୍ଯ୍ୟନ୍ତ ଚକ୍କର କାଟିବା ସତ୍ତ୍ବେ ମଧ୍ୟ ପ୍ରାଥମିକ ଅଭିଯୋଗ ପଞ୍ଜିକରଣ ହୋଇପାରିଲା ନାହିଁ ।

ଜୁନରେ ବିବାହ, ଡ଼ିସେମ୍ବରରେ ଛାଡ଼ପତ୍ର :-

ବିହାରରେ ନବାଦାର ବାସିନ୍ଦା ନୌଶାଦ ଆଲାମଙ୍କ ଝିଅ ସବା ପରବିନ କହିଛନ୍ତି ଯେ ତାଙ୍କ ବିବାହ ଜୁନ 1 ତାରିଖ 2021 ରେ ହରିୟାଣାର ନୁହ ଜିଲ୍ଲାର ସଦର ଥାନା ଅଂଚଳର ମାଲବ୍ ଗାଁ ବାସିନ୍ଦା ଲଲ୍ଲୁ ଖାଁଙ୍କ ପୁଅ ମୋ. ଆରିଫଙ୍କ ସହିତ ହୋଇଥିଲା । ସେତେବେଳେ ଚାରି ଲକ୍ଷ ଟଙ୍କା, ଗହଣା, ଘରୋଇ ଜିନିଷ ଇତ୍ୟାଦି ଦିଆଯାଇଥିଲା । ଜୁନ 4 ତାରିଖରେ ବିଦାୟ ନେଇ ଶାଶୁଘରେ ପହଞ୍ଚି ଥିଲେ । ଏହାର କିଛି ଦିନ ପରେ ଅନେକ ପ୍ରକାରର ଦୋଷ ଦେଇ ଆଉ ଏକ ଲକ୍ଷ ଟଙ୍କା ଯୌତୁକ ଭାବରେ ଡିମାଣ୍ଡ କରିବାକୁ ଲାଗିଲେ । ପଇସା ନ ଦେବାରୁ ଶାଶୂଘର ଲୋକେ ଶାରୀରିକ ଏବଂ ମାନସିକ ଭାବରେ ନିର୍ଯାତନା ଦେଲେ ।

ବିବାହର ଏକ ମାସ ପରେ ସ୍ବାମୀ ହାବଡା ମେଲ୍ ଟ୍ରେନରେ ବସାଇଦେଲେ ଏବଂ ସେଠାରୁ ଗାଏବ ହୋଇଗଲା । ତାପରେ ବାପଘର ଲୋକଙ୍କ ସହିତ ଯୋଗାଯୋଗ କରି ପକରିରାମ୍ବା ପହଞ୍ଚିଲେ । ଏହାପରେ ଶାଶୂଘର ଲୋକଙ୍କ ସହିତ ଅନେକଥର କଥାବାର୍ତ୍ତା ହେବାକୁ ଚେଷ୍ଟା କରାଗଲା, କିନ୍ତୁ ସେମାନେ ତାଙ୍କୁ ଶାଶୂଘରକୁ ନେବାକୁ ରାଜି ହେଲେନାହିଁ । ଡିସେମ୍ବର ମାସରେ ସ୍ବାମୀ ମୋବାଇଲ ଫୋନରେ ତିନ ତଲାକ୍ ଅର୍ଥାତ୍ ଛାଡ଼ପତ୍ର ଦେଇ ଜୀବନ ବର୍ବାଦ୍ କରିଦେଲା ।

ପୂର୍ବରୁ ମଧ୍ୟ ବିବାହ କରିଥିଲା ଆରିଫ :-

ସବା କହିଛନ୍ତି ଯେ ସ୍ବାମୀ ଆରିଫ୍ ପୂର୍ବରୁ ଆଉ ଥରେ ବିବାହ କରିଥିଲେ, ଯେଉଁ ବିଷୟରେ ମୁଁ ଶାଶୂଘର ଯିବାପରେ ଜାଣିଲି । ସେ ନିଜର ପ୍ରଥମ ସ୍ତ୍ରୀ ଏବଂ ପିଲାଙ୍କୁ ଛାଡି ଦେଇଥିଲା । ମତେ ନିର୍ଯାତନା ଦେଇ କହୁଥିଲା ଯେ ଯେମିତି ପ୍ରଥମ ସ୍ତ୍ରୀକୁ ଛାଡି ଦେଇଛି, ସେମିତି ତୋ ଜୀବନ ମଧ୍ୟ ବର୍ବାଦ କରିଦେବି । ଏହି ମାମଲାରେ ଆମେ ମହିଳା ଥାନା ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କଲୁ, କିନ୍ତୁ ସେମାନେ ଫୋନ୍ ଉଠାଇବା ମଧ୍ୟ ଉଚିତ୍ ବୋଲି ଭାବିଲେନାହିଁ ।

Leave A Reply

Your email address will not be published.