Business Idea : ଆଜି ହିଁ ଆରମ୍ଭ କରନ୍ତୁ ‘କଳା ସୁନା’ର ସୁପରହିଟ ବିଜନେସ, ଶୀଘ୍ର ହୋଇଯିବେ କୋଟିପତି,ଜାଣନ୍ତୁ ଏହି ବିଜନେସ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ସୁପରହିଟ ବିଜନେସ ଆଇଡିଆ :-

ଯଦି ଆପଣ ଜବରଦସ୍ତ ଲାଭ ଥିବା ବିଜନେସ କରିବାକୁ ଚାହୁଁଛନ୍ତି, ତେବେ ମୂର୍ରା ମଇଁଷି ପାଳନର ବିଜନେସ ଆରମ୍ଭ କରିପାରିବେ । ମଇଁଷିମାନଙ୍କ ପ୍ରଜାତିରେ ମୂର୍ରା ପ୍ରଜାତି ସବୁଠାରୁ ଭଲ ଅଟେ । ଏହାର ଡିମାଣ୍ଡ ମଧ୍ୟ ବହୁତ୍ ଅଟେ । ବାସ୍ତବରେ ମଇଁଷିମାନଙ୍କ ମଧ୍ୟରେ ଏହି ପ୍ରଜାତି ସବୁଠାରୁ ଭଲ ଏବଂ ଅନ୍ୟ ପ୍ରଜାତି ତୁଳନାରେ ଏହି ମଇଁଷି କ୍ଷୀର ମଧ୍ୟ ଅଧିକ ଦିଅନ୍ତି । ତେଣୁ ଏହାକୁ ‘କଳା ସୁନା’ ମଧ୍ୟ କୁହାଯାଏ ।

କେମିତି ଏହି ମଇଁଷିକୁ ଚିହ୍ନିବେ :-

ମୁର୍ରା ମଇଁଷିକୁ ଆପଣ ଦୂରରୁ ମଧ୍ୟ ଚିହ୍ନି ପାରିବେ । ଏହି ପ୍ରଜାତିର ରଙ୍ଗ ଗଭୀର କଳା ହୋଇଥାଏ ଏବଂ ମୁଣ୍ଡର ସାଇଜ ବହୁତ୍ ଛୋଟ ହୋଇଥାଏ । କିନ୍ତୁ ଏମାନଙ୍କର ବାକି ଶରୀର ବହୁତ୍ ହୃଷ୍ଟପୁଷ୍ଟ ହୋଇଥାଏ । ଏମାନଙ୍କ ଶିଙ୍ଗ ବଙ୍କା ଆକୃତିର ଅଟେ ଏବଂ ଏମାନଙ୍କର ଲାଞ୍ଜ ମଧ୍ୟ ଅନ୍ୟ ମଇଁଷିଙ୍କ ତୁଳନାରେ ଅଧିକ ଲମ୍ବା ହୋଇଥାଏ । ଏପରି ମଇଁଷି ଅଧିକାଂଶ ହରିୟାଣା, ପଞ୍ଜାବ ଭଳି ଅଞ୍ଚଳରେ ପାଳନ କରାଯାଏ । କେବଳ ଏତିକି ନୁହେଁ ଏମାନଙ୍କର ବ୍ୟବହାର ଇଟାଲୀ, ବୁଲଗାରିଆ, ମିସ୍ନ ଦୁଗ୍ଧ ପ୍ରକଳ୍ପରେ ମଧ୍ୟ କରାଯାଏ ।

କିପରି ଏବଂ କେତେ ହେବ ରୋଜଗାର :-

ଆପଣ ମୁର୍ରା ମଇଁଷି ପାଳନ କରି ବହୁତ୍ ରୋଜଗାର କରିପାରିବେ । ଏହା ମାଧ୍ୟମରେ ଆପଣ କ୍ଷୀର ସହିତ ଜଡ଼ିତ ବିଜନେସର ପ୍ରଡକ୍ସନ ମଧ୍ୟ ଆରମ୍ଭ କରିପାରିବେ । କାରଣ ଏହି ମଇଁଷି ଅନ୍ୟ ପ୍ରଜାତିର ମଇଁଷି ତୁଳନାରେ ଅଧିକ କ୍ଷୀର ଦେଇଥାନ୍ତି, ତେଣୁ ଏଥିରେ ଲାଭ ମଧ୍ୟ ଅଧିକ ହୋଇଥାଏ । ଆପଣଙ୍କୁ କହିରଖୁଛୁ ଯେ ମୁର୍ରା ପ୍ରଜାତିର ଗୋଟିଏ ମଇଁଷି ଦିନକୁ 20 ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇପାରେ । କିନ୍ତୁ ଯଦି ଆପଣ ଏମାନଙ୍କ ଉପରେ ଅଧିକ ପରିଶ୍ରମ କରିବେ, ତେବେ ଏହା 30-35 ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇପାରନ୍ତି ।

ଲକ୍ଷ ଲକ୍ଷ ଟଙ୍କା ଅଟେ ଏମାନଙ୍କର ଦାମ୍ :-

କ୍ଷୀର ବିକ୍ରୀ କରିବା ଏବଂ ଡେୟରି ପ୍ରଡକ୍ଟ ବ୍ୟତୀତ ଆପଣ ଏହି ମଇଁଷି ମାନଙ୍କୁ ବିକ୍ରି କରି ମଧ୍ୟ ଭଲ ରୋଜଗାର କରିପାରିବେ । ହୃଷ୍ଟପୃଷ୍ଟ ଏବଂ ବହୁତ୍ ଲମ୍ବା ସହିତ ଉଚ୍ଚା ହୋଇଥିବା କାରଣରୁ ବଜାରରେ ପଶୁପାଳକଙ୍କୁ ଏଥିରୁ ଭଲ ଦାମ୍ ମିଳିଯାଏ । ଏହି ପ୍ରଜାତିର ମଇଁଷି ମାନଙ୍କ ଦାମ 4-5 ଲକ୍ଷ ଟଙ୍କାରୁ ନେଇ 50 ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ । ସାଧାରଣ ପ୍ରଜାତିର ମଇଁଷି ତୁଳନାରେ ଏହି ପ୍ରଜାତିର ମଇଁଷିଙ୍କ ମୂଲ୍ୟ ଦୁଇଗୁଣା ହୋଇଥାଏ ।

Leave A Reply

Your email address will not be published.