ବିବାହର ଖର୍ଚ୍ଚ ପାଇବା ପାଇଁ ବାପା-ଝିଅ କାଠଗଡ଼ାରେ, ହାଇକୋର୍ଟରେ ଦାବି ହେଲା ପିଟିସନ

0

Get real time updates directly on you device, subscribe now.

ଛତିଶଗଡ଼ର ହାଇକୋର୍ଟରେ ଏକ ଅଜବ ପ୍ରକାର ପିଟିସନ ଫାଇଲ୍ ହୋଇଛି। ଜଣେ ୩୫ ବର୍ଷୀୟା ମହିଳା ତାଙ୍କର ବାପାଙ୍କ ପେନସନ ଟଙ୍କାର କିଛି ଅଂଶ ମାଗିଛନ୍ତି। ମହିଳା ଜଣକ ନିଜ ବାପାଙ୍କର ସମ୍ପିତ୍ତିରେ ଭାଗ ନୁହଁ ବରଂ ବିବାହର ଖର୍ଚ୍ଚ ମାଗିଛନ୍ତି। ପିଟିସନ ଫାଇଲ କରିଥିବା ମହିଳା ଜଣକ ବର୍ତ୍ତମାନ ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି। ସେ ୨୨ ଫେବୃଆରୀ ୨୦୧୬ ମସିହାରେ ଫ୍ୟାମିଲି କୋର୍ଟରେ ଏହି ସଂକ୍ରାନ୍ତୀୟ ଏକ ପିଟିସନ ଦାୟର କରିଥିଲେ। ଯାହାକୁ ସେତେବେଳେ କୋର୍ଟ ସମ୍ପୂର୍ଣ ରୂପରେ ଖାରଜ କରିଦେଇଥିଲେ। ବର୍ତ୍ତମାନ ହାଇକୋର୍ଟ ୨୧ ମାର୍ଚ୍ଚ ୨୦୨୨ ତାରିଖରେ ଏହି ମାମଲାକୁ ଗ୍ରହଣ କରିବା ସହିତ ଆଗାମୀ ଶୁଣାଣି ପାଇଁ ହାଇକୋର୍ଟର ଫ୍ୟାମିଲ କୋର୍ଟକୁ ପଠାଇଛନ୍ତି।

ହାଇକୋର୍ଟଙ୍କ କହିବା ଅନୁସାରେ, ଅବିବାହିତ ଝିଅ ହିନ୍ଦୁ ଆଡପସନ୍ ଆଣ୍ଡ ମେଣ୍ଟେନାନ୍ସ ଆକ୍ଟ ଅନୁସାରେ ନିଜ ମାଆ ବାପାଙ୍କ ଠାରୁ ନିଜ ବିବାହ ପାଇଁ ହେବାକୁ ଥିବା ସମସ୍ତ ଖର୍ଚ୍ଚ ପାଇଁ ଦାବି କରିପାରିବେ। କୋର୍ଟରେ ଦାଖଲ ହୋଇଥିବା ଏହି ମାମଲାଟି ଛତିଶଗଡ଼ ରାଜ୍ୟର ଭିଲାଇ ଜିଲ୍ଲାର ଅଟେ। ୩୫ ବର୍ଷୀୟା ରାଜେଶ୍ୱରୀ ବର୍ତ୍ତମାନ ଅବିବାହିତ ଅଛନ୍ତି। ସେ ନିଜର ବାପାଙ୍କର ପେନସନ ଟଙ୍କାରେ ନିଜ ବିବାହର ଖର୍ଚ୍ଚ ଦାବି କରିଛନ୍ତ। ଏଥିପାଇଁ ସେ ୨୦ ଲକ୍ଷ ଟଙ୍କା ମାଗିଛନ୍ତି।

ତାଙ୍କ ବାପା ଭାନୁରାମ, ଭିଲାଇସ୍ଥିତ ଥିବା ଷ୍ଟିଲ୍ ପ୍ଲାଣ୍ଟର ଜଣେ କର୍ମଚାରୀ ଥିଲେ। ତାଙ୍କର ଅବସର ପରେ ତାଙ୍କୁ କମ୍ପାନୀ ତରଫରୁ ୭୫ ଲକ୍ଷ ଟଙ୍କା ମିଳିବାର ଥିଲା। ଯେଉଁଥିରୁ ତାଙ୍କର ଝିଅ ରାଜେଶ୍ୱରୀ ୨୦ ଲକ୍ଷ ଟଙ୍କାର ଭାଗିଦାରୀ ନେଇଥିବାର ସେ ଦାବି କରିଥିଲେ। ରାଜେଶ୍ୱରୀ ଫାଇଲ କରିଥିବା ଯାଚିକାରେ ଲେଖିଥିଲେଯେ ତାଙ୍କ ବାପା ଭାନୁରାମ ଅବସର ନେବାକୁ ଯାଉଛନ୍ତି। ତାଙ୍କୁ କମ୍ପାନୀରୁ ବେନିଫିଟ ପାଇଁ ୭୫ ଲକ୍ଷ ଟଙ୍କା ମିଳିସାରିଛି ଆଉ ଏବେ ୨୫ ଲକ୍ଷ ଟଙ୍କା ମିଳିବାର ବାକି ଅଛି। ଯାଚିକାରେ ସେ ଦର୍ଶାଇଥିଲେକି, ତାଙ୍କ ବାପା ଭାନୁରାମଙ୍କୁ ମିଳିବାକୁ ଥିବା ବାକି ୨୫ ଲକ୍ଷ ଟଙ୍କା ତାଙ୍କର ଝିଅଙ୍କ ନାଁରେ ଅର୍ଥାତ ରାଜେଶ୍ୱରୀ ନାଁରେ ରିଲିଜ କରିବାକୁ ଭିଲାଇ ଷ୍ଟିଲ ପ୍ଲାଣ୍ଟକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ।

୨୨ ଫେବୃଆରୀ ୨୦୧୬ ମସିହାରେ ଦୁର୍ଗ ଜିଲ୍ଲାର ଫ୍ୟାମିଲି କୋର୍ଟ, ରାଜେଶ୍ୱରୀଙ୍କ ଏହି ପିଟିସନକୁ ଖାରଜ କରିଦେଇଥିଲେ। ଏହା ପରେ ଏ ବିଷୟରେ ରାଜେଶ୍ୱରୀ ହାଇକୋର୍ଟଙ୍କର ଦ୍ୱାରସ୍ଥ ହୋଇଥିଲେ। ରାଜେଶ୍ୱରୀଙ୍କ ଓକିଲ ଏ.କେ. ତିୱାରୀ ସୂଚନା ଦେଇଛନ୍ତିକି, ୨୧ ମାର୍ଚ୍ଚ ୨୦୨୨ ମସିହାରେ ଏହି ମାମଲାରେ ହାଇକୋର୍ଟ, ଫ୍ୟାମିଲି କୋର୍ଟ ଦ୍ୱାରା ଲଗାଯାଇଥିବା ସମସ୍ତ ପ୍ରତିବନ୍ଧକକୁ ହଟାଇ ଏହାକୁ ମାନ୍ୟତା ଦେଇଛନ୍ତି। ହିନ୍ଦୁ ଆଡପସନ୍ ଆଣ୍ଡ ମେଣ୍ଟେନାନ୍ସ ଆକ୍ଟ ୧୯୫୬ର ଧାରା ୩ (ଖ) ଅନୁସାରେ, ବାପା ନିଜର ସନ୍ତାନର ଭରଣ ପୋଷଣ ପାଇଁ ହେବାକୁ ଥିବା ସମସ୍ତ ଖର୍ଚ୍ଚରେ ନିଜ ଅବିବାହିତ ଝିଅର ବିବାହ ପାଇଁ ହେବାକୁ ଥିବା ଖର୍ଚ୍ଚକୁ ମଧ୍ୟ ସାମିଲ କରିଛନ୍ତି। ଯାହାକୁ ଜଣେ ଝିଅ ୧୮ ବର୍ଷ ପରେ କେବେ ବି ନିଜ ପାଇଁ କ୍ଲେମ କରିପାରିବେ।

Leave A Reply

Your email address will not be published.