ହୋଣ୍ଡା ର ଟୁ ହ୍ବିଲର୍ସ ବାଇକକୁ ଭାରତରେ ବହୁତ ପସନ୍ଦ କରାଯାଉଛି ଓ ହୋଣ୍ଡା ସାଇନ ମଧ୍ୟ ଭାରତୀୟ ବଜାରରେ ବହୁତ ସଫଳତା ପ୍ରାପ୍ତ କରିସାରିଛି। ଏମିତିରେ ଯେଉଁ ଲୋକଙ୍କ ପାଖରେ ବଜେଟ କମ ସେମାନେ ଏହି ବାଇକକୁ କିଣିପାରିବେ କାରଣ କମ୍ପାନୀ ଏକ ଅଫର ଆଣିଛି। ମାତ୍ର 5,999 ଟଙ୍କା ଦେଇ ଏହି ବାଇକକୁ ଆପଣ ଆଣିପାରିବେ। ଆସନ୍ତୁ ଜାଣିବା ଏହାର EMI ସ୍କିମ ସମ୍ବନ୍ଧରେ ସବୁକିଛି।
ହୋଣ୍ଡା ସାଇନର ଦାମ:-
ଭାରତୀୟ ବଜାରରେ ହୋଣ୍ଡା ସାଇନ ଆପଣଙ୍କୁ ଦୁଇଟି ବ୍ରେକିଂ ଭ୍ୟାରିଏଣ୍ଟ ସହିତ ମିଳିବ। ପ୍ରଥମଟି ହୋଣ୍ଡାର ଡ୍ରମ ବ୍ରେକ ଯାହାର ଦାମ 76,314 ଓ ଦ୍ଵିତୀୟଟି ଡିସ୍କ ବ୍ରେକ ଯାହାର ଦାମ 80,314 ଟଙ୍କା ଅଟେ। ଏହାର ବେସିକ ଭ୍ୟାରିଏଣ୍ଟ ଆପଣଙ୍କୁ ଅନ ରୋଡ଼ 90,000 ପଡ଼ିଯିବ। ଏହାର ଡାଉନ ପେମେଣ୍ଟ ଆପଣ 6000 ଟଙ୍କା ଦେଇ ଆଣିପାରିବେ ଓ 3 ବର୍ଷ ପାଇଁ EMI ମାସକୁ 2,750 ଟଙ୍କା ଦେବାକୁ ହେବ।
Honda Shineର ଇଞ୍ଜିନ ଓ ଫିଚର୍ସ:-
Honda ଏହି ବାଇକରେ 124cc ର ପାୱାରଫୁଲ ଇଞ୍ଜିନ ସହିତ 10.7 ps ପାୱାର ଓ 11nm ଟର୍କ ଜେନେରେଟ କରିଥାଏ। ସେହିପରି ଏହି ଇଞ୍ଜିନରେ ହୋଣ୍ଡାର ACG ସାଇଲେଣ୍ଟ ଷ୍ଟାର୍ଟ ଅପ୍ସନ ମଧ୍ୟ ମିଳିଥାଏ। ଏଥିରେ ଆପଣଙ୍କୁ 5 ସ୍ପିଡ଼ ଗିୟର ବକ୍ସ ଅପ୍ସନ ମଧ୍ୟ ମିଳିଥାଏ।
ଏଥିରେ ଆପଣଙ୍କୁ ଦମଦାର ଫିଚର୍ସ ମଧ୍ୟ ମିଳିଥାଏ। ଏଥିରେ ଆପଣଙ୍କୁ ଷ୍ଟାଣ୍ଡ ଇଞ୍ଜିନ କଟ ଅଫ ସ୍ୱିଚ, ଆଡ଼ଜଷ୍ଟେବଲ ସସପେନ୍ସନ, ଷ୍ଟାର୍ଟ ଓ ଷ୍ଟପ ସ୍ୱିଚ ମିଳିଥାଏ। ଏହାସହ LED ହେଡଲ୍ୟାମ୍ପ ଓ ଫୁଲ ଡ଼ିଜିଟାଲ Instrument କଂସଲ ଭଳି ଆଡ଼ଭାନ୍ସ ଫିଚର୍ସ ମିଳିଥାଏ। ଏହି ବାଇକ ଆପଣଙ୍କୁ ସ୍ପିଡ଼, ଓଡ଼ମିଟର, ଫୁଏଲ ଇଣ୍ଡିକେଟର ଭଳି ସୂଚନା ପ୍ରଦାନ କରିଥାଏ।