ପିଲାମାନେ କୋଲଡ଼ ଡ୍ରିଙ୍କସ ଭାବି ପିଇଦେଲେ କୀଟନାଶକ, ମାଆ ସହ୍ୟ କରିନପାରି ପିଇଲେ ବିଷ

0

Get real time updates directly on you device, subscribe now.

ଛୋଟ ପିଲାମାନେ ବହୁତ ଚଞ୍ଚଳ ହୋଇଥାଆନ୍ତି ଏମିତିରେ ସେମାନଙ୍କର ଧ୍ୟାନ ରଖିବା ନିତାନ୍ତ ଆବଶ୍ୟକ ହୋଇଥାଏ। ନଚେତ ତାଙ୍କ ଜୀବନ ପ୍ରତି ସର୍ବଦା ବିପଦ ଭରି ରହିଥାଏ। ଏବେ ଚଣ୍ଡିଗଡ଼ର ତତଲା ଗ୍ରାମର ଏହି ଘଟଣାକୁ ହିଁ ଦେଖନ୍ତୁ। ଏଠାରେ 9 ବର୍ଷୀୟ ମନତପ୍ରୀତ କୌର ଓ 6 ବର୍ଷୀୟ ଜଗରୁପ ସିଂହ କୀଟନାଶକକୁ ଥଣ୍ଡାପାନୀୟ ଭାବି ପିଇଦେଇଛନ୍ତି। ଏହାପରେ ଯାହା ହେଲା ବହୁତ ଦୁଃଖ ଦାୟକ ଘଟଣା।

ଥଣ୍ଡା ପାନୀୟ ଭାବି କୀଟନାଶକ ପିଇଦେଲେ ପିଲାମାନେ:-

ଘଟଣାଟି 14 ତାରିଖର ଅଟେ। ଦୁଇ ଭାଇ ଭଉଣୀ ସ୍କୁଲରୁ ଘରକୁ ଆସୁଥିଲେ। ପିତା ବଗିଚା ସିଂହ କାମକୁ ଯାଇଥିଲେ। ସେହିପରି ମାଆ ଲକ୍ଷବିନ୍ଦର ମାର୍କେଟ ଯାଇଥିଲେ। ପିଲାମାନେ ଖରାରୁ ଘରକୁ ଫେରିଥିବା ଯୋଗୁଁ ତାଙ୍କୁ ବହୁତ ଶୋଷ ଲାଗୁଥିଲା। ପିଲାଙ୍କ ନଜର ଘର କୋଣରେ ଥିବା କୀଟନାଶକ ବୋତଲ ଉପରେ ପଡ଼ିଥିଲା ଓ ସେମାନେ ଏହାକୁ ଥଣ୍ଡା ପାନୀୟ ଭାବି ପିଇ ଦେଇଥିଲେ।

କିଛି ସମୟ ପରେ ମାଆ ଘରକୁ ଫେରିବାପରେ ଦେଖଲେ କି, ପିଲାମାନେ ଗମ୍ଭୀରତାର ସହିତ ତଳେ ପଡ଼ିଛନ୍ତି। ମାଆ ପିଲା ଦୁହିଁଙ୍କୁ ଅମୃତସରର ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପିଲାଙ୍କ ସ୍ୱାସ୍ଥ୍ୟରେ କିଛି ସୁଧାର ଆସିନଥିଲା ଓ ହସ୍ପିଟାଲ ମଧ୍ୟ ବଦଳାଇ ଦିଆଯାଇଥିଲା। 6 ବର୍ଷର ପିଲାଟି ଏହି ସମୟରେ ନିଜର ପ୍ରାଣ ହରାଇ ବସିଥିଲା। ସେହିପରି 9 ବର୍ଷର ଝିଅ ମନ୍ନତକୁ ଲୁଧିଆନାର ଡ଼ିଏମସି ହସ୍ପିଟାଲ ରେଫର କରି ଦିଆଯାଇଥିଲା। କିନ୍ତୁ ଅଫସୋର୍ସ କଥା ହେଲା ସେ ମଧ୍ୟ ମାର୍ଚ୍ଚ 29 ତାରିଖରେ ଦୁନିଆକୁ ବିଦାୟ ଦେଇ ଚାଲିଗଲା।

ମାଆ ଖାଇଦେଲେ ବିଷ:-

ସେପଟେ ପରିବାରର ଦୁଇଟି ପିଲାଙ୍କ ମୃତ୍ୟୁ ପରେ ମାଆ ଏହାକୁ ସହ୍ୟ କରି ପାରିନଥିଲେ ଓ ସେ ମାର୍ଚ୍ଚ 30 ତାରିଖରେ କିଛି ବିଷାକ୍ତ ପଦାର୍ଥ ଖାଇ ଦେଇଥିଲେ ଯାହାଦ୍ୱାରା ତାଙ୍କର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଛି। ଘରର ମୁଖିଆ ବଗିଚା ସିଂହ ଏଥିରେ ବହୁତ ଦୁଃଖୀ ହୋଇଯାଇଛନ୍ତି। ଦେଖିଦେଖୁ ତାଙ୍କ ପରିବାର ଆଖି ଆଗରେ ଉଜୁଡ଼ିଗଲା।

ଡ଼ିଏସପିଙ୍କ ମୁତାବିକ ଏହି ମାମଲାର ଯାଞ୍ଚ ପାଇଁ ସେ ପୋଲିସ୍ର ଏକ ଟିମ ପଠାଇଛନ୍ତି। ସେପଟେ ବଗିଚା ସିଂହଙ୍କ ପରିବାର କୌଣସି ପ୍ରକାରର ଆଇନଗତ ହସ୍ତକ୍ଷେପ ପାଇଁ ମନା କରିଦେଇଥିଲେ। ପରିବାର ଲୋକେ ବିନା ବୟାନରେ ପିଲାଙ୍କ ଅନ୍ତିମ ସଂସ୍କାର କରି ଦେଇଥିଲେ। ସେପଟେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲକ୍ଷବିନ୍ଦର ଜୀବନ ମୃତ୍ୟୁର ଖେଳ ଖେଳୁଛନ୍ତି।

Leave A Reply

Your email address will not be published.