ଶ୍ରୀଲଙ୍କାକୁ କାଙ୍ଗାଳ କରିଦେଲା ଚୀନ, ଭାରତ ଯଥାସମ୍ଭବ ସାହାର୍ଯ୍ୟ କରିବାକୁ କଲା ପ୍ରୟାସ। ଜାଣନ୍ତୁ ଚୀନ କେମିତି ଫସାଉଛି

0

Get real time updates directly on you device, subscribe now.

ଶ୍ରୀଲଙ୍କା କାଙ୍ଗାଳ ହୋଇସାରିଛି। ଲୋକଙ୍କୁ ନା ବ୍ରେଡ଼ ମିଳୁଛି ନା ପିଇବାକୁ କ୍ଷୀର ନା ଡ଼ିଜେଲ ମିଳୁଛି ନା ବିଜୁଳି। ଶ୍ରୀଲଙ୍କାରେ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଯାଇଛି। ମାରପିଟ ଓ ହିଂସାକୁ ଦେଖି ସାରା ଦେଶରେ 36 ଘଣ୍ଟାର କର୍ଫ୍ୟୁ ଲଗାଇ ଦିଆଯାଇଛି। ହିଂସା କଲେ ଲୋକଙ୍କୁ ଦେଖିବା ମାତ୍ରକେ ଗୁଳି ମାରିଦେବାର ଅର୍ଡର ଆସିଛି। ଭାରତ ସହିତ ସମ୍ପର୍କ ଛିନ୍ନ କରି ଚାଇନା ସହିତ ସମ୍ପର୍କ ଗଢ଼ିଥିଲା ଶ୍ରୀଲଙ୍କା ବର୍ତ୍ତମାନ ଏହା ଦେଖିବାକୁ ମିଳୁଛି।

ଶ୍ରୀଲଙ୍କାରେ ସବୁଠୁ ବଡ଼ ଆର୍ଥିକ ସଙ୍କଟ:-

ଶ୍ରୀଲଙ୍କା ଇତିହାସରେ ଏହା ସବୁଠାରୁ ବଡ଼ ଆର୍ଥିକ ସଙ୍କଟ ରୂପରେ ଦେଖାଯାଇଛି। ହିଂସକ ପ୍ରବୃତ୍ତିକୁ ଦେଖି ସୋମବାର ଦିନ ରାତିରୁ ସେଠାରେ ଏମରଜେନ୍ସି ଘୋଷଣା କରାଯାଇଛି। ଶ୍ରୀଲଙ୍କା କାଙ୍ଗାଳ ଅବସ୍ଥାକୁ କେମିତି ଗଲା ଏହାର ବହୁତ କାରଣ ରହିଛି କିନ୍ତୁ ବର୍ତ୍ତମାନ ସଙ୍କଟ ପଛରେ ଟ୍ୟାକ୍ସ କାଟିବା, ପର୍ଯ୍ୟଟନ ଇଣ୍ଡଷ୍ଟ୍ରି ଧରାଶାୟୀ ହେବା ବହୁତ ବଡ଼ କାରଣ ହୋଇଛି। ଶ୍ରୀଲଙ୍କା ଉପରେ ଫେବ୍ରୁଆରୀ ମାସରେ 12.54 ବିଲିୟନ ଡ଼ଲାର କରଜ ରହିଥିଲା। ଯେଉଁଥିରୁ ପାଖାପାଖି 4 ବିଲିୟନ ଡ଼ଲାର ଏହିବର୍ଷ ଭରଣ କରିବାକୁ ହେବ।

ମୁହଁ ବୁଲେଇ ଦେଲା ଚୀନ:-

ଶ୍ରୀଲଙ୍କାର ବୈଦେଶିକ କରଜରେ ଇଣ୍ଟରନାଶନାଲ ସୋବେରେନ ବଣ୍ଡ, ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ, ଚୀନ ଓ ଜାପାନର ମଧ୍ୟ ବଡ଼ ଭାଗ ରହିଛି। ଏହି ସମସ୍ୟା ମଧ୍ୟରେ ଚୀନ ମୁହଁ ବୁଲେଇ ଦେଇଛି। ଚୀନ କୌଣସି ପ୍ରକାରର ସାହାର୍ଯ୍ୟ କରିବାକୁ ମନା କରିଦେଇଛି। ସେପଟେ ବିଗତ କିଛିବର୍ଷ ଯେମିତି ଶ୍ରୀଲଙ୍କା ଭାରତ ଠାରୁ ଦୂରେଇ ଯାଇଛି ସେଇ ଭାରତ ବନ୍ଧୁତା ନିଭାଇ ସାହାର୍ଯ୍ୟ କରିଛି। ଚୀନ ର ଶ୍ରୀଲଙ୍କା ସହିତ ସମ୍ପର୍କ ସେହି ଦେଶ ମାନଙ୍କ ପାଇଁ ଶିକ୍ଷା ଅଟେ ଯେଉଁ ଦେଶ ଚୀନର କରଜ ଜାଲରେ ଫସିଛନ୍ତି ଓ ବର୍ତ୍ତମାନ ଫସିବାରେ ଲାଗିଛନ୍ତି।

ଶ୍ରୀଲଙ୍କାରେ ଏମରଜେନ୍ସି, କର୍ଫ୍ୟୁ ମଧ୍ୟ ଲାଗିଛି:-

ଆର୍ଥିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାର ଲୋକେ ହିଂସକ ପ୍ରବୃତ୍ତି ଆପଣାଇ ବିରୋଧ ପ୍ରଦର୍ଶନ କରୁଥିବାରୁ ଶୁକ୍ରବାର ଦିନ ଏମରଜେନ୍ସିର ଘୋଷଣା କରି ଦିଆଗଲା। ଡ଼ିଜେଲ ପେଟ୍ରୋଲ, ବିଜୁଳି ଓ ଖାଦ୍ୟ ପାନୀୟ ଅଭାବରୁ ଲୋକେ କ୍ରୋଧିତ ହେଉଛନ୍ତି। ରାଜପକ୍ଷେ ଦଳକୁ ସମର୍ଥନ ଦେଉଥିବା 11ଟି ଦଳ କ୍ୟାବିନେଟ ଭଙ୍ଗ କରି ଅନ୍ତରିମ ସରକାର ଗଠନ କରିବାକୁ ଦାବି କରିଛନ୍ତି। ସରକାର ବିରୋଧୀ ରାଲିର ମଧ୍ୟ ଘୋଷଣା କରାଯାଇଛି। ଏହାକୁ ଦେଖି ରାଷ୍ଟ୍ରପତିଙ୍କ ଆଦେଶରେ ଶନିବାର ସନ୍ଧ୍ୟା 6 ଘଟିକାରୁ ସୋମବାର ସକାଳ 6 ଘଟିକା ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଇ ଦିଆଯାଇଛି।

ଜରୁରୀ ଜିନିଷ ଗୁଡ଼ିକର ଅଭାବ:-

ଶ୍ରୀଲଙ୍କାରେ ମେଡ଼ିସିନ ଅଭାବ, ଖାଦ୍ୟ ପଦାର୍ଥ ତ ମହଙ୍ଗାଇରେ ରହିଛି କିନ୍ତୁ ପେଟ୍ରୋଲ ଓ ଇନ୍ଧନ ପାଇଁ ଦୁଇ କିଲୋମିଟରର ଲମ୍ବା ଲାଇନ ଲାଗିଛି। ଅସଲରେ ଜାନୁଆରୀ ମାସରେ ଦେଶର ବୈଦେଶିକ ଭଣ୍ଡାର 70 ପ୍ରତିଶତ ହ୍ରାସ ପାଇ 2.36 ଆରବ ଡ଼ଲାର ରହିଯାଇଛି। ଯେଉଁଥିରେ ଲଗାତାର ହ୍ରାସ ଦେଖିବାକୁ ମିଳୁଛି। ବିଦେଶ ମୁଦ୍ରାର ଅଭାବ ଯୋଗୁଁ ଦେଶରେ ଅଧିକତର ଜରୁରୀ ଜିନିଷ ପେଟ୍ରୋଲ ଓ ଡ଼ିଜେଲ ବିଦେଶରୁ ଆୟତ୍ତ କରାଯାଇ ପାରୁନାହିଁ। ଏବେ ଅବସ୍ଥା ଏହା ହୋଇଯାଇଛି କି, ଏକ କପ ଚା’ ର ଦାମ 100 ଟଙ୍କା ହୋଇଯାଇଛି।

ଚୀନ ଜାଲରେ ଏମିତି ଫସିଗଲା ଲଙ୍କା:-

ଶ୍ରୀଲଙ୍କା ସହିତ ଯାହାହେଲା ଏଥିରେ ସବୁ ଦେଶର ଆଖି ଖୋଲିଯିବା ଉଚିତ। ଶ୍ରୀଲଙ୍କାର କ୍ରେଡିଟ ରେଟିଂ ବହୁତ ତଳେ ରହିଛି। ଏହାଉପରେ କରଜ ଜିଡିପି 119 ପ୍ରତିଶତ ରହିଛି ଯେଉଁଥିରେ ସୋଭେରନ ବଣ୍ଡ ଭାଗ 40 ପ୍ରତିଶତ ରହିଛି। ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ପଛରେ ସବୁଠାରୁ ବଡ଼ କାରଣ ହେଉଛି ବିଗତ ଦୁଇ ଦଶକରେ ଚୀନ ର ସେଠାରେ କରାଯାଇଥିବା ନିବେଶ। ଚୀନ ଶ୍ରୀଲଙ୍କାକୁ ବହୁତ କରଜ ବାଣ୍ଟିଛି। 2021-22 ରେ କଲମ୍ବୋର ଚୀନ ସହିତ ନେଣଦେଣ 2 ବିଲିୟନ ଡ଼ଲାର ଥିଲା। ହମ୍ବନତୋଟା ପୋର୍ଟ ପୂର୍ବରୁ ହିଁ ଚୀନ କୁ 99 ବର୍ଷ ପାଇଁ ଲିଜରେ ଦିଆଯାଇଛି।

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେ ଡ଼ିସେମ୍ବର 2021 ରେ ଚୀନରୁ ସାହାର୍ଯ୍ୟ ମାଗିଥିଲେ କିନ୍ତୁ ବିଜିଂ ମୁହଁ ଫେରାଇ ନେଇଥିଲା। ଏବେ ଶ୍ରୀଲଙ୍କାର ନାଗରିକ ଚୀନ ପ୍ରୋଜେକ୍ଟ ବିରୁଦ୍ଧରେ ପ୍ରଦର୍ଶନ କରୁଛନ୍ତି। ଏହି ସମୟରେ ଶ୍ରୀଲଙ୍କା ନିଜ ପୁରୁଣା ବନ୍ଧୁ ଭାରତ ଠାରୁ ସାହାର୍ଯ୍ୟ ମାଗୁଛି।

ସଙ୍କଟରେ ଗତି କରୁଥିବା ଶ୍ରୀଲଙ୍କାର ସାହାର୍ଯ୍ୟ ପାଇଁ ଭାରତ 40 ହଜାର ଟନ ଡିଜେଲ ସିପ ଜରିଆରେ ଶ୍ରୀଲଙ୍କାକୁ ପଠାଇ ଥିବାବେଳେ ବହୁତ ଜଲଦି ଭାରତ 40 ହଜାର ଟନ ଚାଉଳ ମଧ୍ୟ ପଠାଇବାକୁ ଯାଉଛି। ଶନିବାର ସନ୍ଧ୍ୟା ସୁଦ୍ଧା ଲଙ୍କାର ସହରରେ ଏହି ତେଲ ବଣ୍ଟାଯିବ।

ଚୀନ ଜାଲରେ ଫସିଛନ୍ତି ବହୁତ ଦେଶ:-

ବିଗତ ଦୁଇ ଦଶକ ମଧ୍ୟରେ ଚୀନ ଆଫ୍ରିକାର ପ୍ରାୟ ଦେଶରେ ନିଜର ଇନ୍ଫ୍ରାଷ୍ଟ୍ରକଶ୍ଚର ବନାଇଛି। ବେଲ୍ଟ ଆଣ୍ଡ ରୋଡ଼ ଇନିସିଏଟିଭ ଜରିଆରେ ଚୀନ ଏମିତି ପ୍ରୋଜେକ୍ଟ ପାଇଁ ନାକେବଳ ଆଫ୍ରିକା ବରଂ ଏସିଆ ଓ ୟୁରୋପର କିଛି ଦେଶକୁ ବଡ଼ ଆକାରରେ କରଜ ଦେଇଛି। ଶ୍ରୀଲଙ୍କା ଉପରେ ଆରବ ଡ଼ଲାରର କରଜ ରହିଛି, ପାକିସ୍ତାନକୁ ମଧ୍ୟ ଚୀନ ନିଜର ଏହି ଜାଲରେ ପକାଇଛି। ମାଲେସିଆରେ ଚୀନ ନିଜର 22 ବିଲିୟନ ଡ଼ଲାର ଲଗାଇଛି। ଏତିକି ନୁହେଁ ୟୁରୋପର କେତେକ ଦେଶକୁ ମଧ୍ୟ ଚୀନ କରଜ ଦେଇଛି। ଚୀନ ଦେଶ ଗୁଡ଼ିକୁ କରଜ ରେ ଫସାଇ ନିଜର ଆର୍ଥିକ ଗୁଲାମ ବନାଇବା ଚକର ରେ ରହିଛି।

Leave A Reply

Your email address will not be published.