ପୁଟିନ ହରିଣ ଶିଙ୍ଗରୁ ବାହାରୁଥିବା ରକ୍ତରେ ଗାଧୋଇ ଥାନ୍ତି! ଯାତ୍ରା ସମୟରେ ନିଜ ପାଖରେ ଜଣେ କ୍ୟାନସର ବିଶେଷଜ୍ଞଙ୍କୁ ରଖନ୍ତି, ଏକ ରିପୋର୍ଟରୁ ଜଣାପଡ଼ିଲା
ଗତ ଏକ ମାସରୁ ଅଧିକ ହୋଇଯିବ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହାରି ମଧ୍ୟରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ଏକ ଅଜବ ପ୍ରକାର ଖୁଲାସା ମଧ୍ୟ ହେଉଅଛି। ଏକ ରିପୋର୍ଟରେ ଦାବି କରାଯାଇଛିକି ପୁଟିନ ହରିଣ ଶିଙ୍ଗରୁ ବାହାରୁଥିବା ରକ୍ତରେ ନିୟମିତ ସ୍ନାନ କରିଥାନ୍ତି ଏବଂ ଯାତ୍ରା କରିବା ସମୟରେ ଜଣେ କ୍ୟାନସର ବିଶେଷଜ୍ଞଙ୍କୁ ନିଜ ପାଖରେ ରଖିଥାନ୍ତି।
ଦାବି ଅନୁସାରେ, ପୁଟିନ ଉପାୟ କରି ନିଜର ଶାରୀରିକ ବଳକୁ ବଢ଼ାଇବା ପାଇଁ ପ୍ରୟାସ କରନ୍ତି। ଏହାଦ୍ୱାରା ତାଙ୍କର ଶକ୍ତି ବଢ଼ିଥାଏ। ଆଉ ସେ ଯେଉଁଠାକୁ ଯାଆନ୍ତି, ତାଙ୍କ ସହ ଜଣେ କ୍ୟାନସର ବିଶେଷଜ୍ଞ ସବୁବେଳେ ଥାଆନ୍ତି। ପୁଟିନ ଗତ କିଛିଦିନ ହେବ ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୋଇଛନ୍ତି।
ପୁଟିନ ମସ୍କୋର ସେଣ୍ଟ୍ରାଲ କ୍ଲିନିକାଲ ହସ୍ପିଟାଲ ଡାକ୍ତରଙ୍କ ସହିତ ସୋଚି ରିସୋର୍ଟ ସହରକୁ ବାରମ୍ବାର ଯାତ୍ରା କରୁଛନ୍ତି। ଏହି ଡାକ୍ତରୀ ଦଳରେ ଜଣେ କ୍ୟାନସର ବିଶେଷଜ୍ଞ ଅଛନ୍ତି, ଯାହାଙ୍କ ନାମ ହେଉଛି ଏଭ୍ଗେନୀ ସେଲିଭାନୋଭ। ସେ ୨୦୧୬ ଏବଂ ୨୦୨୦ ମଧ୍ୟରେ ପୁଟିନଙ୍କ ସହ ମୋଟ ୧୬୬ ଦିନ ବିତାଇଛନ୍ତି।
ରିପୋର୍ଟ ଅନୁଯାୟୀ, ପୁଟିନ ସ୍ୱାସ୍ଥ୍ୟଜନିତ ଏକ ଜଟିଳ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଏହି କାରଣରୁ ସେ ହରିଣ ଶିଙ୍ଗରୁ ବାହାରୁଥିବା ତରଳ ପଦାର୍ଥରେ ଅନେକ ଥର ଗାଧୋଇଥିଲେ। ଏହା ପରଠାରୁ ଏଣ୍ଟଲର ବାଥ୍ ରୁଷୀୟ ଅଭିଜାତ ବର୍ଗ ମଧ୍ୟରେ ସେ ଲୋକପ୍ରିୟ ହୋଇଗଲା। ବିଶ୍ୱାସ କରାଯାଉଛିକି, ହରିଣ ଶିଙ୍ଗର ରକ୍ତ ହୃଦ ପ୍ରଣାଳୀରେ ସୁଧାର ଆଣିବାରେ ସାହାଯ୍ୟ କରିଥାଏ ଏବଂ ତ୍ୱଚାକୁ ଜୀବନ୍ତ ମଧ୍ୟ କରିଥାଏ। କେବଳ ଏତିକି ନୁହେଁ, ଏହା ପୁରୁଷତ୍ୱ ଶକ୍ତିକୁ ବଢ଼ାଇଏ ବୋଲି ଏହି ତଥ୍ୟରେ ଦାବି କରାଯାଇଛି।