ଜୀବନରେ କେଵେ ହାର ମାନିବା ଅନୁଚିତ, ବିଶ୍ୱାସ ହେଉନାହିଁ ତ ଏହି ବେଙ୍ଗର ସାହାସକୁ ଦେଖି ନିଅନ୍ତୁ

0

Get real time updates directly on you device, subscribe now.

ସାପ ଦୁନିଆରେ ବିଷଧର ଜୀବମାନଙ୍କ ମଧ୍ୟରେ ଅନ୍ୟତମ|ସାପ ଦେଖି ପ୍ରାୟ ସମସ୍ତେ ଭୟଭୀତ ହୋଇ ଯାଆନ୍ତି|ଆପଣ ସାଧାରଣତଃ ଦେଖିଥିବେ ବେଙ୍ଗକୁ ସାପ ଗୋଟା ଗିଳିଦିଏ|ସାଧାରଣତଃ ମଣିଷକୁ ସାପ ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଏ|ଏଵେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି|ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ କହିବେ ଜୀବନରେ କେଵେ ହାର ମାନିବା ଉଚିତ୍ ନୁହେଁ|

ଭିଡିଓରେ ଦେଖାଯାଏ ଯେ ଗୋଟିଏ ଖତରନାକ କଳା ସାପ ଗେଟରେ ଚଢିଥିବା ବେଙ୍ଗର ଗୋଡ ଧରିଛି|ବେଙ୍ଗ ସାପଠାରୁ ମୁକ୍ତି ପାଇବାକୁ ଚେଷ୍ଟା କରିଥାଏ|ସାପ ବେଙ୍ଗକୁ ଗୋଟା ଗିଳିବା ଲକ୍ଷ୍ୟରେ ରହିଛି|ଆପଣ ଦେଖିପାରିବେ ସାପ ବେଙ୍ଗର ଗୋଡକୁ ଜୋରରେ ଧରି ରଖିଛି|ବହୁ ଚେଷ୍ଟା ପରେ ବେଙ୍ଗ ସାପ କବଳରୁ ମୁକ୍ତି ପାଇଲା|ଏହିପରେ ସେ ଡେଇଁ ଡେଇଁ ସେଠାରୁ ପଳେଇ ଯାଏ|

ଭିଡିଓରେ ଆପଣ ଦେଖିପାରିବେ ବେଙ୍ଗ ଏଥିପାଇଁ ଜୋରରେ ଦୈଡିଥାଏ ଯେପରି ସାପ ତାକୁ ଆଉଥରେ ଧରି ନପାରେ|ଯଦିଓ ସାପ ଏତେ ସହଜରେ ତା ପିଛା‌ ଛାଡି ନଥାଏ|ଏଥିପାଇଁ ସେ ଗେଟରୁ ଶିଘ୍ର ତଳକୁ ଆସି ଜୋରରେ ବେଙ୍ଗ ପଛେ ପଛେ ଦୈାଡି ଥାଏ|ଏଥିପାଇଁ ଜଣାପଡ଼େ ନାହିଁ ଯେ ସାପ ବେଙ୍ଗକୁ ଆଉଥରେ ଶିକାର କଲା ବା ବେଙ୍ଗ ନିଜକୁ ବଞ୍ଚାଇବାରେ ସଫଳ ସାବ୍ୟସ୍ତ ହୋଇଥିଲା|

ଭିଡିଓକୁ ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦା ନିଜର ଅଫିସିଆଲ୍ ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି|ଏହାସହ ସେ କ୍ୟାପ୍ସନରେ ଲେଖିଛନ୍ତି କେଵେ ହାର ମାନିବା କଥା ନୁହେଁ|ଭିଡିଓ ଏତେ ଜବରଦସ୍ତ ଯେ ଏହାକୁ ୫୦ ହଜାରରୁ ଉର୍ଦ୍ଧ୍ଵ ଥର ଦେଖାଯାଇଛି|ଏଥିରେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|ଜଣେ ଲେଖିଛନ୍ତି ଚେଷ୍ଟା କରୁଥିବା ବ୍ୟକ୍ତି କେବେବି ହାର ମାନେ ନାହିଁ|ଦୁନିଆରେ ସାପର ୨ ହଜାରରୁ ଉର୍ଦ୍ଧ୍ବ ପ୍ରଜାତି ରହିଛି|

Leave A Reply

Your email address will not be published.