ହାଇକୋର୍ଟର ବଡ ନିଷ୍ପତ୍ତି : ନିଜର ପୂର୍ବ ସ୍ବାମୀଙ୍କୁ ପ୍ରତିମାସରେ 3000 ଟଙ୍କାର ଭତ୍ତା ଦେବେ ମହିଳା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ଗୋଟିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛି । ସ୍ବାମୀ ସ୍ତ୍ରୀଙ୍କ ଛାଡପତ୍ର ପରେ ସ୍ୱାମୀକୁ ଭତ୍ତା ଦେବାର ମାମଲାରେ ହାଇକୋର୍ଟ ଆଦେଶ ଦେଇଛି ଯେ ମହିଳା ନିଜ ପୂର୍ବ ସ୍ବାମୀଙ୍କୁ ପ୍ରତିମାସରେ ଗୁଜୁରାଣ ଭତ୍ତା ଦେବେ । ଆମ ସାମ୍ନାକୁ ଅଧିକାଂଶ ଏପରି ଛାଡ଼ପତ୍ର ମାମଲା ଆସିଥାଏ, ଯେଉଁଠାରେ ସ୍ୱାମୀକୁ ନିଜ ସ୍ତ୍ରୀକୁ ଗୁଜୁରାଣ ପାଇଁ ଭତ୍ତା ଦେବାକୁ ପଡ଼ିଥାଏ । କିନ୍ତୁ ଏହା ଏମିତି ଗୋଟିଏ ମାମଲା, ଯେଉଁଥିରେ ଜଣେ ମହିଳାଙ୍କୁ ନିଜର ପୂର୍ବ ସ୍ବାମୀଙ୍କୁ ପ୍ରତିମାସରେ ଗୁଜୁରାଣ ଭତ୍ତା ଦେବାକୁ ପଡ଼ିବ ।

ହାଇକୋର୍ଟ ତଳ ସ୍ତରୀୟ କୋର୍ଟର ନିଷ୍ପତ୍ତିକୁ ଜାରି ରଖିଲା :-

ବାସ୍ତବରେ ଔରଙ୍ଗାବାଦରେ ବମ୍ବେ ହାଇକୋର୍ଟର ବେଞ୍ଚ ନାନ୍ଦେଡର ଗୋଟିଏ ତଳ ସ୍ତରୀୟ କୋର୍ଟର ସେହି ଆଦେଶକୁ ଜାରି ରଖିଛି, ଯେଉଁଥିରେ ଜଣେ ମହିଳାଙ୍କୁ ନିଜର ପୂର୍ବ ସ୍ବାମୀଙ୍କୁ ପ୍ରତିମାସରେ 3000 ଟଙ୍କା ଗୁଜୁରାଣ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଥିଲା । ଏହାସହିତ ଯେଉଁ ସ୍କୁଲରେ ମହିଳା ପଢ଼ାଇଥାନ୍ତି, ସେହି ସ୍କୁଲକୁ ମଧ୍ୟ ମହିଳାଙ୍କ ଶ୍ୟାଲେରୀରୁ ପ୍ରତିମାସରେ 5ହଜାର ଟଙ୍କା କଟିବା ଏବଂ ତାକୁ ଅଦାଲତରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ଏଥିପାଇଁ କାରଣ ମହିଳାଙ୍କ ପୂର୍ବ ସ୍ଵାମୀଙ୍କ ଆର୍ଥିକ ପରିସ୍ଥିତି ଭଲ ନାହିଁ । ଏହି ସମୟରେ କୋର୍ଟ ମହିଳାଙ୍କର ସେହି ଦଲିଲକୁ ମଧ୍ୟ ଖାରଜ କରିଦେଲା, ଯେଉଁଥିରେ ସେ କହିଥିଲେ ଯେ ତାଙ୍କର ବହୁତ୍ ସମୟ ଆଗରୁ ତାଙ୍କ ସ୍ବାମୀ ସହିତ ଛାଡ଼ପତ୍ର ହୋଇସାରିଛି ।

ଏହି ମହିଳାଙ୍କୁ 2017 ରେ ନାନ୍ଦେଡରେ ସେକେଣ୍ଡ ଜଏଣ୍ଟ ସିଭିଲ ଜଜ୍ ସିନିୟର୍ ଡିଭିଜନର ଅଦାଲତ ତାଙ୍କ ପୂର୍ବ ସ୍ୱାମୀକୁ ଗୁଜୁରାଣ ଭତ୍ତା ଦେବାକୁ କହିଥିଲା, କିନ୍ତୁ ମହିଳା ଏପରି କଲେନାହିଁ ।

ହାଇକୋର୍ଟରେ ପହଞ୍ଚିଥିଲେ ମହିଳା :-

ତଳ ସ୍ତରୀୟ କୋର୍ଟର ସେହି ଆଦେଶ ପରେ ମହିଳା ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚରେ ନିବେଦନ କରିଥିଲେ । ମହିଳା ଏହି ମାମଲାର ସୂଚନା ଦେଲେ ଯେ ତାଙ୍କ ବିବାହ 1992 ମସିହାରେ ହୋଇଥିଲା । 2015 ମସିହାରେ ମହିଳା ଏବଂ ତାଙ୍କ ପୂର୍ବ ସ୍ବାମୀଙ୍କର ଛାଡ଼ପତ୍ର ହୋଇଥିଲା ।

ମହିଳା କହିଛନ୍ତି ଯେ କୋର୍ଟ ସେମାନଙ୍କ ଛାଡ଼ପତ୍ରକୁ ଅନୁମତି ଦେଇଥିଲା । ଏହା ଉପରେ କୋର୍ଟ ସ୍ବାମୀ ତରଫରୁ ହିନ୍ଦୁ ମ୍ୟାରେଜ ଆକ୍ଟର ଧାରା 25କୁ ଦର୍ଶାଇ ଥିଲା ଏବଂ କହିଲା ଯେ ସ୍ୱାମୀର ଆର୍ଥିକ ପରିସ୍ଥିତି ଠିକ୍ ନ ଥିବା କାରଣରୁ ସ୍ତ୍ରୀକୁ ଗୁଜୁରାଣ ଭତ୍ତା ଦେବାର ଆଦେଶ ଦିଆଯାଇପାରେ । ଏହା ତାଙ୍କ ମଧ୍ୟରେ ଛାଡ଼ପତ୍ର ଦ୍ଵାରା ପ୍ରଭାବିତ ହୋଇନଥାଏ ।

Leave A Reply

Your email address will not be published.