ଏହି ବ୍ୟକ୍ତି ଚଳାଇଥାନ୍ତି ଦୁନିଆର ସବୁଠାରୁ ଛୋଟ କାର, ଗୋଟିଏ ଲିଟରରେ ଦେଇଥାଏ ଏତେ କିଲୋମିଟରର ମାଇଲେଜ୍

0

Get real time updates directly on you device, subscribe now.

World’s Smallest Car : ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଦୁନିଆର ସବୁଠାରୁ ଛୋଟ କାର ଚଳାଇଥାନ୍ତି । ସେ କହିଛନ୍ତି ଯେ ଲୋକମାନେ ତାଙ୍କ ଛୋଟ କାରକୁ ଦେଖି ଥଟ୍ଟା କରନ୍ତି । କିନ୍ତୁ ତାର ତେଲ ଉପରେ ହେଉଥିବା ଖର୍ଚ୍ଚ ଅନ୍ୟ କାରଗୁଡିକ ତୁଳନାରେ ବହୁତ୍ କମ । ଏହି କାରର ନାମ ହେଉଛି Peel P50, ଯାହା 134 ସେଣ୍ଟିମିଟର ଲମ୍ବା, 98 ସେଣ୍ଟିମିଟର ଚଉଡ଼ା ଏବଂ 100 ସେଣ୍ଟିମିଟର ଉଚ୍ଚ ଅଟେ । ଏହାସହିତ ଏହାର ପେଟ୍ରୋଲ ଟାଙ୍କି କେବଳ 5 ଲିଟରର ଅଟେ ।

31 ବର୍ଷୀୟ Alex Orchin ଏହି କ୍ୟୁଟ କାରର ମାଲିକ ଅଟନ୍ତି । ସେ ପ୍ରତିଦିନର କାମ ପାଇଁ ବ୍ରିଟେନର ସସେକ୍ସ ସହରରେ ନିଜର ଏହି ନୀଳ ରଙ୍ଗର କାରରେ ଯାତ୍ରା କରନ୍ତି । ଏଲେକ୍ସ 5 ଫୁଟ 11 ଇଞ୍ଚ ଲମ୍ବା ଅଟନ୍ତି ଏବଂ ଯେତେବେଳେ ସେ ଏହି କାର ସାମ୍ନାରେ ଠିଆ ହୁଅନ୍ତି, ସେତେବେଳେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ ଯେ ସେ ଏଥିରେ ଆରାମରେ ଯାଉଥିବେ ।

ଏକ ଲିଟରରେ ଚାଲିଥାଏ ଏତେ କିଲୋମିଟର୍ :-

ଯିଏ ବି ତାଙ୍କ କାରକୁ ଦେଖନ୍ତି, ସେମାନେ ତାଙ୍କର ବହୁତ୍ ଥଟ୍ଟା କରନ୍ତି । କିନ୍ତୁ ଏଲେକ୍ସ୍ ସେମାନଙ୍କୁ ଏହା କହି ଜବାବ ଦିଅନ୍ତି ଯେ ତାଙ୍କର ଏହି ଛୋଟ କାର ସମସ୍ତଙ୍କ ଠାରୁ ଏବଂ ସବୁଠୁ ଭଲ । ଏହି କାର ପ୍ରାୟ ପ୍ରତି ଲିଟରରେ 42 କିଲୋମିଟର୍ ମାଇଲେଜ ଦେଇଥାଏ । ଏହି ତିନି ଚକିଆ ଏବଂ 4.5 ହର୍ସପାୱର୍ ଇଞ୍ଜିନ ଥିବା କାରର ନିର୍ମାଣ ବ୍ରିଟେନର ‘ ପିଲ୍ ଇଞ୍ଜିନିୟରିଂ କମ୍ପାନୀ ‘ କରେ । କୁହାଯାଉଛି ଯେ ଏହି କାରର ନିର୍ମାଣ 1962 ରୁ 1965 ପର୍ଯ୍ୟନ୍ତ ହୋଇଥିଲା । ତେବେ 2010 ମସିହାରେ ପୁଣିଥରେ ଏହାର ନିର୍ମାଣ ଆରମ୍ଭ ହୋଇଗଲା ।

ଏହି କାରର ଟପ୍ ସ୍ପିଡ ହେଉଛି 37 km/h :-

ଏହି କାର ୱାନ ସିଟର ଅଟେ, ଯେଉଁଥିରେ ଗୋଟିଏ ସୁଟକେସ ରଖିବାପାଇଁ ମଧ୍ୟ ଜାଗା ନାହିଁ । ଏହି କାରଣରୁ ଏଲେକ୍ସଙ୍କୁ ଷ୍ଟିୟରିଂର ଗୋଟିଏ ପଟେ ହିଁ ନିଜ ଗୋଡ଼କୁ ଆଡଜଷ୍ଟ କରିବାକୁ ପଡ଼ିଥାଏ । ସେ କୁହନ୍ତି – ‘ଟପ୍ ଗୀୟର ଶୋ’ରେ ସେ ଜେରେମି କ୍ଲାର୍କସନଙ୍କୁ ଏହି କାର ଚଳାଇଥିବାର ଦେଖିଥିଲେ, ଯାହା ପରେ ତାଙ୍କୁ ମଧ୍ୟ ଏହି କାର ବହୁତ୍ ଭଲ ଲାଗିଲା । ଗତ ବର୍ଷ ସେ ଏହି କାରରେ ପୁରା ବ୍ରିଟେନ ବୁଲିଥିଲେ । ଏହି କ୍ୟୁଟ୍ କାରର ଟପ୍ ସ୍ପିଡ ଘଣ୍ଟା ପ୍ରତି 37 କିଲୋମିଟର୍ ଅଟେ ।

କାରର ପ୍ରକୃତ ମୂଲ୍ୟ ଚମକାଇ ଦେଲା :-

ଏଲେକ୍ସ କହିଛନ୍ତି ଯେ ସବୁଠାରୁ ଅଲଗା ଦେଖାଯାଉଥିବା ଗାଡ଼ିକୁ ସେ ଭଲ ପାଆନ୍ତି । ତାଙ୍କ ପାଖରେ 1914 Model T ଏବଂ 1968 Morris Minor କାର ମଧ୍ୟ ଅଛି । ସେ କହିଛନ୍ତି ଯେ ତାଙ୍କୁ ପି50 କାର ଛୋଟ ସାଇଜ କାରଣରୁ ବହୁତ୍ ଭଲ ଲାଗିଲା । କିନ୍ତୁ ସେ ଯେତେବେଳେ ଏହାର ପ୍ରକୃତ ମୂଲ୍ୟ ଜାଣିଲେ ତାଙ୍କର ହୋସ ଉଡ଼ିଗଲା । ଏହାର ମୂଲ୍ୟ 84 ଲକ୍ଷ ଟଙ୍କାରୁ ଅଧିକ ଥିଲା । ତେଣୁ ପରେ ସେ ନିଜ ସହରର ଜଣେ ବ୍ୟକ୍ତିଙ୍କ ଠାରୁ ସେକେଣ୍ଡ ହ୍ୟାଣ୍ଡ କାର କିଣିଲେ ।

Leave A Reply

Your email address will not be published.