ଆକ୍ସନ ଫିଲ୍ମ ଷ୍ଟାର ପରି ସାମ୍ନାକୁ ଆସିଲେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜଙ୍ଗ ଉନ, କ୍ୟାମେରାରେ ରେକର୍ଡ଼ କଲେ ମିସାଇଲ ଟେଷ୍ଟର ଭିଡ଼ିଓ,ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ଉତ୍ତର କୋରିଆ ଗୁରୁବାର ଦିନ ଏକ ନୂଆ ଅନ୍ତଃ ମହାଦ୍ବୀପିୟ ବାଲିଷ୍ଟିକ ମିସାଇଲର ପରୀକ୍ଷଣ କରିଛି। ଯାହାର ବିପକ୍ଷରେ ଏବେ ଆମେରିକା ରହିଛି। ଏହି ମିସାଇଲ ଟେଷ୍ଟ ପ୍ରଚାର ପାଇଁ ଉତ୍ତର କୋରିଆ ଯେଉଁ ଭିଡ଼ିଓ ଜାରି କରିଛି, ତାହାର ସାରା ଦୁନିଆରେ ଚର୍ଚ୍ଚା ହେଉଛି।

ଟପ ଗନ ଫିଲ୍ମର ଏକ ଦୃଶ୍ୟ ସହିତ କରାଗଲା କିମ୍ ଜଙ୍ଗ ଉନଙ୍କ ତୁଳନା:-

Metro ଖବର ମୁତାବିକ, ଉତ୍ତର କୋରିଆ ଘାତକ ମିସାଇଲ ଟେଷ୍ଟକୁ ଦେଖି କିମ୍ ଜଙ୍ଗ ଉନଙ୍କ ନୂଆ ଫୁଟେଜ ଜାରି କରିଛନ୍ତି ଯାହାର ତୁଳନା ଟପ ଗନ ଫିଲ୍ମର ଏକ ଦୃଶ୍ୟ ସହିତ କରାଯାଇଛି।

ଫୁଟେଜ ରେ ସାମ୍ନାକୁ ଆସିଲା ଏମିତି ନଜାରା:-

ଫୁଟେଜ ରେ ଦୁଇଜଣ ସୈନିକ ମଧ୍ୟରେ ଘେରିଥିବା କିମ କବାଟ ଖୋଲି ସାମ୍ନାକୁ ଆସୁଛନ୍ତି। ତିନିଜଣ ଧିମା ଗତିରେ କ୍ୟାମେରା ଆଡ଼କୁ ଯାଉଛନ୍ତି। କାରଣ କିମ ନାଟକୀୟ ରୂପରେ ନିଜର ବାମପଟକୁ ଇଙ୍ଗିତ କରନ୍ତି ଓ ଏହାପରେ ଡାହାଣ ପଟକୁ ନଜର ପକାଉଛନ୍ତି।

ଫିଲ୍ମ ସିନ ପରି ନଜର ଆସିଲା ମିସାଇଲ ଟେଷ୍ଟ:-

ଅର୍କେସ୍ତ୍ରାର ମ୍ୟୁଜିକ ବ୍ୟାକଗ୍ରାଉଣ୍ଡରେ ବାଜୁଥିବାର ଶୁଣାଯାଉଛି, ଏହାପରେ କ୍ୟାମେରା ହ୍ଵାସଙ୍ଗ-17 ମ୍ୟୁଜିକ ଆଡ଼କୁ ଦେଖାଉଛି। ଏହାପରେ କ୍ୟାମେରା ପୁଣି ତାନାଶାହୀ ଆଡ଼କୁ ଆସୁଛି। ସେ ଧୀରେଧୀରେ ଚଷମା ଓହ୍ଲାଉଛନ୍ତି ଓ ପୁଣି ନିଜ ଆଙ୍ଗୁଠିରେ କିଛି ଇଶାରା କରୁଛନ୍ତି। ଇଶାରା ପାଇବା କ୍ଷଣୀ ମିସାଇଲ ବଟନ ଦବାଇ ଦିଆଯାଉଛି ଓ ମିସାଇଲ ଉପରକୁ ଚାଲି ଯାଉଛି। ଏହି ଟେଷ୍ଟ ସଫଳ ହେବାପରେ ସବୁ ଲୋକ ଖୁସି ମନାଉଛନ୍ତି। ଏହାର ଉଦ୍ଦେଶ୍ୟ ଥିଲା ଅନ୍ତଃ ମହାଦ୍ବୀପିୟ ବାଲିଷ୍ଟିକ ମିସାଇଲର ପରୀକ୍ଷଣ କରିବା।

ଦକ୍ଷିଣ କୋରିଆ ଛାଡ଼ିଲା ଶକ୍ତିଶାଳୀ ମିସାଇଲ:-

ଶୁକ୍ରବାର ଦିନ କିମଙ୍କ ହ୍ଵାସଙ୍ଗ-17 ମିସାଇଲ ମାରିବାପରେ ଜବାବରେ ଦକ୍ଷିଣ କୋରିଆ ମଧ୍ୟ ନିଜର ମିସାଇଲ ଛାଡ଼ିଛି। ଦକ୍ଷିଣ କୋରିଆ ଓ ଜାପାନ ସେନାଙ୍କ କହିବା ହେଲା ଉତ୍ତର କୋରିଆ ନିଜର ପ୍ରାରମ୍ଭିକ ପ୍ରକ୍ଷେପଣ ଏହାର ପୂର୍ବ ତଟୀୟ ସମୂଦ୍ର ଆଡ଼କୁ କରିଛି। ଏହିବର୍ଷ ଉତ୍ତର କୋରିଆ ମୋଟ 13ଟି ବାଲିଷ୍ଟିକ ପରୀକ୍ଷଣ କରିସାରିଲାଣି। ଏହି ପରୀକ୍ଷଣକୁ ସଂଯୁକ୍ତ ରାଜ୍ୟ ଆମେରିକା, ଜାପାନ ଓ ଦକ୍ଷିଣ କୋରିଆ ନିନ୍ଦା କରିଛନ୍ତି।

Leave A Reply

Your email address will not be published.