ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସୀ(NIA) ରେ ଖାଲିପଡିଛି ସବ-ଇନ୍ସପେକ୍ଟର ଏବଂ ହେଡ କନେଷ୍ଟବଳ ପଦବୀ, ଭୁବନେଶ୍ୱର ପାଇଁ ମଧ୍ୟ କରିପାରିବେ ଆବେଦନ

0

Get real time updates directly on you device, subscribe now.

ଗୁଇନ୍ଦା ହେବା ପାଇଁ ଇଚ୍ଛା ରଖୁଥିଲେ ଆପଣଙ୍କର ସ୍ୱପ୍ନ ନିଶ୍ଚିତ ପୂରଣ ହେବ। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସୀରେ ଅନେକ ପଦବୀ ଖାଲିପଡିଛି। ଏଠାରେ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ଏବଂ ହେଡ କନେଷ୍ଟବଳ ପଦବୀ ପାଇଁ ନିଯୁକ୍ତି ହେଉଛି। ଇଚ୍ଛା ଏବଂ ଯୋଗ୍ୟଥିବା ପ୍ରାର୍ଥୀ nia.gov.in କୁ ଯାଇ ନିଜର ଆବେଦନ କରିପାରିବେ।

ନ୍ୟାସନାଲ ଇଭେଷ୍ଟିଗେସନ ଏଜେନ୍ସୀ ତରଫରୁ ଜାରି ହୋଇଥିବା ନୋଟିଫିକେସନ ଅନୁସାରେ, ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ପାଇଁ ୪୩ଟି ପଦବୀ ଏବଂ ହେଡ କନେଷ୍ଟବଳ ପଦବୀ ପାଇଁ ସମୁଦାୟ ୨୪ଟି ପଦବୀ ଖାଲିପଡିଛି। ଚୟନ ହେବା ପ୍ରାର୍ଥୀମାନଙ୍କର ପୋଷ୍ଟିଂ ଦିଲ୍ଲୀ, ଗୋହ୍ଵାଟୀ, ମୁମ୍ବାଇ, ହାଇଦ୍ରାବାଦ, ଲକ୍ଷ୍ମୌ, କୋଚି, କୋଲକତା, ରାୟପୁର, ଜମ୍ମୁ, ଚଣ୍ଡିଗଡ, ଗୋପାଳ, ଭୁବନେଶ୍ୱର, ଜୟପୁର, ପଟନା ସମତେ ଅନେକ ସହରରେ ହେବ।

ପଦବୀ ବିବରଣୀ: ୬୭

ଆସିଷ୍ଟାଣ୍ଟ ଇନ୍ସପେକ୍ଟର: ୪୩

ହେଡ କନେଷ୍ଟବଳ: ୨୪

ଶିକ୍ଷାଗତ ଯୋଗ୍ୟତା:-

ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ପଦବୀ ପାଇଁ ପ୍ରାର୍ଥୀମାନେ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଗ୍ରାଜୁଏସନରେ ଡିଗ୍ରୀ କରିଥିବା ଜରୁରୀ ଅଟେ। ସେହିପରି ହେଡ କନେଷ୍ଟବଳ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ୧୨ମ ପାସ୍‌ କରିଥିବା ଜରୁରୀ।

ବୟସର ସୀମା:-

ବୟସ ସୀମା ଜାଣିବା ପାଇଁ ପ୍ରାର୍ଥୀମାନଙ୍କୁ ନୋଟିଫିକେସନ ଚେକ କରିପାରିବେ।

ଆବେଦନ କିପରି କରିବେ:-

ଆପଣ ନିମ୍ନଲିଖିତ ଠିକଣାରେ ନିଜର ଆବଶ୍ୟକ ଦସ୍ତାବିଜକୁ ପଠାଇପାରିବେ।

SP (Administration), NIA Headquarters, Opposite CGO Complex, Lodhi Road, New Delhi- 110003

Leave A Reply

Your email address will not be published.