ହୃଦୟ ବିଦାରକ ଭିଡିଓ: ଏକ ଛୋଟ ଡଙ୍ଗାକୁ ଭିଡ଼ି ନେଇଗଲା ବଡ଼ ଜାହଜ,୬ ମୃତ, ୧୦୦ ନିଖୋଜ

0

Get real time updates directly on you device, subscribe now.

ବାଂଲାଦେଶରୁ ଆସିଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛିକି, ଏକ ବଡ଼ ଜାହଜ ତଳକୁ ଚାଲି ଆସିଥିବା ଏକ ଛୋଟ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇ ନଦୀ ପାଣିରେ ବୁଡ଼ି ଯାଉଛି। ଏହି ଦୁର୍ଘଟଣାରେ ପାଖାପାଖି ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଥିବା ସମୟରେ ୧୦୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଯାତ୍ରୀରେ ଥିବା ଭରପୂର ଏହି ନୌକା କାର୍ଗୋ ଜାହଜରେ ଧକ୍କା ହୋଇ ଯାଇଥିଲା। ଏହି ଦୁର୍ଘଟଣା ଢାକା ନିକଟରେ ଶୀତାଲକ୍ଷ୍ୟା ନଦୀରେ ଘଟିଛି।

ଆପଣ ଭିଡିଓରେ ଦେଖି ପାରିବେଯେ ବଡ଼ ଜାହଜ କିପରି ଛୋଟ ଡଙ୍ଗାଟିକୁ କିଛି ମିଟର ପର୍ଯ୍ୟନ୍ତ ଟାଣି ନେଇଯାଉଛି, ଯାହାର କିଛି ସମୟ ପରେ ଡଙ୍ଗାଟି ଓଲଟି ପଡ଼ୁଛି ଏବଂ ଦେଖିବା ଭିତରେ ପାଣିରେ ବୁଡ଼ି ଯାଉଛି। କିଛି ଲୋକ ଡଙ୍ଗା ଓଲଟିବା ପୂର୍ବରୁ ନିଜର ଜୀବନକୁ ବଞ୍ଚାଇବା ପାଇଁ ନଦୀ ପାଣିକୁ ଡେଇଁ ପଡ଼ିଥିଲେ। ତେବେ ଡଙ୍ଗାଟି ବୁଡ଼ିଯିବା ପରେ ଜାହଜଟି ଅଟକୁଥିବାର ଭିଡିଓରେ ଏଥିରେ ଦେଖିବାକୁ ମିଳୁଛି।

ଏହି ଦୁର୍ଘଟଣା ସମୟରେ ଭିଡିଓକୁ ଅନ୍ୟ ଏକ ଜାହଜର ଯାତ୍ରୀମାନେ ସେମାନଙ୍କର କ୍ୟାମେରାରେ ରେକର୍ଡ କରି ନେଇଥିଲେ। ଯେତେବେଳେ ଜାହଜ ତଳେ ଡଙ୍ଗାଟି ଆସି ମାଡ଼ ହେଉଅଛି, ଲୋକମାନେ ସେହି ସମୟରେ ଜୋରରେ ଚିଲ୍ଲାର କରୁଥିବାର ଶୁଣିବାକୁ ମିଳୁଛି। ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରାଯାଇଛି। ସେଥି ମଧ୍ୟରୁ ରେଡିଟରେ ଏହାକୁ ୨୫,୦୦୦ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି।

Leave A Reply

Your email address will not be published.