କିଏ ଏହି ଅଶୋକ ମିତ୍ତଲ ? ଦିନେ ତାଙ୍କ ବାପା ୫୦୦ ଟଙ୍କା ଧାର କରି ମିଠେଇ ଦୋକାନ ଆରମ୍ଭ କରିଥିଲେ,ଆଉ ଆଜି ସେ ହୋଇ ଯାଇଛନ୍ତି ୮୫୦ କୋଟି ଟଙ୍କାର ମାଲିକ

0

Get real time updates directly on you device, subscribe now.

ଅଶୋକ ମିତ୍ତଲ ଏହା ହେଉଛି ସେହି ନାମ ଯାହାକି ଆଜି ପ୍ରତ୍ୟକଙ୍କ ମୁହଁରୁ ଶୁଣିବାକୁ ମିଳୁଛି। କାରଣ ଆମ ଆଦମୀ ପାର୍ଟି ଅଶୋକଙ୍କୁ ପଞ୍ଜାବ ତରଫରୁ ନିଜର ରାଜ୍ୟସଭାର ପ୍ରାର୍ଥୀ ରୂପରେ ବାଛିଛନ୍ତି। ଅଶୋକଙ୍କ ନାମ ହୁଏତ ପ୍ରାୟ ବ୍ୟକ୍ତି ଶୁଣିନଥିବେ କିନ୍ତୁ ଲଭଲି ପ୍ରଫେସନାଲ ୟୁନିଭର୍ସିଟି ନାମ ପ୍ରାୟ ବ୍ୟକ୍ତି ଶୁଣିଥିବେ। ଅଶୋକ ଏହି ୟୁନିଭର୍ସିଟିର ଚାନ୍ସେଲର ଅର୍ଥାତ କୂଳଧିପତି ଅଟନ୍ତି। ଅଶୋକଙ୍କ ଜୀବନ ଯାତ୍ରା ବହୁତ ରୋଚକ ଅଟେ। ଆସନ୍ତୁ ଜାଣିବା।

1961 ରେ ତାଙ୍କ ପିତା 500 ଟଙ୍କା କରଜ କରି ମିଠେଇ ଦୋକାନ ଆରମ୍ଭ କରିଥିଲେ:-

ଅଶୋକଙ୍କ କଥା ଜାଣିବା ପୂର୍ବରୁ ତାଙ୍କ ପିତା ସ୍ବର୍ଗତ ବଳଦେବ ମିତ୍ତଲଙ୍କ କାହାଣୀ ଜାଣିନେବା ଆବଶ୍ୟକ। ବଳଦେବ ରାଜସ୍ଥାନର ମିଲିତ୍ରୀରେ ଠିକାଦାର ଥିଲେ। ତାଙ୍କର ତିନିଜଣ ପୁଅ ରମେଶ, ନରେଶ ଓ ଅଶୋକ ଥିଲେ। ନିଜ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବାପାଇଁ ସେ ଜଳନ୍ଧରର କଣ୍ଟେଣ୍ଟମେଣ୍ଟ ଏରିଆରେ ଏକ 500 ଟଙ୍କା କରଜ କରି ଏକ ମିଠେଇ ଦୋକାନ ଆରମ୍ଭ କରିଥିଲେ। ଏହାର ନାମ ଲଭଲି ସ୍ୱିଟ ହାଉସ ସେ ରଖିଥିଲେ।

ସର୍ବପ୍ରଥମେ 1968 ମସିହାରେ ବଡ଼ପୁଅ ରମେଶ ପିତାଙ୍କ ଏହି ବିଜନେସ ଆଗକୁ ବଢ଼ାଇବା ପାଇଁ ଏକାଦଶ ଶ୍ରେଣୀ ପରେ ପାଠପଢ଼ା ଛାଡ଼ିଦେଲେ। ଏହାପରେ 1977 ମସିହାରେ ଦ୍ଵିତୀୟ ପୁଅ ନରେଶ ମଧ୍ୟ ବ୍ୟବସାୟରେ ଲାଗି ପଡ଼ିଲେ। ଦେଖୁଦେଖୁ ଲଭଲି ସ୍ୱିଟ ହାଉସ ଫେମସ ହୋଇଗଲା। 1986ରେ ଏହା ଜଳନ୍ଧରର ସବୁଠାରୁ ବଡ଼ ମିଠେଇ ଦୋକାନ ହୋଇଗଲା। 1984 ମସିହାରେ ଅଶୋକ ମଧ୍ୟ ପିତାଙ୍କ ଏହି ବିଜନେସରେ ପାଦ ରଖିଥିଲେ। 2004 ମସିହାରେ ବଳଦେବ ରାଜ ମିତ୍ତଲଙ୍କ ଦେହାନ୍ତ ହୋଇଗଲା।

1991 ରେ ଅଶୋକ ଗାଡ଼ି ଗୁଡିକର ଡିଲରସିପ କାମ ଆରମ୍ଭ କଲେ:-

ଅଶୋକ ପଠାପଢ଼ା ଶେଷ କରିବାପରେ ବଡ଼ ଭାଇଙ୍କୁ ମିଠେଇ ବିଜନେସରେ ସହାୟତା କଲେ। ସେ 1991 ମସିହାରେ ଅଟୋମୋବାଇଲ କାରବାର ଆରମ୍ଭ କରିଦେଲେ। ବଜାଜ କମ୍ପାନୀର ଡିଲରସିପ ନେଇଥିଲେ ଓ ଏହାପରେ ସେ 1996 ମସିହାରେ ମାରୁତି ସୁଜୁକିର ଡିଲରସିପ ମଧ୍ୟ ନେଇଥିଲେ। ଦେଖୁ ଦେଖୁ ସେ ପଞ୍ଜାବର ଟପ ଅଟୋମୋବାଇଲ ଡିଲର ହୋଇଯାଇଥିଲେ।

2001 ମସିହାରେ ଅଶୋକ ନିଜ ପିତା ବଳଦେବ ଜୀଙ୍କ ସଂରକ୍ଷଣରେ ଫଗୱାଡ଼ାରେ 3.5 ଏକର ଜମି ନେଇ କଲେଜ ସ୍ଥାପନା କରିଥିଲେ।

2005 ମସିହାରେ ଅଶୋକଙ୍କ ଏହି କଲେଜକୁ ଲଭଲି ୟୁନିଭର୍ସିଟିର ଘୋଷଣା ପ୍ରାପ୍ତ କରାଯାଇଥିଲା। ଏବେ ଏହା ଲଭଲି ପ୍ରଫେସନାଲ ୟୁନିଭର୍ସିଟି ନାମରେ ସାରା ଦୁନିଆରେ ପ୍ରସିଦ୍ଧ ହୋଇସାରିଛି।

ଆଜି 2022 ରେ ପ୍ରାୟ 50ଟି ଦେଶର 40 ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି। ଏବେ ଏହା 600 ଏକରରେ ବିସ୍ତାରିତ ହୋଇସାରିଛି। 3600 ରୁ ଅଧିକ ଶିକ୍ଷକ ଏଠାରେ ପଢ଼ାନ୍ତି। ଲଭଲି ଗ୍ରୁପର ବାର୍ଷିଲ ଟର୍ଣ ଓଭର 850 କୋଟି ହୋଇସାରିଛି।

ପରିବାରର ତୃତୀୟ ପିଢ଼ି ସମ୍ଭାଳିଲେ କାରବାର:-

ଅଶୋକ ମିତ୍ତଲ, ନରେଶ ଓ ରମେଶ ମିତ୍ତଲଙ୍କ ସହିତ ତାଙ୍କର ତୃତୀୟ ପିଢ଼ି ମଧ୍ୟ ଏହି ବିଜନେସ ସମ୍ଭାଳୁଛନ୍ତି। ବଡ଼ଭାଇ ରମେଶଙ୍କ ଦୁଇପୁଅ ଅମିତ ଓ ଅମନ ବ୍ୟବସାୟରେ ପାଦ ଦେଇସାରିଲେଣି ସେପଟେ ନରେଶଙ୍କ ଦୁଇ ପୁଅ ଶୈଶବ ଓ ବୈଭବ ମଧ୍ୟ ଲଭଲି ଗ୍ରୁପକୁ ଜଏନ କରସାରିଛନ୍ତି। ସବୁଠାରୁ ସାନ ଅଶୋକ ମିତ୍ତଲ ଅଟନ୍ତି ଓ ତାଙ୍କ ପୁଅ ପ୍ରଥମ ମିତ୍ତଲ ଏହି ଗ୍ରୁପ କୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି। ଅଶୋକଙ୍କ ପତ୍ନୀ ରଶ୍ମି ମିତ୍ତଲ ଲଭଲି ପ୍ରଫେସନାଲ ୟୁନିଭର୍ସିଟିର ପ୍ରୋ- ଚାନ୍ସେଲର ଅଟନ୍ତି।

Leave A Reply

Your email address will not be published.