ଆସନ୍ତା ୨୫ ରୁ ବିଧାନସଭା ଅଧିବେଶନ,୩୦ରେ ଆଗତ ହେବ ରାଜ୍ୟ ବଜେଟ

0

Get real time updates directly on you device, subscribe now.

ଆସନ୍ତା ୨୫ ତାରିଖ ଠାରୁ ବିଧାନସଭାର ବଜେଟ ଅଧିବେଶନ। ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ବଜେଟ ୩୦ ତାରିଖରେ ଆଗତ ହେବ। ତେବେ କୋରନା ସମୟରେ କେଉଁ କ୍ଷେତ୍ରକୁ ପ୍ରାଥମିକତା ଦିଆଯିବ, କିପରି ରହିବ ବଜେଟର ରୂପରେଖ ତାହା ଉପରେ ସମସ୍ତଙ୍କର ନଜର।

ଏ ବିଷୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତିକି, ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୭ ଦିନ ମଧ୍ୟରେ କେବଳ ଗୋଟିଏ ଦିନ ଛୁଟି ରହିବ । ଅନ୍ୟ ୬ ଦିନ କାର୍ଯ୍ୟଦିବସ ରହିବ।

ଆସନ୍ତା ୨୫ ତାରିଖରେ ରାଜ୍ୟପାଳ ଅଭିଭାଷଣ ଦେବେ, ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ୨୬ ତାରିଖରେ ରାଜ୍ୟପାଳଙ୍କ ଭାଷଣ ଉପରେ ଆଲୋଚନା ହେବ। ୨୭ ତାରିଖରେ ନୋ-ମିଟିଙ୍ଗ ଡେ। ୨୮ରେ ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ । ୨୯ରେ ସରକାରୀ କାର୍ଯ୍ୟ ଦିବସ । ୩୦ରେ ଅର୍ଥ ମନ୍ତ୍ରୀ ବଜେଟ ଆଗତ କରିବେ। ସେହିଦିନ ଭୋଟ ଅନ୍‌ ଆକାଉଣ୍ଟ ମୋସନ ବା ଲେଖାନୁଦାନ ପ୍ରସ୍ତାବ ଆଗତ ହେବ ଓ ତା’ ଉପରେ ଆଲୋଚନା ଆରମ୍ଭ ହେବ । ୩୧ରେ ଲେଖାନୁଦାନ ଉପରେ ବ୍ୟୟମଞ୍ଜୁରୀ ବିଲ୍‌ ଓ ବଜେଟ ସେସନ ଶେଷ ହେବ ବୋଲି କହିଛନ୍ତି ବାଚସ୍ପତି।

ଏଥର ବଜେଟ ଅଧିବେଶନ ସମୟରେ ରାଜ୍ୟ ସରକାରଙ୍କର କୋଭିଡ ଗାଇଡଲାଇନ୍‌ ଅନୁସାରେ ଗୃହର ପରିଚାଳନା କରାଯିବ ବୋଲି ବାଚସ୍ପତି କହିଛନ୍ତି।

Leave A Reply

Your email address will not be published.