ସୁନା ଦର ବୃଦ୍ଧିରେ ସୃଷ୍ଟି କଲା ହାଇଲେଭଲରେ ରେକର୍ଡ,ଜାଣନ୍ତୁ ବର୍ତ୍ତମାନ ସୁନା ଦର କେତେ ଅଛି ?

0

Get real time updates directly on you device, subscribe now.

ଋଷ ତରଫରୁ ୟୁକ୍ରେନ ରେ ୟୁରୋପର ସବୁଠାରୁ ବଡ ନ୍ୟୁକ୍ଳୀୟର ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ କରାଯିବା ପରେ ସାରା ଦୁନିଆର ବଜାରରେ ଏହାର ପ୍ରଭାବ ଦେଖାଯାଉଛି । ଭାରତୀୟ ସେୟାର ବଜାରରେ ଅଧିକ ହ୍ରାସ ମଧ୍ୟରେ ସୁନାର ରେଟ୍ ରେକର୍ଡ଼ ସ୍ତରରେ ପହଞ୍ଚିଯାଇଛି । ଅନ୍ୟପଟରେ କ୍ରୁଡ ଓଏଲ୍ ମୂଲ୍ୟରେ ମଧ୍ୟ ଲଗାତାର ଦର୍ ବୃଦ୍ଧି ହେଉଛି ।

ଆଗାମୀ ସମୟରେ ସୁନା ଏବଂ ରୂପା ମୂଲ୍ୟରେ ଆହୁରି ବୃଦ୍ଧି ଘଟିପାରେ । www.ibjarates.com ଅନୁଯାୟୀ ଶୁକ୍ରବାର ସକାଳେ 999 ପ୍ୟୋରିଟି ବାଲା ସୁନାର ମୂଲ୍ୟ ସାଧାରଣ ବୃଦ୍ଧି ସହିତ 51689 ଟଙ୍କାରେ ପହଞ୍ଚିଗଲା । କିନ୍ତୁ ରୂପା ମୂଲ୍ୟରେ ସକାଳେ ହ୍ରାସ ଦେଖା ଦେଇଥିଲା । ଏହାର ପୁର୍ବ ରେକର୍ଡରେ ସୁନା ପ୍ରତି 10 ଗ୍ରାମ ପିଛା 51638 ଟଙ୍କାରେ ବନ୍ଦ୍ ହୋଇଥିଲା । ସେହିପରି ରୂପା ପ୍ରତି କିଲୋ ପିଛା 68015 ଟଙ୍କାରେ ବନ୍ଦ୍ ହୋଇଥିଲା ।

14 ମାସର ହାଇ ଲେଭଲରେ ରେଟ :-

ଗ୍ଲୋବାଲ ମାର୍କେଟରେ ହୋଇଥିବା ବୃଦ୍ଧି କାରଣରୁ ସୁନାର ମୂଲ୍ୟ ଶୁକ୍ରବାର ଦିନ ଘରୋଇ ବଜାରରେ 14 ମାସର ହାଇ ଲେଭଲରେ ପହଞ୍ଚିଗଲା । MCX ରେ ଦ୍ବିପ୍ରହର ପ୍ରାୟ 1 ଟାରେ ଏପ୍ରିଲ ଡେଲିଭରି ବାଲା ସୁନା 51954 ଟଙ୍କା ଏବଂ ଜୁନ ଡେଲିଭରି ବାଲା ସୁନା 52217 ସ୍ତରରେ ଟ୍ରେଣ୍ଡ କରୁଥିଲା । ଏହିପରି ମେ ଡେଲିଭରି ବାଲା ରୂପା 68230ରେ ଟ୍ରେଣ୍ଡ କରୁଥିଲା ।

ଅନ୍ତର୍ଜାତୀୟ ବଜାରରେ ସୁନା – ରୂପା :-

ଅନ୍ତର୍ଜତୀୟ ବଜାରରେ ସୁନା ପ୍ରତି ଅନ୍ସ ପିଛା 1942 ଡ଼ଲାର ସ୍ତରରେ ରହିଛି । ସୂଚନା ଅନୁଯାୟୀ କହିବାକୁ ଗଲେ, ଆଗାମୀ ସମୟରେ ସୁନା – ରୂପାର ମୂଲ୍ୟରେ ଆହୁରି ବୃଦ୍ଧି ଜାରି ରହିବ ।

ଏହିପରି କରନ୍ତୁ ସୁନାର ଶୁଦ୍ଧତାର ଯାଞ୍ଚ :-

– 24 କ୍ୟାରେଟ ଶୁଦ୍ଧ ସୁନା ଉପରେ 999 ଲେଖା ହୋଇଥାଏ ।

– 22 କ୍ୟାରେଟ ଶୁଦ୍ଧ ସୁନା ଉପରେ 916 ଲେଖା ହୋଇଥାଏ ।

– 21 କ୍ୟାରେଟ ଶୁଦ୍ଧ ସୁନା ଉପରେ 875 ଲେଖା ହୋଇଥାଏ ।

– 18 କ୍ୟାରେଟ ଶୁଦ୍ଧ ସୁନା ଉପରେ 750 ଲେଖା ହୋଇଥାଏ ।

– 14 କ୍ୟାରେଟ ଶୁଦ୍ଧ ସୁନା ଉପରେ 585 ଲେଖା ହୋଇଥାଏ ।

Leave A Reply

Your email address will not be published.