ଭିକାରୀ ଭିକ ମାଗିମାଗି ହୋଇଗଲା ଲକ୍ଷପତି, ଗୋଟେ ପୁଅ ବିଦେଶରେ ଥିବାବେଳେ ଆଉ ଜଣେ ଅଟନ୍ତି ବଡ ବ୍ୟବସାୟୀ,ଜାଣନ୍ତୁ ସେ କଣ ପାଇଁ ମାଗୁଥିଲେ ଭିକ !

0

Get real time updates directly on you device, subscribe now.

ଘରୁ ବାହାରକୁ ବାହାରିବା ପରେ ସାଧାରଣତଃ ଆମକୁ ଭିକାରୀ ମିଳିଯାଆନ୍ତି। କିଏ ତ ଏମିତି ହୋଇଥାଆନ୍ତି ଯିଏକି ପିଛା କରିଥାନ୍ତି ଯେବେପର୍ଯ୍ୟନ୍ତ ତାଙ୍କୁ ଭିକ ନ ମିଳୁଛି। ସେ ମାନନ୍ତି ନାହିଁ। ସେହିପରି ଟଙ୍କାର ଅଭାବ ଯୋଗୁଁ ସେ ଭିକ୍ଷା ମାଗି ବଞ୍ଚନ୍ତି। ସେହିପରି ଭିକାରୀ ଗରିବ ମଧ୍ୟ ନୁହଁନ୍ତି, ଏବେଏବେ ଛତିଶଗଡ଼ ରୁ ଚମକାଇବା ଭଳି ଘଟଣା ସାମ୍ନାକୁ ଆସୁଛି।

ଏଠାରେ ରୋଡ଼ ରେ ଭିକ୍ଷା ମାଗୁଥିବା ଜଣେ ମହିଳା ଲକ୍ଷପତି ଅଟନ୍ତି। ଜଣେ ପୁଅ ତାଙ୍କର ବିଦେଶରେ ସେଟଲ ହୋଇଥିବା ବେଳେ ଆଉଜଣେ ବେପାରୀ ଅଟନ୍ତି। ଯେତେବେଳେ ତାଙ୍କୁ ଭିକ୍ଷା ମାଗିବାର କାରଣ ପଚରାଗଲା ସେତେବେଳେ ପ୍ରଶାସନ ମଧ୍ୟ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଗଲେ। ଆସନ୍ତୁ ଏହା ବିଷୟରେ ଆପଣଙ୍କୁ ଜଣାଇବୁ।

ପ୍ରଶାସନ ଚଳାଇଲେ ଅଭିଯାନ:-

ଆମ ଦେଶରେ ଭିକ୍ଷା ମାଗିବା ଅପରାଧ ଶ୍ରେଣୀରେ ଆସିଥାଏ। ଏହାପରେ କୌଣସି ସହର ମିଳିବନାହିଁ, ଯେଉଁଠାରେ ଆପଣଙ୍କୁ ଭିକାରୀ ନଦେଖାହେବ। ଅଧିକତର ଲୋକେ ବାଧ୍ୟ ଓ ଗରିବୀ କାରଣରୁ ଭିକ ମାଗିଥାନ୍ତି। କିଛି ଭିକାରୀ ଭିକ୍ଷା ମାଗି ନିଜର ଗୁଜାରା କରିଥାଆନ୍ତି।

ଭିକ ମାଗି ଭଲ ରୋଜଗାର କରୁଥିବା ଭିକାରୀ ମଧ୍ୟ ଆପଣଙ୍କୁ ମିଳିଯିବ। ଏହାମଧ୍ୟରେ ରାୟପୁରରୁ ଏକ ହଇରାଣ କରି ଦେବାପରି ଘଟଣା ସାମ୍ନାକୁ ଆସିଛି। ଏଠାରେ ଭିକ୍ଷୁକ ପୁନର୍ବାସ ଯୋଜନା ଚଳାଗଲା ଯେତେବେଳେ ଜଣେ ମହିଳା ଲକ୍ଷପତି ହୋଇଗଲେ।

ନିଜ ଘର ପ୍ରତିମାସରେ କମାନ୍ତି 8 ହଜାର ଟଙ୍କା:-

ପ୍ରଶାସନ ଭିକାରୀ ମାନଙ୍କ ପୁନାର୍ବାସ ଚଳାଇବା ଆରମ୍ଭ କରିଛନ୍ତି। ଏହି ସମୟରେ ରାୟପୁରର ଚୌରାହ ଠାରେ ଏକ ଭିକ ମାଗୁଥିବା ମହିଳା ନଜର ଆସିଲେ। ଅଫିସର ଯେତେବେଳେ ତାଙ୍କୁ ପଚାରିଲେ ତ ଏହାଜାଣି ସେ ଆଶ୍ଚର୍ଯ୍ୟ ହୋଇ ରହିଗଲେ। ମହିଳା ଜଣକ ଏକ ଭଲ ପରିବାରର ଥିଲେ।

ତାଙ୍କର ଏକ ଘର ରହିଛି। ଏହି ଘରେ ତାଙ୍କର ଏକ ପୁଅ ରୁହନ୍ତି ଯିଏକି ଜଣେ ବ୍ୟାପାରୀ ମଧ୍ୟ ଅଟନ୍ତି। ସେହିପରି ଅନ୍ୟ ପୁଅ ବିଦେଶରେ ସେଟଲ ହୋଇ ଚାକିରୀ କରନ୍ତି। ମହିଳା ନିଜ ଘରର ତିନୋଟି ରୁମ କୁ ଭଡ଼ାରେ ଦେଇଛନ୍ତି। ଏହାବ୍ୟତୀତ ତାଙ୍କୁ ପ୍ରତିମାସରେ 8 ହଜାର ଟଙ୍କାର ରୋଜଗାର ହୋଇଥାଏ।

ମହିଳାଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ରହିଛି, ସେଥିରେ ହଜାର ହଜାର ଟଙ୍କା ମଧ୍ୟ ରହିଛି କିନ୍ତୁ ପ୍ରଶାସନ ତାଙ୍କୁ ପଚାରିଲେ କାହିଁକି ସେ ଭିକ୍ଷା ମାଗୁଛନ୍ତି ? ଏହାର ଜବାବରେ ସେ ଯାହା କହିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ମହିଳା ଜଣକ କହିଥିଲେ, ସେ ଭିକ୍ଷା ମାଗୁ ନାହାଁନ୍ତି ବରଂ ତାଙ୍କୁ ଏକ ରୋଗ ହୋଇଛି ଓ ସେ ଏଥିପାଇଁ ମନ୍ଦିର, ମସଜିଦ ବୁଲୁଛନ୍ତି। ଭିକ ମାଗି ସେ ସୂଚନା ହାସଲ କରୁଛନ୍ତି ଯାହା ଜାଣି ପ୍ରଶାସନ ବିଶ୍ବାସ କରି ପାରିନଥିଲେ।

ଭିକ ମାଗି କମାନ୍ତି ହଜାର ହଜାର ଟଙ୍କା:-

ଅଫିସରଙ୍କ କହିବା ହେଲା, ସହରରେ ଗ୍ୟାଙ୍ଗ ବନିଯାଇଛି, ଯେଉଁମାନେ କି, ଭିକ୍ଷା ମାଗୁଛନ୍ତି। ପ୍ରଶାସନ କଥା କହିବା ହେଲା, ଯାହାକୁ ଡ଼ାକି ନେଇ ପଚରା ଉଚ୍ଚରା କରାଯାଉଛି ସେ ସମ୍ପୂର୍ଣ୍ଣ ଭାବରେ ଏଥିରୁ ଓହରି ଯାଉଛନ୍ତି। ଭିକାରୀ ଏହାକୁ ଏହି କାରଣ ପାଇଁ କରନ୍ତି କାରଣ ତାଙ୍କୁ ଜଲଦି ଛାଡ଼ି ଦିଆଗଲେ ସେ ପୁଣି ଭିକ ମାଗିବା ଆରମ୍ଭ କରିପାରିବେ। ଅଫିସରଙ୍କ କହିବା ହେଲା ଭିକ ମାଗି ଲୋକେ ହଜାର ହଜାର ଟଙ୍କା କମାନ୍ତି। ଏହି କାରଣରୁ ସେ ଏହାକୁ ଛାଡ଼ିବାକୁ ଚାହାଁନ୍ତି ନାହିଁ।

Leave A Reply

Your email address will not be published.