ଯଦି ଆପଣ ମଧ୍ୟ ଫ୍ୟୁଚର ପାଇଁ ସୁରକ୍ଷିତ ବିନିଯୋଗ କରିବାକୁ ଚାହୁଁଛନ୍ତି, ତେବେ ଏଥିରେ ଆମେ ଆପଣଙ୍କର ସାହାଯ୍ୟ କରିବାକୁ ଯାଉଛୁ |ଆଜିର ସମୟରେ ବଦଳୁଥିବା ଲାଇଫଷ୍ଟାଇଲ ଏବଂ ବଢୁଥିବା ଖର୍ଚ୍ଚ ମଧ୍ୟରେ ଏହା ହିଁ ବୁଦ୍ଧିମାନର କାମ ଯେ ଆପଣ ଆଜି ସହିତ କାଲିର ମଧ୍ୟ ପ୍ଲାନିଂ କରି ରଖନ୍ତୁ | ବର୍ତ୍ତମାନ ସୁଦ୍ଧା ଯଦି ଆପଣ ବିନିଯୋଗ କରିବା ଆରମ୍ଭ କରିନାହାନ୍ତି, ତେବେ ବର୍ତ୍ତମାନ କରିଦିଅନ୍ତୁ |
ପ୍ରତି ମାସରେ ଏକ ହଜାର ଟଙ୍କାର ସଞ୍ଚୟ :-
ଆପଣ ନିୟମିତ ଭାବରେ ଛୋଟ ବିନିଯୋଗ ଦ୍ୱାରା ବଡ଼ ଫଣ୍ଡ ପ୍ରସ୍ତୁତ କରିପାରିବେ | ଏଠାରେ ଆମେ ଆପଣଙ୍କୁ କହିବୁ କିପରି ଭାବେ ଆପଣ ଛୋଟ ବିନିଯୋଗ ଦ୍ୱାରା ବଡ଼ ଫଣ୍ଡ କରିପାରିବେ | ଆମେ ଏଠାରେ ଆପଣଙ୍କୁ ମାସକୁ ୧୦୦୦ ଟଙ୍କାର ପ୍ଲାନ ବିଷୟରେ କହିବୁ | ପ୍ରତି ମାସରେ ଏକ ହଜାର ଟଙ୍କାର ସଞ୍ଚୟ କୌଣସି ବଡ଼ କଥା ନୁହେଁ |
SIP ରେ ମିଳୁଛି ବମ୍ପର ରିଟର୍ନ :-
ଆପଣ ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ କରିପାରିବେ | ୧୦୦୦ ଟଙ୍କାର ଏସଆଇପି ଦ୍ୱାରା ଆପଣ କୋଟିପତି ହେବା ପର୍ଯ୍ୟନ୍ତର ଯାତ୍ରା ସ୍ଥିର କରିପାରିବେ | ଆସନ୍ତୁ ଜାଣିବା ୧୦୦୦ ଟଙ୍କା ଦ୍ୱାରା କିପରି ୨ କୋଟି ଟଙ୍କାର ଫଣ୍ଡ ପ୍ରସ୍ତୁତ ହେବ ? ଆପଣଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କାର ବିନିଯୋଗ ମ୍ୟୁଚୁଆଲ ଫଣ୍ଡରେ କରିବାକୁ ପଡିବ | ଗତ କିଛି ବର୍ଷ ଉପରେ ଧ୍ୟାନ ଦେଲେ, ଅନେକ ମ୍ୟୁଚୁଆଲ ଫଣ୍ଡ ୨୦ ପ୍ରତିଶତ ପର୍ଯ୍ୟନ୍ତ କିମ୍ବା ଏହାଠାରୁ ଅଧିକ ମଧ୍ୟ ରିଟର୍ନ ଦେଇଛନ୍ତି |
୨୦ ବର୍ଷ ପାଇଁ କରନ୍ତୁ ବିନିଯୋଗ :-
ଆମେ ଆପଣଙ୍କୁ ପୂର୍ବରୁ ହିଁ କହିଥିଲୁ ଯେ ଆପଣଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କାର ବିନିଯୋଗ କରିବାକୁ ପଡିବ | ଏହି ଏମାଉଣ୍ଟକୁ ୨୦ ବର୍ଷ ପର୍ଯ୍ୟନ୍ତ ଜମା କଲେ ଆପଣ ମୋଟ ୨.୪ ଲକ୍ଷ ଟଙ୍କା ଜମା କରିବେ | ୨୦ ବର୍ଷ ମଧ୍ୟରେ ବାର୍ଷିକ ୧୫ ପ୍ରତିଶତ ରିଟର୍ନରେ ଆପଣଙ୍କ ଫଣ୍ଡ ବଢ଼ିଯାଇ ୧୫ ଲକ୍ଷ ୧୬ ହଜାର ଟଙ୍କା ହୋଇଯିବ | ୨୦ ପ୍ରତିଶତ ବାର୍ଷିକ ରିଟର୍ନ ବିଷୟରେ କହିବାକୁ ଗଲେ ଏହି ଫଣ୍ଡ ବଢ଼ିଯାଇ ୩୧.୬୧ ଲକ୍ଷ ଟଙ୍କା ହୋଇଯିବ |
୩୦ ବର୍ଷର ବିନିଯୋଗ ଉପରେ ହେବ ଚମତ୍କାର :-
ଯଦି ଆପଣ ପ୍ରତି ମାସରେ ୧୦୦୦ ଟଙ୍କା ବିନିଯୋଗ କରନ୍ତି, ତେବେ ୨୦ ପ୍ରତିଶତର ବାର୍ଷିକ ରିଟର୍ନ ଦ୍ୱାରା ମ୍ୟାଚୟୋରିଟିରେ ୮୬.୨୭ ଲକ୍ଷ ଟଙ୍କାର ଫଣ୍ଡ ମିଳିବ | ଯଦି ଏହି ଅବଧି ୩୦ ବର୍ଷ ହେବ, ତେବେ ୨୦ ପ୍ରତିଶତର ରିଟର୍ନ ଦ୍ୱାରା ଆପଣଙ୍କର ୨ କୋଟି ୩୩ ଲକ୍ଷ ୬୦ ହଜାର ଟଙ୍କାର ଫଣ୍ଡ ପ୍ରସ୍ତୁତ ହୋଇଯିବ |
ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗକାରୀଙ୍କୁ କମ୍ପାଉଣ୍ଡିଙ୍ଗର ଫାଇଦା ମିଳିଥାଏ | ଏଥିରେ ପ୍ରତି ମାସରେ ବିନିଯୋଗରେ ସୁବିଧା ମିଳିଥାଏ | ଏହି କାରଣରୁ ଛୋଟ ରକମର ବିନିଯୋଗ ଉପରେ ଆପଣଙ୍କୁ ବଡ଼ ଫଣ୍ଡ ମିଳିବାର ଆଶା ରହିଥାଏ |