ନୂତନ ଷ୍ଟଡି : ପୃଥିବୀ ତଳେ ମିଳିଲା ରହସ୍ୟମୟୀ ସ୍ତର, ମଣିଷ ମସ୍ତିଷ୍କ ପରି କାମ କରେ

0

Get real time updates directly on you device, subscribe now.

ପୃଥିବୀରେ ରହୁଥିବା ମଣିଷ କିମ୍ବା ପଶୁ, ସମସ୍ତଙ୍କ ପାଖରେ ନିଜ ନିଜର ମସ୍ତିଷ୍କ ଏବଂ ବୁଦ୍ଧି ରହିଛି | ଆମ ମସ୍ତିଷ୍କ ହିଁ ଆମକୁ ଏହି ପୃଥିବୀରେ ବଞ୍ଚିବାପାଇଁ ସାହାଯ୍ୟ କରିଥାଏ | ଏହା ବିନା ଆମେ ନିର୍ଜୀଵ ପ୍ରାଣୀ ପରି ହୋଇଯିବା | କଣ ଆପଣ ଜାଣିଛନ୍ତି ଆମ ପୃଥିବୀ ପାଖରେ ମଧ୍ୟ ମସ୍ତିଷ୍କ ରହିଛି ଏବଂ ସେ ମଧ୍ୟ ଏହାର ବ୍ୟବହାର କରନ୍ତି | ଆଜ୍ଞା ହଁ, ହୁଏତ ଆପଣଙ୍କୁ ଏସବୁ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ଶହେ ପ୍ରତିଶତ ସତ ଅଟେ | ଏହାର ଖୁଲାସା ନିକଟରେ ହୋଇଥିବା ଷ୍ଟଡିରେ ହୋଇଛି, ଯେଉଁଥିରେ ବୈଜ୍ଞାନିକମାନେ ପୃଥିବୀର ମସ୍ତିଷ୍କ ଥିବାର ଦାବି କରିଛନ୍ତି | ଆସନ୍ତୁ ଜାଣିବା ପୁରା ଖବର କଣ ରହିଛି |

ନିକଟରେ ହୋଇଛି ଷ୍ଟଡି :-

ପୃଥିବୀ ଭିତରେ ଅନେକ ଏପରି ରହସ୍ୟ ଲୁଚିରହିଛି, ଯାହା ବିଷୟରେ ଆମକୁ ଜଣାନାହିଁ | ବୈଜ୍ଞାନିକମାନେ ମଧ୍ୟ ଏହି ରହସ୍ୟକୁ ଖୋଜିବାରେ ଲାଗି ରହିଥାନ୍ତି | ବୈଜ୍ଞାନିକମାନଙ୍କର ଟିମ ପୃଥିବୀ ଗ୍ରହର ଲଗାତାର ଭାବେ ଷ୍ଟଡି ମଧ୍ୟ କରିଥାନ୍ତି | ବର୍ତ୍ତମାନ ଗୋଟିଏ ନୂତନ ଷ୍ଟଡିରେ ଆଶ୍ଚର୍ଯ୍ୟଜନକ ଖୁଲାସା କରାଯାଇଛି |

ଇଣ୍ଟରନେଶନାଲ ଜର୍ଣ୍ଣାଲ ଅଫ ଆଷ୍ଟ୍ରବାୟୋଲୋଜିରେ ଆଶ୍ଚର୍ଯ୍ୟଜନକ ଷ୍ଟଡି ପ୍ରକାଶିତ କରାଯାଇଛି | ଏହା ଅନୁଯାୟୀ, ପୃଥିବୀ ଜୀବନ୍ତ ଅଟେ ଏବଂ ନିଜର ମସ୍ତିଷ୍କ ମଧ୍ୟ ରଖିଥାଏ | କେବଳ ଏତିକି ନୁହେଁ, ଷ୍ଟଡିରେ ପୃଥିବୀର ମସ୍ତିଷ୍କ କିପରି ଭାବେ ବ୍ୟବହାର ହୋଇଥାଏ ଏହା ମଧ୍ୟ କୁହାଯାଇଛି |

ଏହିପରି ଭାବେ କରିଥାଏ ମସ୍ତିଷ୍କର ବ୍ୟବହାର :-

ନୂତନ ଷ୍ଟଡିରେ ହୋଇଥିବା ଖୁଲାସା ଅନୁଯାୟୀ, ପୃଥିବୀ ଫଙ୍ଗସ ସାହାଯ୍ୟରେ ନିଜ ମସ୍ତିଷ୍କର ବ୍ୟବହାର କରିଥାଏ | ଆଜ୍ଞା ହଁ, ବୈଜ୍ଞାନିକଙ୍କ ପୃଥିବୀ ତଳେ ଫଙ୍ଗସ ସ୍ତର ଥିବାର ପ୍ରମାଣ ମିଳିଛି | ଯାହା ସାହାଯ୍ୟରେ ବାର୍ତ୍ତା ଆଦାନପ୍ରଦାନ ହୋଇଥାଏ | ଏହି ସ୍ତର ସାରା ପୃଥିବୀରେ ବ୍ୟାପିଛି ଏବଂ ପୃଥିବୀ ନିଜର ଅଦୃଶ୍ୟ ବୁଦ୍ଧିକୁ ପ୍ରୟୋଗ ମଧ୍ୟ କରିଥାଏ, ଯେଉଁ କାରଣରୁ ପୃଥିବୀର ସ୍ଥିତିରେ ପରିବର୍ତ୍ତନ ହୋଇଥାଏ | ଯଦି ଭଲ ଭାବରେ ଅଧ୍ୟୟନ ହୋଇପାରିବ, ତେବେ ଜଳବାୟୁ ପରିବର୍ତ୍ତନ ଠାରୁ ନେଇ ବଢୁଥିବା ଗରମକୁ ନେଇ ପୃଥିବୀର ପ୍ରତିକ୍ରିୟାକୁ ବୁଝାଯାଇପାରିବ |

ପୃଥିବୀ ନିଜେ ନିଜର ରକ୍ଷା କରୁଛି :-

ନୂତନ ଷ୍ଟଡି ଅନୁଯାୟୀ, ପୃଥିବୀ ନିଜେ ନିଜର ରକ୍ଷା କରୁଛି | ବୈଜ୍ଞାନିକମାନେ କହିଛନ୍ତି ଯେ ମଣିଷ ପୃଥିବୀରେ ପ୍ରଦୂଷଣ ସୃଷ୍ଟି କରୁଛି, ଯେଉଁଥିପାଇଁ ବଡ଼ ସଙ୍କଟ ସୃଷ୍ଟି ହୋଇଯାଇଛି | ଏହାପରେ ମଧ୍ୟ ପୃଥିବୀ ନିଜ ମସ୍ତିଷ୍କକୁ ବ୍ୟବହାର କରି ସନ୍ତୁଳନ ରକ୍ଷା କରୁଛି | ସନ୍ତୁଳନ ପାଇଁ ସେ କିଛି ନା କିଛି ପ୍ରକ୍ରିୟା ଆରମ୍ଭ କରି ଦେଇଥାଏ | ଉଦାହରଣ ଭାବେ ଗଛ-ଲତା ନିଜକୁ ଜୀବନ୍ତ ରଖିବାପାଇଁ ଗୋଟିଏ ପ୍ରକ୍ରିୟା କରୁଛନ୍ତି | ଏହାଦ୍ୱାରା ଅକ୍ସିଜେନ ମିଳୁଛି |

ତେବେ ଏହି ଗଛମାନେ ନିଜ ପାଇଁ କାମ କରିଥାନ୍ତି, କିନ୍ତୁ ଏହା ପଛରେ ପୃଥିବୀର ମସ୍ତିଷ୍କ ହିଁ କାମ କରୁଛି, ଯିଏ ନିଜକୁ ସନ୍ତୁଳିତ କରିବାପାଇଁ ଏହିପରି ପ୍ରକ୍ରିୟା କରାଇଥାଏ | ପୃଥିବୀର ଗୋଟିଏ ଭାଗରେ କିଛି ଗଡ଼ବଡ଼ ହୋଇଗଲେ, ଅନ୍ୟ ଭାଗରେ ସେ ଏମିତି କିଛି କରିଦିଏ, ଯାହାଦ୍ୱାରା ସନ୍ତୁଳନ ବଜାୟ ରହେ |

Leave A Reply

Your email address will not be published.