ଫ୍ଲିପକାର୍ଟ ଇଲେକ୍ଟ୍ରୋନିକ୍ସ ସେଲ୍ : ଲେନୋଭୋର ଧମାକାଦାର୍ ଫିଚର୍ ଥିବା ଏହି ଲାପଟପ୍ ଉପରେ ପାଆନ୍ତୁ ୩୯ ହଜାରରୁ ଅଧିକ ଟଙ୍କାର ଡ଼ିସକାଉଣ୍ଟ

0

Get real time updates directly on you device, subscribe now.

ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ଫେବୃଆରୀ 23 ରୁ ଇଲେକ୍ଟ୍ରୋନିକ୍ସ ସେଲ୍ ଚାଲିଛି, ଯେଉଁଥିରେ ଆପଣଙ୍କୁ ଲାପଟପ୍,ଡେସ୍କଟପ୍, ସ୍ମାର୍ଟୱାଚ୍ ଏବଂ ସ୍ପିକର୍ସ ଭଳି ଅନେକ ଇଲେକ୍ଟ୍ରୋନିକ୍ ଉପକରଣ ବହୁତ ଶସ୍ତାରେ ମିଳୁଛି । ଆଜି ଆମେ ଏହି ସେଲ୍ ର ଏକ ଲାପଟପ୍ ଡିଲ୍ ବିଷୟରେ କହୁଛୁ, ଯେଉଁଥିରେ ଆପଣଙ୍କୁ ଲେନୋଭୋ ର ଧମାକାଦାର୍ ଲାପଟପ୍ ଉପରେ 39ହଜାର ଟଙ୍କାରୁ ଅଧିକ ରିହାତି ମିଳିପାରେ । ଆସନ୍ତୁ ଏହି ଡିଲ୍ ବିଷୟରେ ସବୁକିଛି ଜାଣିବା ।

ଲେନୋଭୋ ର ଲାପଟପ୍ କିଣନ୍ତୁ ବହୁତ ଶସ୍ତାରେ

ଆପଣଙ୍କୁ କହିରଖୁଛୁ କି ଆମେ ଏଇଠି ଲେନୋଭୋ Core i3 10th Gen – 15IML05 Thin and Light
ଲାପଟପ୍ ବିଷୟରେ କହୁଛୁ, ଯାହାର ମୂଲ୍ୟ ହେଉଛି 57,990 ଟଙ୍କା । ଫ୍ଲିପକାର୍ଟର ଇଲେକ୍ଟ୍ରୋନିକ୍ସ ସେଲ୍ ରେ ଏହି ଲାପଟପ୍ 19 ହଜାର ଟଙ୍କାର ରିହାତି ପରେ 38,990 ଟଙ୍କାରେ ବିକ୍ରି ହେଉଛି । ଯଦି ଆପଣ ଏହାର ପେମେଣ୍ଟ କୌଣସି ବି ବ୍ୟାଙ୍କର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଦ୍ୱାରା ଦେବେ, ତେବେ ଆପଣଙ୍କୁ 500 ଟଙ୍କାର ରିହାତି ମିଳିବ ଏବଂ ଯଦି ଆପଣ ଆଇଡ଼ିଏଫସି ବ୍ୟାଙ୍କର କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ଆଉ 1,500 ଟଙ୍କାର ରିହାତି ମିଳିବ । ଏହି ପ୍ରକାରରେ ବ୍ୟାଙ୍କ ଅଫର୍ କୁ ଯୋଗ କରି ଆପଣଙ୍କୁ ଦୁଇ ହଜାର ଟଙ୍କା ଆହୁରି ରିହାତି ମିଳିଯିବ,ଯେଉଁଥିରେ ଲାପଟପ୍ ର ମୂଲ୍ୟ 36,990 ଟଙ୍କା ହେଇଯିବ ।

ଲାପଟପ୍ କୁ ଏହିପରି କିଣନ୍ତୁ 39 ହଜାରରୁ ଅଧିକ ରିହାତିରେ

ଲେନୋଭୋ Core i3 10th Gen – 15IML05 Thin and Lightର ଏହି ଡିଲରେ ଏକ ଏକ୍ସଚେଞ୍ଜ୍ ଅଫର୍ ମଧ୍ୟ ଦିଆଯାଉଛି, ଯାହା ଦ୍ୱାରା ଆପଣ ପୁରୁଣା ଲାପଟପ୍ ବଦଳରେ ଏହି ଲାପଟପ୍ କୁ କିଣିଲେ ଆପଣ 18,100 ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ । ଯଦି ଆପଣଙ୍କୁ ଏହି ଏକ୍ସଚେଞ୍ଜ୍ ଅଫର୍ ର ସମ୍ପୂର୍ଣ୍ଣ ଲାଭ ମିଳିଯାଏ, ତେବେ ଆପଣ ଏହି ଲାପଟପ୍ କୁ 57,990 ଟଙ୍କା ବଦଳରେ 18,890 ଟଙ୍କାରେ କିଣି ପାରିବେ । ଏହାର ଅର୍ଥ ଏହା ହେଲା କି ସମୁଦାୟ ଆପଣ ଏହି ଡିଲରେ 39,100 ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ ।

ଲେନୋଭୋ ଲାପଟପ୍ ର ଫିଚର୍ସ

ଲେନୋଭୋ Core i3 10th Gen – 15IML05 Thin and Light ଲାପଟପ୍ ହେଉଛି ଅତି ପତଳା ଏବଂ ହାଲୁକା ଲାପଟପ୍ ଯାହା 15.6-ଇଞ୍ଚର ଫୁଲ୍ ଏଚଡ଼ି ଟିଏନ 220nits ଆଣ୍ଟି-ଗ୍ଲେୟର୍ ଡିସପ୍ଲେ ସହିତ ଆସିଥାଏ ଏବଂ ୱିଣ୍ଡୋଜ୍ 11 ହୋମ୍ ଅପରେଟିଂ ସିଷ୍ଟମରେ କାମ କରିଥାଏ ।ଡଲବି ଅଡିଓ ସହିତ ଷ୍ଟେରିଓ ସ୍ପିକର ସହିତ,ଏଥିରେ ଆପଣଙ୍କୁ 9 ଘଣ୍ଟା ପର୍ଯ୍ୟନ୍ତ ଏକ ଲମ୍ବା ବ୍ୟାଟେରୀ ଲାଇଫ୍ ମିଳିବ । ଏହି ଲାପଟପ୍ ଟଚପ୍ୟାଡ୍, ୱେବକ୍ୟାମ, ୟୁଏସବି ଏବଂ ଏଚଡ଼ିଏମଆଇ ପୋର୍ଟ ଏବଂ ମଲ୍ଟି କାର୍ଡ ସ୍ଲଟ୍ ଭଳି ଅନେକ ଫିଚର୍ ସହିତ ସଜ୍ଜିତ ହୋଇଛି ।

ଆପଣଙ୍କୁ କହିରଖୁଛୁ କି ଫ୍ଲିପକାର୍ଟ୍ ର ଏହି ଇଲେକ୍ଟ୍ରୋନିକ୍ସ ସେଲ୍ କେବଳ 28 ଫେବୃଆରୀ ଯାଏଁ ହିଁ ଜାରି ରହିବ ।

Leave A Reply

Your email address will not be published.