LPG ଗ୍ରାହକଙ୍କୁ ଶକ୍ତ ଝଟକା ! ଏପ୍ରିଲରୁ ଦୁଇଗୁଣ ହୋଇଯିବ ରୋଷେଇ ଗ୍ୟାସର ଦର

0

Get real time updates directly on you device, subscribe now.

ପେଟ୍ରୋଲିୟମ ଓ ଡିଜେଲ ର ମୂଲ୍ୟରେ ହ୍ରାସ ବୃଦ୍ଧି ଆମର ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ସେଥିପାଇଁ ଆମର ନଜର ପ୍ରତିଦିନ ଏହାର ମୂଲ୍ୟ ଉପରେ ଥାଏ । ତେବେ ହଠାତ୍ କମିଯାଇଛି ପେଟ୍ରୋଲ ଓ ଡିଜେଲ୍ ଦର । ପେଟ୍ରୋଲ ଓ ଡିଜେଲର ମୂଳ ମୂଲ୍ୟରେ ଏସବୁ ଯୋଡିବା ପରେ ଖୁଚୁରା ମୂଲ୍ୟ ସାମ୍ନାକୁ ଆସେ । ପେଟ୍ରୋଲ ଓ ଡିଜେଲ ତଥା ରନ୍ଧନ ଗ୍ୟାସ ଉପରେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ବା ଏକ୍ସାଇଜ୍ ଡ୍ୟୁଟି ଆଦାୟ କରନ୍ତି ଯାହା ସମଗ୍ର ଦେଶରେ ସମାନ ଅଟେ । ରାଜ୍ୟ ସରକାର ଭ୍ୟାଟ୍ ଆଦାୟ କରନ୍ତି । ରାଜ୍ୟଗୁଡ଼ିକରେ ଅଲଗା ଅଲଗା ଭ୍ୟାଟ୍ କାରଣରୁ ବିଭିନ୍ନ ରାଜ୍ୟ ଓ ସହରରେ ପେଟ୍ରୋଲ ଓ ଡିଜେଲର ଭିନ୍ନ ଦର ରହିଥାଏ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ , ଡିଜେଲ ଓ ରନ୍ଧନ ଗ୍ୟାସ ଉପରେ ଟିକସ ଆଦାୟ କରୁଛନ୍ତି ।

ତେବେ ଦିନ କୁ ଦିନ ତୈଳ ଦର ଯେପରି ବୃଦ୍ଧି ପାଉଛି ରନ୍ଧନ ଗ୍ୟାସ ମଧ୍ୟ ସେମିତି ବୃଦ୍ଧି ପାଇଛି । ଯାହା ଫଳରେ ଗ୍ରାହକ ଙ୍କ ଠାରେ ବଡ଼ ଅସନ୍ତୋଷ ଦେଖିବାକୁ ମିଳୁଛି । ପୁଣି ଆସିଚି ଏହି ଖବର । ପୁଣି ବଢିପାରେ ଗ୍ୟାସ ଦର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ୟାସ ଦର ଉପରୁ ଭ୍ୟାଟ୍‌ ବୃଦ୍ଧି ହେବା ପରେ ଏବେ ବିଭିନ୍ନ ରାଜ୍ୟ ପକ୍ଷରୁ ଭ୍ୟାଟ୍‌ ବୃଦ୍ଧି ପ୍ରକ୍ରିୟା ଜାରି ରଖିବେ । ବିଶ୍ୱରେ ଗ୍ୟାସର ବହୁତ ଅଭାବ ଦେଖାଦେଇଛି ଏବଂ ଏପ୍ରିଲରୁ ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ଦେଖିବାକୁ ମିଳିବ, ଯେଉଁ କାରଣରୁ ଏଠାରେ ଗ୍ୟାସର ମୂଲ୍ୟ ମଧ୍ୟ ଦ୍ୱିଗୁଣିତ ହୋଇପାରେ । ପେଟ୍ରୋଲ ଏବଂ ଡିଜେଲ ପରେ ବର୍ତ୍ତମାନ ଏଲ୍ ପି ଜି ଗ୍ୟାସ ମଧ୍ୟ ଗ୍ରାହକଙ୍କ ପକେଟକୁ ଖାଲି କରିବାକୁ ଯାଉଛି । ୟୁରୋପକୁ ଗ୍ୟାସ୍ ସପ୍ଲାଏ କରିବାର ବଡ଼ ଉତ୍ସ ହେଉଛି ଋଷ । ଅର୍ଥାତ୍ ୟୁକ୍ରେନ ଉପରେ ପଡିଥିବା ସଙ୍କଟ ଯୋଗୁଁ ଏହା ଉପରେ ପ୍ରଭାବ ପଡ଼ିପାରେ ।

କରୋନା ମହାମାରୀର ପ୍ରକୋପରୁ ବିଶ୍ୱର ଅର୍ଥନୀତି ଅବଶ୍ୟ ସୁଧୁରିଛି, କିନ୍ତୁ ଶକ୍ତିର ଚାହିଦା ବୃଦ୍ଧି ଯୋଗୁଁ ଏହାର ଯୋଗାର ହ୍ରାସ ଘଟିଛି । ଏହି କାରଣ ଯୋଗୁଁ ଗ୍ୟାସ ଦର ବୃଦ୍ଧି ପାଇଛି । ତେବେ ଋଷ ଓ ୟୁକ୍ରେନ ଯୁଦ୍ଧର ପ୍ରଭାବ ଚାରିଆଡ଼େ ଦୃଶ୍ୟମାନ ହେଉଛି ଏବଂ ବର୍ତ୍ତମାନ ଗ୍ୟାସ୍ ଉପରେ ମଧ୍ୟ ଏହାର ପ୍ରଭାବ ପଡିପାରେ । ବୈଷୟିକ ସ୍ତରରେ ଯେତେବେଳେ ସରକାର ପ୍ରାକୃତିକ ଗ୍ୟାସର ଘରୋଇ ମୂଲ୍ୟରେ ପରିବର୍ତ୍ତନ କରିବେ ସେତେବେଳେ ଏପ୍ରିଲ ମାସରୁ ରନ୍ଧନ ଗ୍ୟାସ ର ଅଭାବ ଦୃଶ୍ୟମାନ ହେବ । ତେବେ ଏପରି ଦେଶ ଦେଶ ଭିତରେ ଯୁଦ୍ଧ ଆଗକୁ ଅନେକ ସଙ୍କଟ ଭିତରେ ଦେଶ କୁ ପକାଇ ପାରେ । ବିଶ୍ୱରେ ଗ୍ୟାସ ଅଭାବ ହେତୁ ସିଏନଜି, ପିଏନଜି ଓ ବିଦ୍ୟୁତର ମୂଲ୍ୟ ବୃଦ୍ଧି ପାଇବ । ଯାହାର ପ୍ରଭାବ କେବଳ ସାଧାରଣ ଗ୍ରାହକଙ୍କ ଉପରେ ପଡ଼ିବ ।

Leave A Reply

Your email address will not be published.