ସଲମାନଙ୍କ ସହ ଛାୟି ଭଳି ରହୁଥିବା ବଡ଼ିଗାର୍ଡ ଶେରାରଙ୍କ ମାସିକ ଦରମା କେତେ ? ଜାଣନ୍ତୁ ……….

0

Get real time updates directly on you device, subscribe now.

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ନିଶ୍ଚୟ ଯେ ଏଇ କିଛିଦିନ ପୂର୍ବରୁ ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ ମିଳିଥିଲା । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତରଫରୁ ଇ-ମେଲ ଯୋଗେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି ।

ଏନେଇ ସଲମନଙ୍କ ଟିମ ପକ୍ଷରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ବିରୋଧରେ ମୁମ୍ବାଇର ବାନ୍ଦ୍ରା ଥାନାରେ ଅଭିଯୋଗ କରାଯାଇଛି । ଧମକ ପରେ ସଲମାନଙ୍କ ଘର ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ସଲମାନଙ୍କୁ ୱାଇ-ପ୍ଲସ ସୁରକ୍ଷା ଯୋଗାଇ ଦେଇଛି ମୁମ୍ବାଇ ପୋଲିସ

ତେବେ, ଆପଣ ଜାଣିଛନ୍ତି କି ସଲମାନ ଖାନ ତାଙ୍କ ସୁରକ୍ଷା ବାବଦରେ କେତେ କୋଟି ଟଙ୍କା ମାସକୁ ଖର୍ଚ୍ଚ କରନ୍ତି । ସେନେଇ ଆଜି ଆମେ ଆପଣଙ୍କୁ କହିବୁ ।

ବଲିଉଡ୍‌ର କେତେକ ପ୍ରମୁଖ ଅଭିନେତା ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ, ବ୍ୟକ୍ତିଗତ ସହାୟକ (ପର୍ସନାଲ ଆସିଷ୍ଟାଣ୍ଟ) କିମ୍ବା ଡ୍ରାଇଭରଙ୍କ ବେତନ ପରିମାଣ ଶୁଣିଲେ ନିଜକୁ ଆଶ୍ଚର୍ଯ୍ୟ ଲାଗିବ । ତେବେ ଏହା ନିରାଟ ସତ । ଲାଇଭ୍ ମିଣ୍ଟ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସଲମାନ ଖାନ୍‌ଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ଶେରା ପାରିଶ୍ରମିକ ବାବଦରେ ବର୍ଷକୁ ୨ କୋଟି ଟଙ୍କା ପାଇଥାନ୍ତି ।

ଅର୍ଥାତ ସଲମାନ ଖାନ ତାଙ୍କ ବଡିଗାର୍ଡ ଶେରାଙ୍କୁ ପ୍ରତି ମାସରେ ୧୫ ଲକ୍ଷ ଟଙ୍କା ଦରମା ଦିଅନ୍ତି । ସଲମାନ ଖାନଙ୍କ ଅଙ୍ଗରକ୍ଷୀ ଶେରା ସଲୁମିଆଙ୍କୁ ଭଗବାନ ଭଳି ମାନନ୍ତି ।

ଏକ ସାକ୍ଷାତକାର ସମୟରେ ଶେରା କହିଥିଲେ ଯେ ମଲିକର ଅର୍ଥ ଗୁରୁ ଏବଂ ମୋ ପାଇଁ ସଲମାନ ଖାନ ସବୁକିଛି । ସେ ମୋର ପରମେଶ୍ୱର । ଏକ ସାକ୍ଷାତକାରରେ ଶେରା କହିଥିଲେ ଯେ,ଯେ ପର୍ଯ୍ୟନ୍ତ ମୁଁ ବଞ୍ଚିଛି, ମୁଁ ସଲମାନ ଖାନଙ୍କ ସହ ରହିବି ଏବଂ ଭାଇଙ୍କ ସହ ସବୁଠି ଠିଆ ହେବି ।

ତାଙ୍କ ଉପରକୁ ଯେ କୌଣସି ବିପଦ ଆସିବ ସେ ସବୁକୁ ମୁଁ ପ୍ରଥମେ ସାମ୍ନା କରିବି ବୋଲି ଶେରା କହିଛନ୍ତି ।ସଲମାନ ଖାନ ମଧ୍ୟ ଶେରାଙ୍କୁ ଅଧିକ ବିଶ୍ୱାସ କରନ୍ତି । ଏହାପୂର୍ବରୁ ଶେରା ଅନେକ ପ୍ରସିଦ୍ଧ ସେଲିବ୍ରେଟ ମାଇକେଲ ଜ୍ୟାକସନ, ୱିଲ ସ୍ମିଥ ଓ ପ୍ୟାରିସ ହିଲଟନଙ୍କ ସୁରକ୍ଷା ଦାୟିତ୍ବରେ ଅର୍ଥାତ୍ ବଡିଗାର୍ଡ ଥିଲେ ।

କିନ୍ତୁ ଶେରା ଆଜକୁ ପ୍ରାୟ ୨୫ ବର୍ଷ ହେଲା ସଲମାନଙ୍କ ସୁରକ୍ଷା ଦାୟିତ୍ୱ ତୁଲାଉଛନ୍ତି । ଦେଶ ବିଦେଶର ଯେକୌଣସି ସ୍ଥାନକୁ ଯାଉଥିଲେ ସଲମାନଙ୍କ ସହ ଶେରାଙ୍କୁ ଦେଖିବାକୁ ମିଳିଥାଏ ।

Leave A Reply

Your email address will not be published.