ପେନ୍ସନ ଉପଭୋକ୍ତାଙ୍କ ପାଇଁ ଖୁସି ଖବର : ସରକାର ବଢ଼ାଇଲେ ପେନସନ ରାଶି,ଜାଣନ୍ତୁ ପୁରା ଖବର

0

Get real time updates directly on you device, subscribe now.

ବନ୍ଧୁଗଣ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (ଇପିଏଫ୍ଓ ) ଆକାଉଣ୍ଟଧାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର । ଇପିଏଫ୍ଓ ପେନସନଭୋଗୀଙ୍କୁ ରିହାତି ପ୍ରଦାନ କରିଛି । ଏହା ଅଧୀନରେ ଇପିଏଫ୍ଓ ​​ଗ୍ରାହକମାନେ ସେମାନଙ୍କ ନିଯୁକ୍ତି ଦାତାମାନଙ୍କ ସହିତ ମେ ୩, ୨୦୨୩ ସୁଦ୍ଧା ମିଳିତ ଭାବେ ଅଧିକ ପେନସନ୍ ପାଇଁ ଆବେଦନ କରିପାରିବେ ।

ଏହା ଆଗରୁ ଅଧିକ ପେନ୍‌ସନ୍‌ ଚୟନ କରିବାର ଶେଷ ତାରିଖ ମାର୍ଚ୍ଚ ୩, ୨୦୨୩ ଥିଲା । ବର୍ତ୍ତମାନ କର୍ମଚାରୀ ପେନସନ୍ ସ୍କିମ୍ ଇପିଏଫ୍ଓ ଅଧୀନରେ ଯେଉଁମାନେ ୨୦୧୪ ମସିହା ପରେ ଆକାଉଣ୍ଟ ଖୋଲିଛନ୍ତି, ସେମାନେ ମଧ୍ୟ ଅଧିକ ପେନସନ ପାଇବେ । ସୁପ୍ରିମକୋର୍ଟ ଆଦେଶ ଦେବା ପରେ ସରକାର ଏହାକୁ ଲାଗୁ କରିଛନ୍ତି ।

ବର୍ତ୍ତମାନ ଇପିଏଫଓ ଅଧିକ ପେନସନର ବିକଳ୍ପ ବାଛିବା ପାଇଁ ରାସ୍ତା ଖୋଲିଛି, ଯେଉଁଠାରେ ଅନଲାଇନ୍ ଆବେଦନ କରାଯାଇପାରିବ । କର୍ମଚାରୀଙ୍କ ଆବେଦନ ପାଇଁ ଅଧିକ ସମୟ ନାହିଁ, ଆଉ ମାତ୍ର ଗୋଟେ ମାସ ସମୟ ଅଛି । ସେମାନଙ୍କୁ ମେ ୩ ମଧ୍ୟରେ ଆବେଦନ କରିବାକୁ ପଡ଼ିବ ।

କର୍ମଚାରୀ ପେନସନ ଯୋଜନା,୧୯୯୫(ଇପିଏସ-୧୯୯୫) ଅଧୀନରେ ଏଣିକି ଅଧିକ ପେନସନ ପାଇପାରନ୍ତି ଯୋଗ୍ୟ କର୍ମଚାରୀ । କର୍ମୀ ତଥା ୟୁନିଅନ ଅଫ୍ ୱାର୍କର୍ସର ଚେୟାରମ୍ୟାନଙ୍କ ଦାବି ଅନୁଯାୟୀ, କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଯୋଗ୍ୟ ହିତାଧିକାରୀମାନଙ୍କୁ ଆବେଦନ କରିବା ପାଇଁ ସମୟସୀମାରେ ବୃଦ୍ଧି କରିଛି ।

ଇପିଏଫଓର ୟୁନାଇଟେଡ ମେମ୍ବର୍ସ ପୋର୍ଟାଲ ମାଧ୍ୟମରେ ଆପଣ ଆବେଦନ କରିପାରିବେ । ଗତବର୍ଷ ନଭେମ୍ବର ୪ ତାରିଖରେ ଜାରି ହୋଇଥିବା ଆଦେଶରେ କୁହାଯାିଛି ଯେ, ଇବପିଏଫଓର ସମସ୍ତ ଉପଭୋକ୍ତାଙ୍କୁ ଅଧିକ ପେନସନ ପାଇବା ପାଇଁ ୪ ମାସର ଆବେଦନ ସମୟ ଦେବା ଆବଶ୍ୟକ । ତେବେ ଏହି ଅବଧି ମାର୍ଚ୍ଚ ୩ ତାରିଖରେ ଶେଷ ହେବାକୁ ଥିବା ବେଳେ ବର୍ତ୍ତମାନ ଏହି ଅବଧିକୁ ମେ’ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ତେବେ ଏଥିପାଇଁ କର୍ମଚାରୀମାନଙ୍କୁ ଅଧିକାଂଶ ସମୟରେ ଲଗାତାର ଦାବି କରି ଆସୁଥିଲେ । ତେବେ ଏହି ଯୋଜନାର ଫାଇଦା ଉଠାଇବା ପାଇଁ ଆପଣ ନିକଟସ୍ଥ ଇପିଏଫଓ କାର୍ଯ୍ୟାଳୟରେ ପହଞ୍ଚନ୍ତୁ । ସେଠାରେ ନିଜର ଆବଶ୍ୟକୀୟ ତଥ୍ୟ ଏବଂ ଆପ୍ଲିକେସନ ପୂରଣ କରି ଡିପୋଜିଟ କରନ୍ତୁ ।

ବର୍ତ୍ତମାନ ଇପିଏସରେ କଣ୍ଟ୍ରିବ୍ୟୁସନ ପାଇଁ କର୍ମଚରେୀଙ୍କ ମାସିକ ସାଲାରୀ ୧୫,୦୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି । ତେବେ ଏହାପୂର୍ବରୁ ଅଗଷ୍ଟ ୨୨, ୨୦୧୪ର ଇପିଏସ୍ ସଂଶୋଧନ ପେନସନ୍‌ ଯୋଗ୍ୟ ବେତନ ସୀମାକୁ ମାସକୁ ୬,୫୦୦ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରିଥିଲା ।

Leave A Reply

Your email address will not be published.