ଆଇପିଏଲ ମଝିରେ କ୍ରିକେଟ୍ ଜଗତରେ ଶୋକର ଛାୟା, ଏହି ଭେଟେରାନ୍ ଖେଳାଳିଙ୍କ ନିଧନ ।

0

Get real time updates directly on you device, subscribe now.

ଭାରତୀୟ କ୍ରିକେଟ ଜଗତ ପାଇଁ ଦୁଃଖଦ ଖବର । ଆଉ ନାହାନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସଲିମ ଦୁରାନୀ । ୮୮ ବର୍ଷ ବୟସରେ ଆଖି ବୁଜିଛନ୍ତି ସଲିମ । ଗୁଜୁରାଟର ଜାମନଗରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସଲିମ ଦୁରାନୀ । ସେ କ୍ୟାନ୍ସରରେ ପୀଡିତ ଥିଲେ । ଗତ ଜାନୁଆରୀରେ ତାଙ୍କର ଜଙ୍ଘର ହାଡ ସର୍ଜରୀ ହୋଇଥିଲା ।

ସଲିମଙ୍କ ବିୟୋଗରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳାଯାଇଛି । ଗୁଜୁରାଟର ଜାମନଗରରେ ତାଙ୍କ ସାନଭାଇ ସହ ରହୁଥିଲେ ସଲିମ । ଅନେକ ବର୍ଷ ହେବ କ୍ୟାନ୍ସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ

ସଲିମ ଦୁରାନୀ ପ୍ରଥମ କ୍ରିକେଟର ଯିଏକି ପ୍ରଥମ ଅର୍ଜୁନ ପୁରସ୍କାର ଜିତିଥିଲେ । ୧୯୬୦ରେ ସେ ଅର୍ଜୁନ କ୍ରୀଡା ସମ୍ମାନରେ ସମ୍ମାନିତ ହୋଇଥିଲେ । ଭାରତ ପାଇଁ ସେ ୨୯ଟି ଟେଷ୍ଟ ମ୍ୟାଚ ଖେଳି ୧୨୦୨ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୭ଟି ଅର୍ଦ୍ଧଶତକ ରହିଛି

ଏହାଛଡା ସେ ୭୫ଟି ୱିକେଟ ହାସଲ କରିବାରେ ସଫଳ ହୋଇଥିଲେ । ତେବେ ଏହି ସ୍ପିନ ଅଲରାଉଣ୍ଡର ସଲିମ ଦୁରାନୀଙ୍କ ଜନ୍ମ ୧୧ ଡିସେମ୍ବର ୧୯୩୪ ମସିହାରେ ଆଫଗାନିସ୍ତାନର କାବୁଲରେ ହୋଇଥିଲା ।

ମାତ୍ର ୮ ବର୍ଷ ବୟସରେ ତାଙ୍କ ପରିବାର ପାକିସ୍ତାନ କରାଚିକୁ ଆସିଥିଲେ । ଏହାପରେ ଭାରତ ଓ ପାକିସ୍ତାନ ବିଭାଜନ ସମୟରେ ତାଙ୍କ ପରିବାର ଭାରତ ଆସିଥିଲେ । ୬୦-୭୦ ଦଶକରେ କ୍ରିକେଟରେ ଅଲରାଉଣ୍ଡର ପ୍ରଦର୍ଶନ କରି ଏକ ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ । ଭାରତ କ୍ରିକେଟ ଇତିହାସରେ ଦୁରାନୀ ଜଣେ ଜବରଦସ୍ତ ଅଲରାଉଣ୍ଡର ଭାବରେ ଜଣାଶୁଣା । ୧୯୬୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ମୁମ୍ବାଇ ଟେଷ୍ଟରେ ପଦାର୍ପଣ କରିଥିଲେ ।

ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ସଲିମ । ୧୯୬୧-୬୨ରେ କୋଲକାତା ଏବଂ ମାଡ୍ରାସାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟରେ ଭାରତ ବିଜୟୀ ହୋଇଥିଲା । ଏଥିରେ ସଲିମଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ସେ ଯଥାକ୍ରମେ ୮ଟି ଓ ୧୦ଟି ୱିକେଟ ହାସଲ କରିଥିଲେ ।

୧୯୭୩ରେ ଇଂଲଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ ସଲିମ । ଏହାପରେ କ୍ରିକେଟରୁ ସନ୍ୟାସ ନେଇଥିଲେ । ତେବେ କ୍ରିକେଟ ସହ ଫିଲ୍ମରେ ମଧ୍ୟ ଯାଦୁ ଦେଖାଇଛନ୍ତି ସଲିମ । ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି ମାରି ବଲିଉଡ ଫିଲ୍ମ ‘ଚରିତ୍ର’ରେ ଅଭିନୟ କରିଥିଲେ । ଏଥିରେ ପରବିନ ବାବି ଅଭିନେତ୍ରୀ ଥିଲେ । ‘ଏକ ମନସୁନ’ ଫିଲ୍ମରେ ମଧ୍ୟ ନଜର ଆସିଥିଲେ ସଲିମ ।

Leave A Reply

Your email address will not be published.