ଡ଼ାକ ବିଭାଗରେ ଆସିଲା ନୂଆ ସ୍କିମ୍,୪୦୦୦ ଟଙ୍କା ଦେଇ ପାଆନ୍ତୁ ୨୦ ଲକ୍ଷ ଟଙ୍କା।

0

Get real time updates directly on you device, subscribe now.

ଭାରତରେ ଏକ ସବୁଠାରୁ ପୁରୁଣା ଲାଇଫ ଇନ୍ସୁରାନ୍ସ ରହିଛି ଯାହା ସମ୍ପର୍କରେ ହୁଏତ ବହୁତ ଲୋକ ଅଜଣା ଅଛନ୍ତି, ଏହା ହେଉଛି ପୋଷ୍ଟ ଅଫିସ ଲାଇଫ୍ ଇନ୍ସୁରାନ୍ସ ୧୮୮୪ ମସିହାରେ ଆରମ୍ଭ ହୋଇଥିଲା ଏହି ଏହି ଯୋଜନା।ଏହି ଇନ୍ସୁରାନ୍ସ ପ୍ଲାନକୁ ରେଗୁଲେଟ୍ କରିଥାଏ ଗଭରମେଣ୍ଟ ଅଫ୍ ଇଣ୍ଡିଆ, ଏହାର ଅର୍ଥ ଆମର ଡିପୋଜିଟ୍, ପ୍ରିମିୟମ୍ ଏବଂ କଭର୍ ସବୁକିଛି ନିରାପଦ ରହିଥାଏ। ଏଥିରେ ଆମକୁ ଲୋ ପ୍ରିମିୟମ ଆଉ ହାଇ ବୋନସ୍ ମଧ୍ୟ ମିଳିଥାଏ।

ଅର୍ଥାତ୍ ସବୁଠୁ କମ୍ ପ୍ରିମିୟମରେ ବି ମେଚୁରିଟି ସମୟରେ ବି ବହୁତ ଭଲ କଭର୍ ମିଳି ଯାଇଥାଏ।ଖାଲି ସେତିକି ନୁହେଁ ସେକ୍ସନ ୮୦ସି ଅଣ୍ଡରରେ ଏଥିରେ ଆମକୁ ଟେକ୍ସ ରିବେଟ୍ ମଧ୍ୟ ମିଳିଥାଏ। ସାଧାରଣତଃ ପୋଷ୍ଟ ଅଫିସ ଲାଇଫ୍ ଇନ୍ସୁରାନ୍ସ ୨ ପ୍ରକାରର ହୋଇଥାଏ, ପୋଷ୍ଟାଲ ଲାଇଫ୍ ଇନ୍ସୁରାନ୍ସ ଓ ରୁରାଲ୍ ପୋଷ୍ଟାଲ ଲାଇଫ୍ ଇନ୍ସୁରାନ୍ସ। ପୋଷ୍ଟାଲ ଲାଇଫ୍ ଇନ୍ସୁରାନ୍ସ ସବୁ ବର୍ଗର କର୍ମଚାରୀଙ୍କ ପାଇଁ ପ୍ରସ୍ତୁତ କରା ଯାଇଥିଲା। ଯେମିତିକି ଯେଉଁ ମାନେ ସେଣ୍ଟ୍ରାଲ ଗଭରମେଣ୍ଟ ନଚେତ୍ ଷ୍ଟେଟ୍ ଗଭରମେଣ୍ଟ ଅଧିନରେ କାମ କରନ୍ତି।

କୌଣସି ପବ୍ଲିକ ସେକ୍ଟରରେ କାମ କରୁଥିବା କର୍ମଚାରୀ ପାରା ମିଲିଟାରୀ ଫୋର୍ସରେ କାମ କରୁଥିବା କର୍ମଚାରୀ, ଡାକ୍ତର, ଇଞ୍ଜିନିୟର, ପ୍ରଫେସର୍ ସମସ୍ତେ ପୋଷ୍ଟାଲ୍ ଲାଇଫ୍ ଇନ୍ସୁରାନ୍ସ ପାଇଁ ଆବେଦନ କରି ପାରିବେ। ଠିକ୍ ସେହିପରି ଯେଉଁମାନେ ଗ୍ରାମାଞ୍ଚଳରେ ରୁହନ୍ତି,

କୌଣସି ପ୍ରକାରର କର୍ମଚାରୀ ନୁହଁନ୍ତି ସେମାନେ ରୁରାଲ୍ ପୋଷ୍ଟାଲ ଲାଇଫ୍ ଇନ୍ସୁରାନ୍ସ ପାଇଁ ଆବେଦନ କରି ପାରିବେ। ପୋଷ୍ଟାଲ ଲାଇଫ ଇନ୍ସୁରାନ୍ସ ଓ ରୁରାଲ ପୋଷ୍ଟାଲ ଲାଇଫ୍ ଇନ୍ସୁରାନ୍ସ ମଧ୍ୟରେ ୬ ପ୍ରକାରର ପଲିସି ରହିଥାଏ।

ପ୍ରଥମେ ହେଉଛି ହଲ୍ ଲାଇଫ୍ ଇନ୍ସୁରାନ୍ସ ବା ସୁରକ୍ଷା ଦ୍ବିତୀୟତଃ କନ୍ଭେର୍ଟେବଲ୍ ହଲ୍ ଲାଇଫ୍ ଇନ୍ସୁରାନ୍ସ ବା ସୁବିଧା ତୃତୀୟ ହେଉଛି ଏଣ୍ଡୋମେଣ୍ଟ ଇନ୍ସୁରାନ। ଚତୁର୍ଥରେ ହେଉଛି ଜଏଣ୍ଟ ଲାଇଫ୍ ଇନ୍ସୁରାନ୍ସ ବା ୟୁଗଲ୍ ସୁରକ୍ଷା। ପଞ୍ଚମରେ ଆଣ୍ଟିସିପେଟେଡ ଏଣ୍ଡେମେଣ୍ଟ୍ ବା ସୁମଙ୍ଗଳ,ଷଷ୍ଠରେ ଆସୁଛି ଚିଲ୍ଡେନ୍ ପଲଷଷ୍ଠରେ ବାଲ୍ ଜୀବନବୀମା।

ଏହି ସବୁ ପଲିସି ମଧ୍ୟରୁ ଯଦି ଆମେ ବାଲ୍ ଜୀବନବୀମା ପଲିସିକୁ ଛାଡି ଦେବା ତେବେ ଆଉ ପାଞ୍ଚଟି ପଲିସି ମଧ୍ୟରୁ ସବୁଠୁ ଅଧିକ ବେନିଫିଟ୍ ବା ସବୁଠୁ ଅଧିକ ଲାଭ ଏଣ୍ଡିଓମେଣ୍ଟ ବା ସନ୍ତୋଷରୁ ହିଁ ମିଳିଥାଏ।

Leave A Reply

Your email address will not be published.