ଆସିଲା ବଡ଼ ଖୁସି ଖବର, ୪୪ ପ୍ରତିଶତ ବଢ଼ିବ ଦରମା! ଖୁସିରେ ନାଚି ଉଠିବେ କର୍ମଚାରୀ

0

Get real time updates directly on you device, subscribe now.

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଭଲ ଦିନ ଆସୁଛି । କାରଣ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ ସେ ଏହି ବଜେଟରେ ଏକ ନୂଆ ଘୋଷଣା କରିପାରନ୍ତି ବୋଲି ଏକ ସମ୍ଭାବନା ଅଛି । ୮ ବର୍ଷ ପୂର୍ବେ ଶେଷ ଥର ପାଇଁ ସପ୍ତମ ପେ କମିଶନ ଆସିଥିଲା ।

ଏଭଳି ପରିସ୍ଥିତିରେ ସରକାର ଅଷ୍ଟମ ବେତନ ଆୟୋଗ ଘୋଷଣା କରିବେ ନା ଏହି ସ୍ଥାନରେ ଏକ ନୂଆ ବ୍ୟବସ୍ଥା କରିବେ? ଏହା ଉପରେ ମଧ୍ୟ ଏକ ବଡ଼ ଘୋଷଣା ହୋଇପାରେ । ତେଣୁ ଆଗକୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆଉ ଏକ ଖୁସି ଖବର ଆସିବ ବୋଲି ଜଣା ପଡ଼ୁଛି ।

ସପ୍ତମ ବେତନ ଆୟୋଗ ପରେ ସରକାର ଖୁବ୍ ଶୀଘ୍ର ଅଷ୍ଟମ ବେତନ ଆୟୋଗ ଗଠନ କରିବାକୁ ଯାଉଛନ୍ତି । ଆସନ୍ତା ବର୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ୪୪ ପ୍ରତିଶତରୁ ଅଧିକ ବୃଦ୍ଧି ପାଇପାରେ ବୋଲି ମନେ କରାଯାଉଛି ।

ଏହା ସହିତ ଫିଟମେଣ୍ଟ ଫ୍ୟାକ୍ଟର୍ ବ୍ୟତୀତ ଅନ୍ୟ କୌଣସି ସୂତ୍ରରେ ଦରମା ସମୀକ୍ଷା କରା ଯାଇପାରେ । ଏହା ବ୍ୟତୀତ ପୁରୁଣା ଆୟୋଗ ତୁଳନାରେ ଏହି ବେତନ କମିଶନରେ ଅନେକ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିପାରେ ।

ସୂଚନଯୋଗ୍ୟ ଯେ ସପ୍ତମ ବେତନ ଆୟୋଗ ଅଧୀନରେ ବର୍ତ୍ତମାନ କର୍ମଚାରୀଙ୍କ ସର୍ବନିମ୍ନ ବେତନ ୧୮,୦୦୦ ଟଙ୍କା ଓ ସରକାର ଏହି ବେତନ ପାଇଁ ଫିଟମେଣ୍ଟ ଫ୍ୟାକ୍ଟର୍ ଲାଗୁ କରିଥିଲେ । ସେତେବେଳେ ଏହାକୁ ବହୁ ବିରୋଧ କରାଯାଇଥିଲା, କିନ୍ତୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମନେ କରିଥିଲେ ଯେ, କେନ୍ଦ୍ର କର୍ମଚାରୀଙ୍କ ବେତନ ସ୍ଥିର କରିବା ପାଇଁ କିଛି ନୂତନ ମାପ ବ୍ୟବହାର କରାଯିବା ଆବଶ୍ୟକ, ଯେଉଁ କାରଣରୁ ଫିଟମେଣ୍ଟ ଫ୍ୟାକ୍ଟର୍ କାର୍ଯ୍ୟକାରୀ କରାଯାଇଥିଲା, ଯେଉଁଥିରେ କର୍ମଚାରୀଙ୍କ ଦରମା ହିସାବ କରାଯାଇଥାଏ ।

ତେବେ ବନ୍ଧୁଗଣ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ସପ୍ତମ ବେତନ ଆୟୋଗରେ ଫିଟମେଣ୍ଟ ଫ୍ୟାକ୍ଟର୍ ୨.୫୭ ଗୁଣ ଥିଲା, ଯାହା ପରେ କର୍ମଚାରୀଙ୍କ ଦରମା ୧୪.୨୯ ପ୍ରତିଶତ ବୃଦ୍ଧି ପାଇଥିଲା । ଏହି ବୃଦ୍ଧି ଯୋଗୁଁ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା ।

ଆଉ ଏବେ ଜଣା ପଡୁଛି ଯେ ଆଗକୁ ଅଷ୍ଟମ ବେତନ ଆୟୋଗ ଅଧୀନ ଲାଗୁ ହେଲେ ଫିଟମେଣ୍ଟ ଫ୍ୟାକ୍ଟର୍ ୩.୬୮ ଗୁଣ ବୃଦ୍ଧି ପାଇପାରେ । ଯାହା ଫଳରେ କର୍ମଚାରୀଙ୍କ ଦରମା ୪୪.୪୪ ପ୍ରତିଶତ ବୃଦ୍ଧି ହୋଇପାରେ । ଆଉ ଯାହା ଦ୍ଵାରା କର୍ମଚାରୀଙ୍କ ସର୍ବନିମ୍ନ ଦରମା ସିଧାସଳଖ ୧୮,୦୦୦ରୁ ୨୬,୦୦୦ ଟଙ୍କାକୁ ବୃଦ୍ଧି ହୋଇପାରେ ।

Leave A Reply

Your email address will not be published.