କାହିଁକି ଅନୁଭବ କଲେନି ଶେଷ ଦର୍ଶନ ? କହିଲେ ‘ମୁଁ କିଛି କହିପାରିବି ନାହିଁ, ମୋତେ କହିବାକୁ ମନା କରାଯାଇଛି

0

Get real time updates directly on you device, subscribe now.

ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହ ଅସୁସ୍ଥ ଖବର ସାମ୍ନାକୁ ଆସିବା ପରଠାରୁ ତାଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଥିଲେ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ତେବେ ପିଣ୍ଟୁଙ୍କ ଦେହ ଅସୁସ୍ଥ ନେଇ ଅନୁଭବ କେବେ କ୍ୟାମେରା ସାମ୍ନାରେ କୌଣସି ପ୍ରତି-କ୍ରିୟା ଦେଇନାହାନ୍ତି ।

ତଥାପି ଚର୍ଚ୍ଚା ହେଉଥିଲା କି ପିଣ୍ଟୁ ନନ୍ଦଙ୍କ ଦିଲ୍ଲୀ ଯିବା ଓ ସେଠାରେ ରହିବା ପାଇଁ ସବୁ ବ୍ୟବସ୍ଥା କରିଥିଲେ ଅନୁଭବ । ଏପରିକି ଅନୁଭବ ଦିଲ୍ଲୀ ଯିବା ସହ ଡାକ୍ତରଙ୍କ ସହ ଯୋଗାଯୋଗରେ ମଧ୍ୟ ରହିଛନ୍ତି ବୋଲି ମଧ୍ୟ ଖବର ସାମ୍ନାକୁ ଆସିଥିଲା ।

ହେଲେ ଏହି କଥାରେ କେତେ ସତ୍ୟତା ଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।ପିଣ୍ଟୁ ନନ୍ଦଙ୍କ ସହ ଅନେକ ଫିଲ୍ମରେ କାମ କରିଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି । ହେଲେ ପିଣ୍ଟୁ ନନ୍ଦଙ୍କ ଦେହ ଅସୁସ୍ଥ ପରେ ତାଙ୍କୁ ସାହାଯ୍ୟ କରିବାକୁ ନେଇ ଚର୍ଚ୍ଚାରେ ରହିଥିବା ଅନୁଭବଙ୍କୁ ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ପରେ ଦେଖିବାକୁ ମିଳି ନଥିଲା । ଫିଲ୍ମ “ଅଭିମନ୍ୟୁ” ଚଳଚ୍ଚିତ୍ରରେ ଅନୁଭବ ଓ ପିଣ୍ଟୁ ନନ୍ଦଙ୍କ ନିଖୁଣ ଅନୁଭବ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା ।

ପରଦା ବାହାରେ ଥିବା ଦୁଇ ଭାଇଙ୍କ କେମିଷ୍ଟ୍ରି ପରଦା ଉପରେ ଆହୁରି ନିଖୁଣ ଭାବେ ନଜର ଆସିଥିଲା । ହେଲେ ପିଣ୍ଟୁ ନନ୍ଦଙ୍କୁ ଶେଷଥର ପାଇଁ ଦେଖିବାକୁ ଅନୁଭବ ଆସିଲେନି । ଏହା ପଛର କାରଣ ଜାଣିବା ପାଇଁ ଅନୁଭବଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରା ଯାଇଥିଲା । ହେଲେ ଏ ସମ୍ପ-ର୍କରେ କିଛି କହିବା ପାଇଁ ସିଧା ମନା କରି ଦେଇଥିଲେ ଅନୁଭବ ମହାନ୍ତି । ଅନୁଭବ ଖାଲି ଗୋଟିଏ କଥା କହିଥିଲେ, ପାରିବାରିକ ବିବାଦ ହେଉ କି ଅନ୍ୟ କେଉଁ କାରଣ କୌଣସି କଥା ବିଷୟରେ କିଛି କହିବାକୁ ତାଙ୍କୁ ମନା ।

ଆଉ ସେସବୁର କାରଣ ମୁଁ ନିଜେ ବି ଜାଣିନି ବୋଲି କହିଥିଲେ ଅନୁଭବ । ପିଣ୍ଟୁ ନନ୍ଦ ଦିଲ୍ଲୀ ଗଲାବେଳେ ତାଙ୍କର କିଛି ଦାୟିତ୍ଵ ଅନୁଭବ ବୁଝାବୁଝି କରୁଥିଲେ ବୋଲି ଏହାକୁ ନେଇ ଅନେକ ଚର୍ଚ୍ଚା ଉଠିଥିଲା । ପିଣ୍ଟୁ ନନ୍ଦଙ୍କ ପାଇଁ ଠିକ ସମୟରେ ଲିଭର ନମିଳିବାରୁ ସେ ଆଜି ଆମ ଗହଣରେ ନାହାନ୍ତି ।

ସମସ୍ତେ ଚାହୁଁଥିଲେ କି ପିଣ୍ଟୁ ନନ୍ଦ ସୁସ୍ଥ ହୋଇ ଶୀଘ୍ର ଆମ ଗହଣକୁ ଫେରି ଆସନ୍ତୁ ବୋଲି । ସେଥିପାଇଁ ତାଙ୍କ ଦେ-ହାନ୍ତ ପରେ ସମସ୍ତେ ଧାଇଁ ଆସିଥିଲେ । ହେଲେ ଅନୁଭବ ମହାନ୍ତି ପିଣ୍ଟୁ ନନ୍ଦଙ୍କୁ ଶେଷ ଦର୍ଶନ କରିବାକୁ ଆସିଲେନି । ଯାହାକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଜୋର ଧରିଲାଣି ।

Leave A Reply

Your email address will not be published.