ଭାରତରେ ଫ୍ୟାନରେ କାହିଁକି ଥାଏ ତିନୋଟି ବ୍ଲେଡ୍ ଆଉ ଆମେରିକାରେ ଫ୍ୟାନରେ ଥାଏ ଚାରୋଟି ବ୍ଲେଡ୍? କ’ଣ ରହିଛି ଏହା ପଛରେ ବୈଜ୍ଞାନିକ କାରଣ

0

Get real time updates directly on you device, subscribe now.

ଆପଣମାନଙ୍କ ଘରେ ଫ୍ୟାନ ତ ନିହାତି ଥିବ, ଗରମରୁ ଆରାମ ପାଇଁ ଫ୍ୟାନ ଏକ ସାଧାରଣ କଥା। ଆମ ଦେଶରେ ଅଧିକାଂଶ ସ୍ଥାନରେ ତିନୋଟି ବ୍ଲେଡ୍ ଦେଖିବାକୁ ମିଳେ,ହେଲେ ଏହାର କାରଣ କ’ଣ କେବେ ଖୋଜିଛନ୍ତି କି?

ଏହା ପଛରେ ଏକ ବଡ ବୈଜ୍ଞାନିକ ଦୃଷ୍ଟିକୋଣ ରହିଛି। ସେହିପରି ଆମେରିକାରେ ଥିବା ଫ୍ୟାନ୍ ଗୁଡିକ ଚାରି ପତି ବିଶିଷ୍ଟ, ଏହାର କାରଣ ଯେତିକି ରୋମାଞ୍ଚକ ସେତିକି ଆଶ୍ଚର୍ଯ୍ୟ ଜନକ ମଧ୍ୟ।

ଭାରତର ଜଳବାୟୁ ସାଧାରଣତଃ ଟିକେ ଅଧିକ ଗରମ, ତେଣୁ ସେହି ଅନୁପାତରେ ଟିକେ ଅଧିକ ପବନ ମଧ୍ୟ ଆବଶ୍ୟକ। ବିଜ୍ଞାନ କହେ ପଙ୍ଖାରେ ଅଧିକ ବ୍ଲେଡ୍ ରହିଲେ ପଙ୍ଖା ସେହି ଅନୁପାତରେ କମ୍ ପବନ ଦେଇଥାଏ

ଆଉ ପଙ୍ଖାରେ କମ୍ ବ୍ଲେଡ୍ ରହିଲେ ସେହି ଅନୁପାତରେ ଅଧିକ ପବନ ଦେଇଥାଏ ଆଉ ସେହି କାରଣରୁ ଆମ ଦେଶରେ ତିନି ବ୍ଲେଡ୍ ବିଶିଷ୍ଟ ପଙ୍ଖା ଦେଖିବାକୁ ମିଳିଥାଏ। କାରଣ ଏପରି ଦେଶରେ ଟିକେ ଅଧିକ ଥଣ୍ଡା ପବନ ଆବଶ୍ୟକ ହୋଇଥାଏ।

ତେଣୁ ଭାରତରେ ତିନି ପତି ବିଶିଷ୍ଟ ଫ୍ୟାନ ଅଧିକ ଦେଖାଯାଏ ।ଆମେରିକାରେ ସାଧାରଣତଃ ଜଳବାୟୁ ଥଣ୍ଡା ହୋଇଥିବାରୁ ସେଠାରେ କମ୍ ପବନ ଆବଶ୍ୟକ ପଡିଥାଏ, ସେହି ଦୃଷ୍ଟିରୁ ସେଠାରେ ଚାରି ପତି ବିଶିଷ୍ଟ ଫ୍ୟାନ ଦେଖାଯାଏ।

ସାଧାରଣତଃ ଥଣ୍ଡା ଦେଶ ଗୁଡିକରେ ଚାରି ପତି ବିଶିଷ୍ଟ ଫ୍ୟାନ ଅଧିକ ବ୍ୟବହାର କରାଯାଏ, ଆଉ ଏହାର ଆବଶ୍ୟକତା ବିଶେଷ ଭାବେ ଭ୍ୟାଣ୍ଟିଲେସନ୍ ପାଇଁ ପଡିଥାଏ।

ଥଣ୍ଡା ଅଞ୍ଚଳରେ ଯେହେତୁ କମ୍ ପବନ ଆବଶ୍ୟକ ସେଥିପାଇଁ ଆମେରିକା ଓ ଇଉରୋପ ଆଦି ଦେଶ ଗୁଡିକରେ ଚାରି ପତି ବିଶିଷ୍ଟ ଫ୍ୟାନ ଅଧିକ ବ୍ୟବହାର କରାଯାଏ।

କେବଳ ସିଲିଂ ଫ୍ୟାନ ନୁହେଁ ଆମେରିକାରେ ବ୍ୟବହାର ହେଉଥିବା ଟେବୁଲ ଫ୍ୟାନ ରେ ମଧ୍ୟ ଚାରୋଟି ବ୍ଲେଡ୍ ଲାଗିଥାଏ, କାରଣ ଯେତେବେଳେ ମଟର ରେ ଅଧିକ ଲୋଡ୍ ଦିଆଯାଏ ସେତେବେଳେ ତାହା ଧିରେ ଧିରେ ବୁଲିବା ଆରମ୍ଭ କରେ ଆଉ ପବନ କମ୍ ବାହାରେ।

Leave A Reply

Your email address will not be published.