ଛାଡ଼ପତ୍ର ପରେ ପୁଣି ଥରେ ବେଦୀରେ ବସିବେ କ୍ୟାପଟେନ,ହେବ ଇଂଜିନିୟରିଂ କନ୍ୟାଙ୍କ ସହ ବାହାଘର

0

Get real time updates directly on you device, subscribe now.

ହଁ ଆଜ୍ଞା ଦର୍ଶକବନ୍ଧୁ ପୁଣି ବିବାହ କରିବେ ବିଧାୟକ ଦିବ୍ୟ ଶଙ୍କର ମିଶ୍ର । ଯାହାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି । କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବ ମନ୍ତ୍ରୀ ପୁଣି ବିବାହ କରିବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଛି । ଏହାକୁ ନେଇ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି ।

ଦିବ୍ୟ ଶଙ୍କର ମିଶ୍ର ନିଜ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍‌ ଦେକୋଟ ଗାଁର ଭବାନୀ ଅଗସ୍ତିଙ୍କ ଝିଅ ପ୍ରିୟଙ୍କା ଅଗସ୍ତିଙ୍କୁ ବିବାହ କରିବାକୁ ଯାଉଛନ୍ତି । ଯିଏକି ଜଣେ ଇଞ୍ଜିନିୟର ଅଟନ୍ତି । ଆସନ୍ତା ଫେବ୍ରୁଆରି ଶେଷ ‌ସପ୍ତାହରେ ପୁରୀ ଠାରେ ବିବାହ କରିବେ ବୋଲି ସୂଚନା ମିଳିଛି । ‌

ଏହା ଉଭୟଙ୍କ ଦ୍ୱିତୀୟ ବିବାହ ହେବ ବୋଲି ଜଣାପଡ଼ିଛି । ଦିବ୍ୟ ଶଙ୍କର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ । କୌଣସି କାରଣକୁ ନେଇ ସେ ଛା-ଡ଼ପ-ତ୍ର ଦେଇଥିଲେ । ବର୍ତ୍ତମାନ ଦିବ୍ୟ ଶଙ୍କରଙ୍କ ପୁଅ ଦୁବାଇରେ ପାଠ ପଢ଼ୁଥିବା ଜଣାପଡ଼ିଛି ।

ଏ ଖବରକୁ ନେଇ ଏବେ କଳାହାଣ୍ଡି ଜିଲ୍ଲା ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାଥାଉ କି, ମମିତା ମେହେର ହ-ତ୍ୟାକା-ଣ୍ଡ ଘ-ଟଣା ହେଉ କି ଅର୍ଚ୍ଚନା ନାଗଙ୍କ ଲିଙ୍କକୁ ନେଇ ହେଉ ସବୁବେଳେ କଳାହାଣ୍ଡି ଚର୍ଚ୍ଚାରେ ରହିଆସିଛି ।

ବନ୍ଧୁଗଣ ଗତକାଲି ମଧ୍ୟ ଅନ୍ୟ ଏକ ବଡ଼ ଖବର ସମ୍ନାକୁ ଆସିଥିଲା ତାହା ହେଲା କି, ଓଡ଼ିଶାର ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଆଗକୁ ଖୁବ ଶୀଘ୍ର ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଅନନ୍ୟାଙ୍କ ସହିତ ଚଞ୍ଚଳଙ୍କ ନିର୍ବନ୍ଧ ସମ୍ବଲପୁରରେ ଖୁବ ନିଡାମ୍ବର ଭାବରେ ଅନୁଷ୍ଠିତ ହୋଇ ଯାଇଛି । ଗତ ରବିବାର ଦିନ ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନି-ର୍ବନ୍ଧ ଶେଷ ହୋଇଛି । ଆଉ ଶୁବ୍ ଶୀଘ୍ର ମଧ୍ୟ ଉଭୟଙ୍କ ବିବାହ ବେଶ୍ ଧୁମଧାମରେ ହେବା ନେଇ ସୂଚନା ମିଳିଛି ।

ମୁଖ୍ୟ କଥା ହେଲା ଯେ ଏହା ହେଉଛି ଉଭୟଙ୍କର ଦ୍ବତୀୟ ବିବାହ । ତେବେ ନିର୍ବନ୍ଧ ସମୟର ଉଭୟ ଜିଲ୍ଲାପାଳଙ୍କ କିଛି ଫଟୋ ସୋସିଆଲ ମିଡ଼ିଆରେ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକି କାଲି ଦିନ ସାରା ଚର୍ଚ୍ଚାର ବିଷୟ ପାଲଟିଥିଲା । ପ୍ରକାଶ ଥାଉକି ଆସାମର ଝିଅ ଅନନ୍ୟା ଦାସ ପୂର୍ବରୁ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ. ଅଖତରଙ୍କୁ ବିବାହ କରିଥିଲେ ।

ପାରିବାରିକ କ-ଳହ ହେବାରୁ ଉଭୟ ପରସ୍ପରକୁ ଛା-ଡପ-ତ୍ର ଦେଇଥିଲେ । ସେହିପରି ଓଡ଼ିଶାରେ ପଢ଼ିଥିବା ତଥା ବଢ଼ିଥିବା ଚଞ୍ଚଳ ରଣା ପୂର୍ବରୁ ରାୟଗଡା ବର୍ତ୍ତମାନ ଜିଲ୍ଲାପାଳ ସ୍ବଧା ଦେବ ସିଂହଙ୍କୁ ବିବାହ କରିଥିଲେ । ସେମାନେ ମଧ୍ୟ ନିକଟରେ ସମାନ କାରଣରୁ ପରସ୍ପରକୁ ଛା-ଡପ-ତ୍ର ଦେଇ ଥିଲେ ।

Leave A Reply

Your email address will not be published.