Ind vs Aus ସିରିଜ ମଧ୍ୟରେ ଅବସର ନେବେ କି ଚେତେଶ୍ୱର ପୂଜାରା ? ମ୍ୟାଚ ପୂର୍ବରୁ ଦେଲେ ଏମିତି ଏକ ବଡ଼ ମନ୍ତବ୍ୟ..

0

Get real time updates directly on you device, subscribe now.

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡ଼ର ଗାଭାସ୍କର ଟ୍ରଫିର ଦ୍ଵିତୀୟ ଟେଷ୍ଟ ମ୍ୟାଚ 17 ତାରିଖ ଦିନ ଦିଲ୍ଲୀରେ ଖେଳାଯିବ ଓ ଏହିଦିନ ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କ ପାଇଁ ଏହି ଟେଷ୍ଟ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି କାରଣ ଏହି ଟେଷ୍ଟ ପୂଜାରାଙ୍କ ପାଇଁ 100 ତମ ମ୍ୟାଚ ହେବାକୁ ଯାଉଛି। ଏହି ଟେଷ୍ଟରେ ସେ ଅବସର ନେବେ ବୋଲି ସୂଚନା ମିଳୁଛି।

ଚେତେଶ୍ୱର ପୂଜାରା ନିଜର ସନ୍ୟାସ ଉପରେ କହିଲେ ଏହିକଥା:-

ଭାରତର ସିନିଅର ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ନିଜର 100 ତମ ଟେଷ୍ଟ ମ୍ୟାଚ ଖେଳିବାକୁ ପ୍ରସ୍ତୁତ ରହିଛନ୍ତି। ସେପଟେ ସେ ନିଜର ବୟସକୁ ନେଇ ଚାଲୁଥିବା ସମସ୍ୟା ଉପରେ ଧ୍ୟାନ ଦେବାକୁ ଚାହୁଁନାହାନ୍ତି।

ଏହି 35 ବର୍ଷୀୟ ବ୍ୟାଟ୍ସମ୍ୟାନ କହିଛନ୍ତି ସେ ଅବସରର ତାରିଖ ତୟ କରିନାହାଁନ୍ତି କିନ୍ତୁ ଏହି ମ୍ୟାଚ ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଇଏସପିଏନ କ୍ରିକଇନ୍ଫୋକୁ ସୂଚନା ଦେଇ ସେ କହିଥିଲେ, ମୁଁ ମୋ ଅବସର ଉପରେ ଅଧିକ ଭାବିବାକୁ ଚାହୁଁନାହିଁ। କେତେ ସମୟ ଖେଳିବି ଏହା ବିଷୟରେ ଭାବିବା ଅପେକ୍ଷା ଯେଉଁ ମ୍ୟାଚ ଖେଳିବି ତାହା ଉପରେ ଭାବିବି।

ଖେଳର ମଜା ନେବା ମହତ୍ତ୍ୱପୂର୍ଣ୍ଣ:-

ଚେତେଶ୍ୱର ପୂଜାରା କହିଲେ, ଖେଳର ମଜା ଉଠାଇବା ଗୁରୁତ୍ୱପୂର୍ଣ୍ଣ ଅଟେ। ଚେତେଶ୍ୱର ପୂଜାରା କୁହନ୍ତି, ନିଜ ଯୋଗଦାନ ଦେବା ଗୁରୁତ୍ୱପୂର୍ଣ୍ଣ ଅଟେ ଯଦି ଆପଣ ନିଜର ଦକ୍ଷତା ଅନୁଯାୟୀ, ଯୋଗଦାନ ଦେଇ ପାରନ୍ତିନାହିଁ ତାହେଲେ ପରବର୍ତ୍ତୀ ପଦକ୍ଷେପ ଉପରେ ଭାବିପାରିବେ

ଆପଣଙ୍କୁ ଜଣାଇଦେଉଛୁ କି, ଚେତେଶ୍ୱର ପୂଜାରା ଶୁକ୍ରବାର ଦିନ ମୈଦାନରେ ପାଦ ରଖିବା ମାତ୍ରକେ 100 ଟେଷ୍ଟ ନିଜ ନାମରେ କରିବେ ଓ ଭାରତ ପାଇଁ 13 ତମ ଖେଳାଳି ହେବେ ଯିଏକି ଟେଷ୍ଟରେ 100 ତମ ଟେଷ୍ଟ ଖେଳିଛନ୍ତି।

2010 ରେ କରିଥିଲେ ଡେବ୍ୟୁ:-

ପୂଜାରା 2010 ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ଓ ଏହାପରେ ସେ ଟେଷ୍ଟ ବିଶେଷଜ୍ଞ ରୂପରେ ନିଜର ବିଶେଷ ପରିଚୟ ସୃଷ୍ଟି କଲେ। ତାଙ୍କର 100 ତମ ଟେଷ୍ଟ ମ୍ୟାଚରେ ତାଙ୍କର ପରିବାର ଏଠାରେ ଉପସ୍ଥିତ ରହିବେ।

ଏଥିରେ ପୂଜାରା କହିଥିଲେ,, ହଁ ଏହା ମୋର 100 ତମ ଟେଷ୍ଟ ମ୍ୟାଚ ହେବ ତଥାପି ଆପଣଙ୍କୁ ନିଜ ଦଳପାଇଁ ଯୋଗଦାନ ଦେବାକୁ ହେବ ଓ ମ୍ୟାଚ ବିଷୟରେ ଧ୍ୟାନ ଦେବାକୁ ହେବ। ଆମେ ଅଷ୍ଟ୍ରେଲିଆ ବିପକ୍ଷରେ ମହତ୍ତ୍ୱପୂର୍ଣ୍ଣ ଟେଷ୍ଟ ଖେଳୁଛୁ ଯାହାକି ଆମକୁ ବିଶ୍ୱ ଟେଷ୍ଟ ଚମ୍ପିୟାନଶିପରେ ଫାଇନାଲରେ ପହଞ୍ଚାଇବ।

Leave A Reply

Your email address will not be published.