ଲାଇଟ ଲଗେଇ ଶୋଇଲେ ହୋଇପାରେ ଏହି ଅସୁବିଧା

0

Get real time updates directly on you device, subscribe now.

ଆପଣମାନେ ରାତିରେ ଶୋଇବା ସମୟରେ ଶୋଇବା ଘରେ ଆଲୋକ ଲଗାଇ ଶୋଉଛନ୍ତି କି? ଆପଣ ମାନଙ୍କ ମଧ୍ୟରୁ ଅନେକ ଲୋକ ଅଛନ୍ତି ଯେଉଁମାନେ ରାତିରେ ଶୋଇବା ସମୟରେ ଶୋଇବା ଘରେ ଆଲୋକ ଜଳାଇ ଶୋଇବାକୁ ପସନ୍ଦ କରିଥାନ୍ତି ଏବଂ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଶୋଇବା ସମୟରେ ରାତିରେ ଆଲୋକ ଜଳାଇ ଶୋଇବାକୁ ପସନ୍ଦ କରିଥାନ୍ତି କାରଣ ସେମାନଙ୍କୁ ଶୋଇବା ସମୟରେ ଅନ୍ଧାରରେ ରହିବାକୁ ଭଲ ବା ଭୟ ଲାଗିଥାଏ।

ଏହା ଉପରେ ଅଧ୍ୟୟନ କରିବା ପରେ ଜାଣିବାକୁ ମିଳିଛି କି ଶୋଇବା ସମୟରେ ଆଲୋକ ଜଳାଇ ଶୋଇଲେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ ଏବଂ ଏହା ସିଧାସଳଖ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।ତେଣୁ ଶୋଇବା ସମୟରେ ଲାଇଟ ଲଗାଇ ଶୋଇବା ସ୍ବାସ୍ଥ୍ୟ ପାଇଁ ଭଲ ହୋଇନଥାଏ।

ଏହି ଘଟଣା ଉପରେ ଅଧ୍ୟୟନ ପରେ ଜାଣିବାକୁ ମିଳିଛି କି ଶୋଇବା ସମୟରେ ଆଲୋକ ଜଳାଇ ଶୋଇଲେ ମଣିଷର ରୋଗ ପ୍ରତିରୋଧକ ଶକ୍ତି ଇଣ୍ଟେଷ୍ଟାଇନ୍ ରେ କ୍ଷରିତ ହୋଇଥାଏ କିନ୍ତୁ ଏହା କାମ କରିନଥାଏ ।

ଏହା ଇଣ୍ଟେଷ୍ଟାଇନରେ ଅନବରତଃ କ୍ଷରିତ ହୁଏ କିନ୍ତୁ ଏହା ବ୍ୟବହାର ଯୋଗ୍ୟ ହୋଇନଥାଏ।ଏମିତି କିଛି ଜାଣିବାକୁ ମିଳିଛି ଯେ ଅନେକ ସମୟ ଟିଭି, ମୋବାଇଲ ସହ ଜଡ଼ିତ ହେଉଥିବା ଲୋକ ଏହି ରୋଗର ଆକ୍ରାନ୍ତ ହୋଇଥାନ୍ତି ଏବଂ ରାତିରେ ଶୋଇବା ସମୟରେ ଅନେକ ରାତି ପର୍ଯ୍ୟନ୍ତ ମୋବାଇଲ ବ୍ୟବହାର କରୁଥିବା ମହିଳା ମାନଙ୍କର ଓଜନ ବୃଦ୍ଧି ହେଉଥିବା ପରିକ୍ଷଣରୁ ଜାଣିବାକୁ ମିଳିଛି।

ସେହିପରି ରାତିରେ ଆଲୋକ ଜଳାଇ ଶୋଇଲେ ମେଲାଟନିନ ହର୍ମନ କ୍ଷରିତ ହୋଇନଥାଏ ବା ଏହାର ପରିମାଣ କମିବାରେ ଲାଗିଥାଏ।ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି ଯେ ଏହି ଅଭ୍ୟାସ ଦ୍ଵାରା କର୍କଟ ଏବଂ ମଧୁମେହ ଭଳି ରୋଗର ଆରମ୍ଭ ମଧ୍ୟ ହୋଇଥାଏ।ଏହି ଅଭ୍ୟାସ ଦ୍ଵାରା ମଧୁମେହର ଦ୍ୱିତୀୟ ଭାଗର ଲକ୍ଷଣ ଦେଖିବାକୁ ମିଳିଥାଏ।ତେଣୁ ଆପଣମାନେ ସଜାଗ ହୋଇଯାଆନ୍ତୁ ଏବଂ ଏହି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ।

Leave A Reply

Your email address will not be published.