ହାର୍ଦ୍ଦିକ ପାଣ୍ଡ୍ୟା ପୁଣିଥରେ କରିବାକୁ ଯାଉଛନ୍ତି ବିବାହ, ଜାଣନ୍ତୁ କିଏ ଅଟେ ସେହି ଝିଅ

0

Get real time updates directly on you device, subscribe now.

ଆମ ଦେଶରେ ଆଜିକାଲି ବିବାହର ଋତୁ ସବୁଆଡେ ମାଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟି, ବ୍ୟବସାୟୀ ଏବଂ ରାଜନେତାଙ୍କ ଘରେ ବିବାହ ଶେଷ ହୋଇଛି। ତେବେ ଆଉ ଜଣେ ସେଲିବ୍ରିଟି ଏହି ତାଲିକାରେ ପ୍ରବେଶ କରିଛନ୍ତି। ସେ ହେଉଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା।

ରିପୋର୍ଟ ଅନୁସାରେ ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। 2020 ମସିହାରେ ପାଣ୍ଡ୍ୟା ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଷ୍ଟେନକୋବିକ ସହ କୋର୍ଟ ବିବାହ କରିଥିଲେ। ଉଭୟଙ୍କର ଅଗସ୍ତ୍ୟ ନାମକ ଏକ ପୁଅ ମଧ୍ୟ ଅଛି। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ନିଜ ଗର୍ଲଫ୍ରେଣ୍ଡ ନତାଶା ଷ୍ଟେନକୋବିକଙ୍କୁ ବିବାହ କରିବାକୁ ଯାଉଛନ୍ତି।

2020 ରେ ଦୁହେଁ ବହୁତ ଶୀଘ୍ର ଶୀଘ୍ର ବିବାହ କରିଥିଲେ। ଉଭୟ ଆରମ୍ଭରୁ ଏକ ବଡ ଗ୍ରାଣ୍ଟ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ପରିସ୍ଥିତି କାରଣରୁ ସେମାନେ ତାହା କରିପାରିନଥିଲେ। ପାଣ୍ଡ୍ୟା ବର୍ତ୍ତମାନ ଛୁଟିରେ ଅଛନ୍ତି। ସେଥିପାଇଁ ଏହି ଖାଲି ସମୟରେ ଦୁହେଁ ସେମାନଙ୍କର ଏହି ପୁରୁଣା ଇଚ୍ଛା ପୂରଣ କରିବାକୁ ଚେଷ୍ଟା କରୁଛନ୍ତି।

ଉଭୟଙ୍କ ପରିବାର ଏହି ବିବାହକୁ ନେଇ ବହୁତ ଉତ୍ସାହିତ ଥିବା କୁହାଯାଉଛି।ରାଜା ଏବଂ ମହାରାଜାଙ୍କ ସ୍ଥାନ ଅର୍ଥାତ ରାଜସ୍ଥାନ ଏକ ବିବାହ ସ୍ଥଳ ଭାବରେ ପ୍ରସିଦ୍ଧ ହେବାରେ ଲାଗିଛି। ଦେଶର ପ୍ରତ୍ୟେକ ଜଣାଶୁଣା ବ୍ୟକ୍ତି ନିଜ ଜୀବନ ସାଥୀ ସହିତ ଏଠାରେ ଥିବା ସୁନ୍ଦର ଏବଂ ଐତିହାସିକ ଦୁର୍ଗ ପରିଦର୍ଶନ କରିବାକୁ ଚାହାଁନ୍ତି।

ଏହି ଲୋକମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋବିକ୍ ମଧ୍ୟ ଅନ୍ତର୍ଭୁକ୍ତ। ଉଭୟଙ୍କ ଗ୍ରାଣ୍ଡ ବିବାହ ଉଦୟପୁରରେ ଅନୁଷ୍ଠିତ ହେବ। 14 ଫେବୃଆରୀ ଅର୍ଥାତ୍ ଭାଲେଣ୍ଟାଇନ୍ସ ଡେ’ରେ ଉଭୟ ବିବାହ କରିବେ। ଫେବୃଆରୀ 13 ରୁ ବିବାହ ସମାରୋହ ଆରମ୍ଭ ହେବ, ଯାହା ଫେବୃଆରୀ 16 ପର୍ଯ୍ୟନ୍ତ ଚାଲିବ। କୁହାଯାଉଛି ଯେ ଏହି ଦମ୍ପତି ଗତ ବର୍ଷ ନଭେମ୍ବରରେ ଏହି ବିବାହ ଯୋଜନା କରିଥିଲେ।

ନତାଶା ଷ୍ଟାନକୋବିକ୍ କିଏ?

ସର୍ବିୟାଇର ମଡେଲ ନତାଶା ଷ୍ଟାନକୋବିକ୍ ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି। ସେ ସତ୍ୟଗ୍ରାହ, ଡେଡ଼ି ଏବଂ ଫୁକ୍ରେ ରିଟର୍ନସ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ 2014 ରେ ବିଗ୍ ବସ୍ ସିଜନ୍ 8 ରେ ମଧ୍ୟ ନଜର ଆସିଥିଲେ।

Leave A Reply

Your email address will not be published.