ବାହାଘର ଭୋଜିକୁ ଯାଉଥିଲେ ଚଢ଼ିଗଲା ବସ ଆରପାରିରେ ପୂରା ପରିବାର

0

Get real time updates directly on you device, subscribe now.

ଭଗବାନଙ୍କ ସୃଷ୍ଟିରେ ଏହା ହେଉଛି ଏକ ଏମିତି ସତ୍ୟ ଯାହା କେହି ଆସିବାକୁ ଚାହାଁନ୍ତି ନାହିଁ କିନ୍ତୁ ଏହା ନିଶ୍ଚୟ ଆସିଥାଏ । ଜନ୍ମ ଅଛି ମାନେ ମୃ-ତ୍ୟୁ ସୁନିଶ୍ଚିତ । ମୃ-ତ୍ୟୁକୁ କେହି କେବେ ଏଡ଼ାଇ ଦେଇ ପାରେ ନାହିଁ ।

ଆଉ ଏହି ମୃ-ତ୍ୟୁ ଯେ କେତେବେଳେ କାହା ରୂପରେ ଆସି ସାମ୍ନାରେ ଛିଡା ହୋଇଯିବ ତାହା କହିହେବ ନାହିଁ । ମୃ-ତ୍ୟୁ କେବେ, କେଉଁଠି ଏବଂ କେତେବେଳେ ହେବ ତାହା କେହି କହି ପାରିବେ ନାହିଁ । ହଠାତ୍ ଦୁର୍ଘ-ଟଣାରେ ଭାଙ୍ଗିଗଲା ସୁନାର ସଂସାର ।

ଜାତୀୟ ରାଜପଥ-୨୬ର ବଲାଙ୍ଗୀର-ଦେଓଗାଁ ମଝି ସିନଖମନ ଛକ ନିକଟରେ ଘଟିଥିବା ସଡ଼କ ଦୁର୍ଘ-ଟଣାରେ ଗୋଟିଏ ପରିବାର ପୂରା ଛାରଖାର ହୋଇ ଯାଇଛି । ନିମିଷକ ମଧ୍ୟରେ ଉଜୁଡ଼ି ଗଲା ସୁନାର ସଂସାର ।

ଦୁର୍ଘ-ଟଣା ସ୍ଥଳରେ ହିଁ ସ୍ୱାମୀ ସରୋଜ ପଶାୟତଙ୍କ ମୃ-ତ୍ୟୁ ହୋଇଥିବା ବେଳେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ କରିସ୍ମା ଓ ତିନିବର୍ଷ ବୟସର ଝିଅ ରମ୍ୟା ଆଖି ବୁଜିଛନ୍ତି । ଅନ୍ୟପଟେ ଏବେ ବି ବୁର୍ଲା ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛି ୧୫ ମାସର ପୁଅ ରେୟାଂଶ ।

ତେବେ ବନ୍ଧୁଗଣ ସୂଚନା ଅନୁସାରେ, ଗୁରୁବାର ଟିଟିଲାଗଡ଼ ବ୍ଲକ୍‌ ଉଡ଼ାର ଗାଁର ସରୋଜ ପଶାୟତ ତାଙ୍କ ପରିବାର ସହ ବାଇକ୍‌ ଯୋଗେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସକାଳୁ ବାହାରିଥିଲେ ।

ବଲାଙ୍ଗୀର ସଦର ଥା-ନା ଖୁଜେନପାଲି ଗାଁର ତାଙ୍କ ମାମୁଶ୍ୱଶୁରଙ୍କ ଝିଅ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା । ଭଉଣୀର ବାହାଘରରେ ଯୋଗଦେବାକୁ ଥିବାରୁ ବେଶ୍‌ ଖୁସିଥିଲେ କରିସ୍ମା । ହସଖୁସିରେ ପୂରା ପରିବାର ବାହାରିଥିଲେ ।

କିନ୍ତୁ ରାସ୍ତାରେ  ଛକି ବସିଥିଲା ମୃ-ତ୍ୟୁ । ସିନଖମନ ଛକଠାରେ ବଲାଙ୍ଗୀରରୁ ଟିଟିଲାଗଡ଼ ପଟକୁ ଯାଉଥିବା ଗଣପତି ବସ୍‌ ସହିତ ପିଟି ହୋଇଥିଲା ବାଇକ୍‌ । ଘଟ-ଣା ସ୍ଥଳରେ ସରୋଜଙ୍କ ମୃ-ତ୍ୟୁ ଘଟିଥିଲା ।

ଗୁରୁ-ତର ତିନିଜଣଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲକୁ ଆଣିଥିଲେ । ଅବସ୍ଥା ସଂକ-ଟାପନ୍ନ ହେବାରୁ ସେମାନଙ୍କୁ ସେଠାରୁ ବୁର୍ଲା ପଠା ଯାଇଥିଲା । ଆଉ ସେଠାରେ ପତ୍ନୀ କରିସ୍ମା ଓ ତିନିବର୍ଷ ବୟସର ଝିଅ ରମ୍ୟା ଆଖି ବୁଜି ଦେଇଥିଲେ । ଏବେ ହସପିଟାଲରେ ଜୀବନ ସହ ସଂଗ୍ରାମ କରୁଛି ସରୋଜଙ୍କ କୁଳନନ୍ଦନ ୧୫ ମାସର ପୁଅ ରେୟାଂଶ ।

Leave A Reply

Your email address will not be published.