କ୍ୟାନ୍ସର ଆଶଙ୍କାକୁ ବଢ଼ାଏ ଏହି ଖାଦ୍ୟ, ଯଦି ଖାଉଛନ୍ତି ତେବେ ହୋଇଯାନ୍ତୁ ସାବଧାନ୍‌

0

Get real time updates directly on you device, subscribe now.

ଆଜିକାଲି ଡବା ବନ୍ଦ ଖାଦ୍ୟ ଖାଇବାର ଟ୍ରେଣ୍ଡ ଚାଲିଛି । ଦୋକାନ ହେଉ ଅବା ମଲ୍‌ ପ୍ରତ୍ୟେକ ଜାଗାରେ ଡବା ବନ୍ଦ ଖାଦ୍ୟ ଗଦା ହୋଇଛି । ଅଧିକାଂଶ ଲୋକ ଡବା ବନ୍ଦ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏକ ଷ୍ଟଡି ଅନୁସାରେ, ଏହି ଖାଦ୍ୟ ଖାଇବା ଦ୍ୱାରା କ୍ୟାନ୍ସର ହେବାର ଆଶଙ୍କା ଅଧିକ ବଢ଼ିଯାଉଛି ।

ଏଥିପାଇଁ ଯଦି ଆପଣ ବହୁ ପରିମାଣରେ ଡବା ବନ୍ଦ ଖାଦ୍ୟ ଖାଉଛନ୍ତି, ତେବେ ଶୀଘ୍ର ସେଗୁଡ଼ିକ ଠାରୁ ଦୂରେଇ ଯାଆନ୍ତୁ।ତେବେ ଲଣ୍ଡନର ଇମ୍ପେରିଆଲ୍ କଲେଜରେ ଏକ ନୂଆ ରିସର୍ଚ୍ଚ କରାଯାଇଛି। ଯେଉଁଥିରେ ଜଣାପଡିଛି ଯେ ଯେଉଁ ଲୋକାମନେ ଦୀର୍ଘ ଦିନ ଧରି ଅଲ୍ଟ୍ରା ପ୍ରୋସେସ୍ଡ ଖାଦ୍ୟ ଖାଉଛନ୍ତି, ସେମାନଙ୍କ ଠାରେ କ୍ୟାନ୍ସର ହେବାର ଆଶଙ୍କା ବଢ଼ିଯାଉଛି ।

ଅନୁସ-ନ୍ଧାନକାରୀ ଅଧ୍ୟୟନରେ କହିଛନ୍ତି ଯେ ଅଲ୍ଟ୍ରା- ପ୍ରୋସେସ୍ଡ ଖାଦ୍ୟ କ୍ୟାନ୍ସର ରୋଗର ଆଶଙ୍କାକୁ ବଢ଼ାଇବା ସହ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ରିସର୍ଚ୍ଚରେ ଏହା ଦାବି କରାଯାଇଛି ଯେ, ଅଲଟ୍ରା ପ୍ରୋସେସ୍ଡ ଖାଦ୍ୟ ଖାଇବା ଦ୍ୱାରା ମେଦବହୁଳତା, ଟାଇପ୍ ୨ ଡାଇବେଟିସ୍ ଏବଂ ହୃଦରୋଗ ମଧ୍ୟ ହୋଇପାରେ । ଏଥିରେ ହାର୍ଟ ଷ୍ଟ୍ରୋକ୍ ଓ ହାର୍ଟ ସହ ଜଡ଼ିତ ସମସ୍ୟା ସାମିଲ ରହିଛି ।

ଏଥିରୁ ବର୍ତ୍ତିବା ପାଇଁ ଅଲ୍ଟ୍ରା ପ୍ରୋସେସ୍ଡ ଖାଦ୍ୟରୁ ଯଥାଶୀଘ୍ର ଦୂରତା ବଜାୟ ରଖିବା ଉଚିତ୍ । ଏହି ରିସର୍ଚ୍ଚରେ ୟୁକେ ବାୟୋବ୍ୟାଙ୍କ ରେକ-ର୍ଡରେ ପ୍ରାୟ ୨୦୦,୦୦୦ ବୟସ୍କଙ୍କ ବିଷୟରେ ସୂଚନା ରଖାଯାଇଥିଲା । ଯେଉଁଥିରେ ଅନୁସନ୍ଧାନକାରୀମାନେ ୧୦ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ ଏବଂ ସେହି ସମୟରେ ୩୪ ପ୍ରକାରର କ୍ୟାନ୍ସର ଉପରେ ନଜର ରଖିଥିଲେ ।

ଏହା ସହ କେତେ ଜଣ କ୍ୟାନ୍ସର ରୋଗରେ ମୃ-ତ୍ୟୁବ-ରଣ କରୁଛନ୍ତି ତାହା ମଧ୍ୟ ସେମାନେ ଯାଞ୍ଚ କରିଥିଲେ । ଇମ୍ପେରିଆଲ୍ କଲେଜରେ ହୋଇଥିବା ଏକ ରିସର୍ଚ୍ଚରେ କୁହାଯାଇଛି ଯେ ଅଲଟ୍ରା-ପ୍ରୋସେସ୍ଡ ଖାଦ୍ୟ ଖାଇବା ଦ୍ୱାରା ଓଭାରି କ୍ୟାନ୍ସର ଏବଂ ବ୍ରେନ୍ କ୍ୟାନ୍ସର ହେବାର ଆଶଙ୍କା ବଢ଼ିଥାଏ ।

ସବୁଠାରୁ ଅଧିକ ମୃ-ତ୍ୟୁବ-ରଣ କରୁଥିବା ଲୋକଙ୍କଠାରେ ଓଭାରି କ୍ୟାନ୍ସର ଏବଂ ବ୍ରେଷ୍ତଟ କ୍ୟାନ୍ସର ହୋଇଥିଲା । ଯେଉଁ ଲୋକମାନେ ନିଜ ଖାଦ୍ୟରେ ଅଲ୍ଟ୍ରା-ପ୍ରୋସେସ୍ଡ ଖାଦ୍ୟର ସେବନ ୧୦ ପ୍ରତିଶତ ବଢ଼ାନ୍ତି, ତାଙ୍କୁ କ୍ୟାନ୍ସ ହେବାର ଆଶଙ୍କା ପ୍ରାୟ ୨ ପ୍ରତିଶତ ବଢ଼ିଯାଏ । ପିଜ୍ଜା, ପାସ୍ତା, ବର୍ଗର, କେକ୍, ବିସ୍କୁଟ, ସୁପ୍ ଏବଂ ଥଣ୍ଡାପାନୀୟ ଆଦି ଖାଦ୍ୟ ସବୁ ଅଲଟ୍ରା-ପ୍ରୋସେସ୍ଡ ଖାଦ୍ୟରେ ଅନ୍ତର୍ଭୁ୍ତ ।

Leave A Reply

Your email address will not be published.