ଠିକ୍‌ ସମୟରେ କର୍ମଚାରୀଙ୍କୁ ଦରମା ନଦେଲେ ହେବ କାର୍ଯ୍ୟାନୁଷ୍ଠାନ, ଫାଇନ୍‌ ବି ଗଣିବେ ଠିକା ସଂସ୍ଥା…

0

Get real time updates directly on you device, subscribe now.

ମୋ ସରକାର ଅଧିନକୁ ଗଲା ରାଜ୍ୟରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସେବା ଯୋଗାଉଥିବା ଆଉଟ୍ ସୋର୍ସିଂ ସଂସ୍ଥା । ଫଳରେ ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ଉପରେ ମନ ଇଚ୍ଛା ନିର୍ଦ୍ଦେଶ ଜାରି କରି ପାରିବେନି ସଂପୃକ୍ତ ସଂସ୍ଥା ।

କାମ କରୁଥିବା ସଂସ୍ଥା ଠିକ୍ ସମୟରେ ଦରମା ଦେବାକୁ ନିର୍ଦ୍ଦେଶ ଦିଆ ଯାଇଛି । ନଦେଲେ ସଂପୃକ୍ତ ସଂସ୍ଥାକୁ ଆଉଟ୍ ସୋର୍ସିଂରୁ ବାଦ୍ ଦିଆଯିବା ସହ କଳା ତାଲିକା ଭୁକ୍ତ କରାଯିବ ଅର୍ଥାତ୍ ବ୍ଲାକ ଲିଷ୍ଟରେ ପକେଇ ଦିଆଯିବ ।

ଏପରିକି ବନ୍ଧୁଗଣ ଆବଶ୍ୟକ ସ୍ଥଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଉ କେବଳ ସେତିକି ନୁହେଁ ଯେଉଁ ଆଉଟ୍ ସୋର୍ସିଂ ଠିକ୍ ସମୟରେ ଦରମା, ଇଏସଆଇ ଓ ଇପିଏଫ ଆଦି ଦେଉଥିବେ ସେମାନଙ୍କୁ ପୁରସ୍କୃତ ମଧ୍ଯ କରାଯିବ ।

ତେବେ ଯଦି ନିର୍ଦ୍ଦିଷ୍ଟ ସମୟ ଠାରୁ ୭ ଦିନ ପରେ କୌଣସି ସଂସ୍ଥା ଦରମା ଦେବ ତେବେ ସମ୍ପୃକ୍ତ ସଂସ୍ଥାକୁ “ଭେରି ବ୍ୟାଡ୍” ରେଟିଂ ପ୍ରଦାନ କରାଯିବା ନେଇ ସାଧାରଣ ପ୍ରଶାସନ ପକ୍ଷରୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ।

ତେବେ ବନ୍ଧୁଗଣ ସୂଚନାଯୋଗ୍ୟ ଯେ ଗତ ଜାନୁଆରୀ ୨୦ ତାରିଖ ଦିନ ରାଜ୍ୟରେ ଆଉଟ-ସୋର୍ସିଂ ସଂସ୍ଥା କିଭଳି ଭାବରେ କାର୍ଯ୍ୟ କରୁଛି ଏବଂ ସରକାରଙ୍କ ସହ ଥିବା ଚୁକ୍ତି କିପରି କାର୍ଯ୍ୟକାରୀ ହେଉଛି ସେନେଇ ତଥ୍ୟ ମଗା ଯାଇଥିଲା । ହେଲେ ଆଉଟସୋର୍ସିଂ ସଂସ୍ଥା ସହିତ ଆମ ସରକାରଙ୍କ ତଥ୍ୟ କିଛି ତାଳମେଳ ଖାଇ ନଥିଲା । ତେଣୁ ଏହାକୁ କେନ୍ଦ୍ର କରି ତର୍ଜମା ପରେ ଏହିସବୁ ପଦକ୍ଷେପ ଗ୍ରହଣ କରାଯାଇଛି ।

ତେବେ ଏହି ନିୟମ ମୁତାବକ ଯଦି ସଂପୃକ୍ତ ସର୍ଭିସ ପ୍ରୋଭାଇଡର ସଂସ୍ଥା ନିର୍ଦ୍ଦିଷ୍ଟ ଏକ ସମୟ ମଧ୍ୟରେ ଇପିଏଫ ଏବଂ ଇଏସଆଇ କର୍ମଚାରୀଙ୍କୁ ଦିଏ ତେବେ ଉକ୍ତ ସଂସ୍ଥାକୁ ‘ଆଉଟ ଷ୍ଟାଣ୍ଡିଂ ପର୍‌ଫରମାନ୍ସ’ ବୋଲି ଦର୍ଶାଯିବ ।

ଆଉ ଏହା ବାଦ୍ ନିର୍ଦ୍ଦିଷ୍ଟ ସମୟଠାରୁ ୭ ଦିନ ମଧ୍ୟରେ ଦରମା ଦେଲେ ‘ଦୁର୍ବଳ ବା ପୋର ରେଟିଂ  ମିଳିବ । ୫ଦିନ ମଧ୍ୟରେ ଦରମା ଦେଲେ  ‘ଗୁଡ଼’ ଏବଂ ୩ ଦିନ ମଧ୍ୟରେ ଦେଲେ ‘ଆଉଟଷ୍ଟାଣ୍ଡିଂ’ ରେଟିଂ ପ୍ରଦାନ କରାଯିବ ।

Leave A Reply

Your email address will not be published.