ଲିଭର ସିରୋସିସ ରୋଗ କଣ ? କଣ ପାଇଁ ହୋଇଥାଏ ଆଉ କଣ ଅଛି ଏହାର ନିରାକରଣ ?

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ପ୍ରଥମେ ଆମେ କହିବୁ ଲିଭର ସିରୋସିର ମୁଖ୍ୟ କାରଣ ହେଉଛି ମ-ଦ୍ୟପା-ନ ଓ ମେଦବହୁଳତା । ହେଲେ ବର୍ତ୍ତମାନ ସମୟରେ ମ-ଦ୍ୟପା-ନ କରୁନଥିବା ଏବଂ ପତଳା ଲୋକଙ୍କଠାରେ ମଧ୍ୟ ଲିଭର ସିରୋସିସ୍ ଦେଖିବାକୁ ମିଳୁଛି ।

ତେବେ ଏହି ଲିଭର ସିରୋସିସ୍ କ’ଣ? ସାଧାରଣ ଭାବେ କହିଲେ, ଲିଭର ବା ଯକୃତ ହେଉଛି ଏକ ନରମ ଅଙ୍ଗ, ଅର୍ଥାତ୍‌ ଲିଭରକୁ ଛୁଇଁଲେ ନରମ ଲାଗେ । ଯେତେବେଳେ ନରମ ଲିଭର ଟାଣ ହୋଇଯାଏ, ସେହି ଅବସ୍ଥାକୁ ଲିଭର ସିରୋସିସ୍‌ ବୋଲି କହିଥାଉ ।

ଲିଭର ଖରାପ ହେବାର ତିନୋଟି ପର୍ଯ୍ୟାୟ ଥାଏ । ଯଥା ପ୍ରଥମ ପର୍ଯ୍ୟାୟରେ ଲିଭର ଉପରେ ଚର୍ବି ଜମା ହୋଇଯାଏ । ଯାହାକୁ ଫ୍ୟାଟି ଲିଭର କହିଥାଉ । ଦ୍ବିତୀୟ ପର୍ଯ୍ୟାୟରେ ଲିଭର ଭିତରେ ଅଳ୍ପ ପରିମାଣର ଚର୍ବି ପଶିଲେ, ତାକୁ ହେପାଟାଇଟିସ୍‌ କୁହାଯାଏ ।

ଆଉ ଶେଷ ପର୍ଯ୍ୟାୟରେ ଲିଭର ଭିତରେ ଚର୍ବି ପଶି ଲିଭରକୁ ଟାଣ କରିଦେଲେ, ତାକୁ ଆମେ ଲିଭର ସିରୋସିସ୍‌ କହିଥାଉ । ଏବେ ଆମେ ଜାଣିବା ଲିଭର ସିରୋସିସ୍‌ ରୋଗ ହେବାର କାରଣ କଣ?

ତେବେ ବନ୍ଧୁଗଣ ଭାରତରେ ଲିଭର ସିରୋସିସ୍‌ର ପ୍ରଥମ ଏବଂ ମୁଖ୍ୟ କାରଣ ହେଉଛି ଅତ୍ୟଧିକ ମ-ଦ୍ୟପା-ନ । ଆଉ ଦ୍ୱିତୀୟ କାରଣ ହେଉଛି ନ୍ୟାସ୍‌ ଅର୍ଥାତ୍‌ ଯେଉଁମାନେ ମ-ଦ ପିଅନ୍ତି ନାହିଁ କିନ୍ତୁ ମଧୁମେହ, ମୋ-ଟାପ-ଣ ଭଳି ସମସ୍ୟାର ଶି-କାର ଥାଆନ୍ତି । ଧୀରେ ଧୀରେ ଏହି କାରଣ ଲିଭର ପ୍ରତିରୋପଣର କାରଣ ପାଲଟିବାକୁ ଯାଉଛି ।

ତୃତୀୟ କାରଣ ହେଉଛି ଅଟୋ ଇମ୍ୟୁନ୍‌ ହେପାଟାଇଟିସ୍‌, ଅର୍ଥାତ୍‌ ନିଜ ଶରୀର ନିଜ ଲିଭରକୁ ଚିହ୍ନିବା ବନ୍ଦ କରିଦେଉଛି ଓ ପ୍ରତିରୋ-ଧକ ଶକ୍ତି କମିଯାଉଛି ଓ ଧୀରେ ଧୀରେ ଲିଭର ନ-ଷ୍ଟ ହୋଇ ଲିଭର ସିରୋସିସ୍‌ର କାରଣ ପାଲଟୁଛି ।

ଲିଭର ସିରୋସିସ୍‌ର ଚତୁର୍ଥ କାରଣ ହେଉଛି ହେପାଟାଇଟିସ୍‌ ବି’ କିମ୍ବା ସି’ର ସଂକ୍ରମଣ । ଏନ୍ୟ ଏକ କାରଣ ହେଉଛି ଓ୍ୱିଲ୍‌ସନ୍‌ ରୋଗ । ଏହି ରୋଗ ପିଲାମାନଙ୍କ ଠାରେ ଅଧିକ ଦେଖାଦିଏ । ଏହା ହେବା ଫଳରେ ସ୍ନାୟୁ ଓ ଲିଭରଜନିତ ରୋଗ ଅଧିକ ଦେଖାଦିଏ ।

ତେଣୁ, ଯଦି ପରିବାରରେ କାହାକୁ ଲିଭରଜନିତ ସମସ୍ୟା ଥାଏ, ତେବେ ନିୟମିତ ବ୍ୟବଧାନରେ ପରୀକ୍ଷା କରାନ୍ତୁ ଏବଂ ଉଚ୍ଚତା ଅନୁସାରେ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ ।

Leave A Reply

Your email address will not be published.