ଯଦି ୱାନଡେ ୱାଲଡ଼ କପ 2023 ରେ ଏହି 11 ଜଣ ଖେଳାଳି ଖେଳନ୍ତି, ତେବେ ଇଣ୍ଡିଆ ବିଶ୍ଵକପ ଜିତିବା ସୁନିଶ୍ଚିତ, 11 ବର୍ଷ ପରେ ପୁରା ହେବ ସ୍ୱପ୍ନ

0

Get real time updates directly on you device, subscribe now.

2022 ମସିହାରେ ଟି-20 ବିଶ୍ୱକପ୍ ଆୟୋଜନ ଅଷ୍ଟ୍ରେଲିଆରେ ହୋଇଥିଲା। ଏହାର ଫାଇନାଲରେ ଇଂଲଣ୍ଡ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଥିଲା। ବର୍ତ୍ତମାନ ବର୍ଷ ବଦଳିଛି ଏବଂ ଫର୍ମାଟ୍ ମଧ୍ୟ ବଦଳିଛି। ଅକ୍ଟୋବର 2023 ମାସରେ, ୱାନଡେ ବିଶ୍ୱକପ୍ ଭାରତ ମାଟିରେ ଖେଳାଯିବ।

ଏହି ଆର୍ଟିକିଲରେ ଆମେ ସେହି ଖେଳାଳୀମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ୱାନଡେ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆର 11 ଜଣ ଖେଳାଳିଙ୍କ ଭିତରେ ଅଂଶଗ୍ରହଣ କରି ଇଣ୍ଡିଆକୁ ଜିତାଇ ପାରିବେ।

କେଉଁ ବ୍ୟାଟ୍ସମ୍ୟାନଙ୍କୁ ମିଳିବ ସୁଯୋଗ।

ଦେଖିବାକୁ ଗଲେ କ୍ୟାପଟେନ ରୋହିତ ଶର୍ମା ତ ପୂର୍ବରୁ ହିଁ ଏଥିରେ ସ୍ଥିର ଅଛନ୍ତି, ଅନ୍ୟପକ୍ଷରେ ଶୁଭମନ ଗିଲ ମଧ୍ୟ ନିଜ ସ୍ଥାନକୁ ମଜବୁତ ରଖିଛନ୍ତି। ନିକଟରେ ଶୁଭମନ ଗିଲ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦ୍ୱିଶତକ ହାସଲ କରିଥିଲେ। ଆଉ ନମ୍ବର ତିନି ରେ ରହୁଛନ୍ତି ବିଶ୍ୱର ସବୁଠୁ ବଡ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି।

ଚତୁର୍ଥ ନମ୍ବରରେ 360 ଡିଗ୍ରୀ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଏକ ସୁଯୋଗ ମିଳିବା ଉଚିତ କାରଣ ସେ ନିଜ ଦମରେ ମ୍ୟାଚର ଗତି ବଦଳାଇ ପାରିବେ। ଅବଶ୍ୟ ଶ୍ରେୟସ୍ ଆୟର ମଧ୍ୟ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିପାରନ୍ତି। ପଞ୍ଚମ ସ୍ଥାନରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ଋଷଭ ପନ୍ତ ଏବଂ କେ.ଏଲ୍ ରାହୁଲଙ୍କ ମଧ୍ୟରେ ଜଣେ ଆସିପାରେ। କିନ୍ତୁ ଏଥିରେ ଅବଶ୍ୟ କେଏଲ ରାହୁଲ ଜିତିବେ ବୋଲି ଆଶା କରାଯାଉଛି।

କିଏ ହେବ ଅଲରାଉଣ୍ଡର।

ଟିମ୍ ଇଣ୍ଡିଆର ପ୍ରଥମ ଅଲରାଉଣ୍ଡର ଭାବରେ ହାର୍ଦ୍ଦିକ ପାଣ୍ଡ୍ୟା ସେଟ୍ ହୋଇଥିବା ଦେଖାଯାଉଛି। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଟି -20 ଅଧିନାୟକତ୍ୱ କରୁଛନ୍ତି। ଦ୍ୱିତୀୟ ଅଲରାଉଣ୍ଡର ଭାବେ ରବିନ୍ଦ୍ର ଜାଡେଜା ନଚେତ ଅକ୍ଷର ପଟେଲ ଆସି ପାରନ୍ତି।

କେଉଁ କେଉଁ ବୋଲରମାନଙ୍କୁ ମିଳିବ ସୁଯୋଗ।

ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ସିରାଜ ସ୍ପୀଡ଼ ବୋଲର ଭାବେ ଜଣାଶୁଣା। ମହମ୍ମଦ ସିରାଜ ଏହି ସମୟରେ ଦୁନିଆର ଏକ ନମ୍ବର ବୋଲର ହୋଇଛନ୍ତି। ତୃତୀୟ ବୋଲର ଭାବରେ ମହମ୍ମଦ ଶାମି ସର୍ବୋତ୍ତମ ବିକଳ୍ପ ହେବେ। ସେହିପରି ସ୍ପିନର ଭାବରେ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିବ।

ଟିମ ଇଣ୍ଡିଆ ୱାନଡେ ବିଶ୍ୱକପର 11 ଜଣ ଖେଳାଳି।

ଶୁଭମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି, ମହମ୍ମଦ ସିରାଜ, କୁଲଦୀପ ଯାଦବ।

Leave A Reply

Your email address will not be published.