୨୦ ଖଣ୍ଡ କାଗଜରେ ଓଡ଼ିଆରେ କଣ ଲେଖିଛି ଗୋପାଳ ?

0

Get real time updates directly on you device, subscribe now.

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ମାମ-ଲାର ତ-ଦନ୍ତ ପ୍ରକ୍ରିୟା ଦିନକୁ ଦିନ ରୋଚକ ମୋଡ଼ ନେବାରେ ଲାଗିଛି । ଅଭି-ଯୁକ୍ତ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ଜେ-ରାର ତଥ୍ୟକୁ ଭିତ୍ତିକରି ତାଲପଟିଆ ବିମାନବନ୍ଦର ଥା-ନା ପାଇଖାନା ଟାଙ୍କିରୁ ହ-ତ୍ୟା ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ଦଲିଲ ଉ-ଦ୍ଧାର କରିଛି ବୋଲି କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷ ଦାବି କରିଛନ୍ତି ।

୨୯ ତାରିଖରେ ଘଟ-ଣାଦିନ ଗୋପାଳକୃଷ୍ଣକୁ ପୁ-ଲିସ କାବୁ କରିବା ପରେ ବିମାନବନ୍ଦର ଥା-ନାକୁ ଆଣି ଅଟକ ରଖାଯାଇଥିଲା ।ସେହି ସମୟରେ ସେ ନିଜ ହାତଲେଖା କାଗଜଟିକୁ ଚିରି ଫୋପାଡ଼ି ଦେଇଥିବା କୁହାଯାଉଛି ।

ହଁ ଆଜ୍ଞା ନବକିଶୋର ଦାସଙ୍କୁ ଗୁ-ଳି କରି ହ-ତ୍ୟା ମାମ-ଲାରେ କ୍ରାଇମବ୍ରାଞ୍ଚର ଚଳାଇଛି ଜୋରଦାର ଛାନଭିନ୍ । ଓଏସଏପି ତୃତୀୟ ବାଟାଲିୟନର କାର୍ଯ୍ୟାଳୟରେ ଅଭି-ଯୁକ୍ତ ଗୋପାଳକୁ ମାରାଥନ ଜେ-ରା କରୁଛନ୍ତି କ୍ରାଇମବ୍ରାଞ୍ଚର ବଛା ବଛା ଅଧିକାରୀ । ୪ ଦିନିଆ ରିମା-ଣ୍ଡର ୟେ ହେଉଛି ଦ୍ୱିତୀୟ ଦିନ । ଗୋପାଳକୁ ତୁହାକୁ ତୁହା ଜେରା କରି ସତ ଉଗାରୁଛି କ୍ରାଇମବ୍ରାଞ୍ଚ ।

ଜେରା ବେଳେ ଗୋପାଳ ଦେଉଥିବା ତଥ୍ୟର ସତ୍ୟତା ପରଖିବା ସହ ପ୍ରମାଣ ସଂଗ୍ରହ କରୁଛି ତଦ-ନ୍ତକାରୀ ଟିମ୍ । ନବଙ୍କ ହ-ତ୍ୟା ଘ-ଟଣା ପଛର କାରଣ ଖୋଜିବାକୁ ଚେଷ୍ଟା କରୁଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ପୂରା ତ-ଦନ୍ତ ପ୍ରକ୍ରିୟା ସମୟରେ ନିଜେ ରହି ଅନୁଧ୍ୟାନ କରୁଛନ୍ତି ।

ଅନ୍ୟପକ୍ଷରେ ଗୋପାଳ ଏୟାରପୋର୍ଟ ଥା-ନା ପାଇଖାନା ଟାଙ୍କିରେ ପକାଇଥିବା ଚିଠିର ୨୦ ଖଣ୍ଡ ଟୁକୁଡା ପାଇଛି କ୍ରାଇମବ୍ରାଞ୍ଚ । ଏକ ଲାଲ୍ କାଗଜରେ ଉଭୟ ଇଂରାଜୀ ଓ ଓଡ଼ିଆରେ କିଛି ଲେଖାଯାଇଥିବା ସୂଚନା ମିଳିଛି । ଯାହାକୁ କ୍ରାଇମବ୍ରାଞ୍ଚ ହ୍ୟାଣ୍ଡରାଇଟିଂ ଏକ୍ସପର୍ଟ ମାଧ୍ୟମରେ ଏହା ଗୋପାଳର ହାତ ଲେଖା କି ନୁହେଁ, ତାହା ଜାଣିବାକୁ ଚେଷ୍ଟା କରିବ । ଏପରିକି ଏହି ଚିଠିରେ କ’ଣ ଲେଖାଯାଇଥିଲା, ତାହା ସ୍ପଷ୍ଟ କରିବାକୁ ଉଦ୍ୟମ କରୁଛି ।

ଅନ୍ୟପଟେ ଆଜି ମଧ୍ୟ ଦ୍ୱିତୀୟ ଥର ପାଇଁ ନବକିଶୋରଙ୍କ ସରକାରୀ ଗାଡ଼ିକୁ ବାଲିଷ୍ଟିକ୍ ଓ ଫରେନସିକ୍ ଏକ୍ସପର୍ଟ ଟିମ୍ ତନ୍ନ ତନ୍ନ କରି ଯା-ଞ୍ଚ କରିଛନ୍ତି । ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ କୋର୍ଟ ବୁଧବାର କ୍ରାଇମବ୍ରାଞ୍ଚକୁ ୪ଦିନିଆ ରି-ମାଣ୍ଡ ମଞ୍ଜୁର କରିବା ପରେ କ୍ରାଇମବ୍ରାଞ୍ଚ ଜେରା ଆରମ୍ଭ କରିଥିଲା ।

ତେବେ ଜେରା ସମୟରେ ଅଭି-ଯୁକ୍ତ ଗୋପାଳକୃଷ୍ଣ ଦାସ କିଛି ହାତ ଲେଖା କାଗଜ ତାଲପଟିଆ ଥା-ନା ପାଇଖାନା ଟାଙ୍କିରେ ଚିରି ଫୋପାଡ଼ି ଦେଇଥିବା କଥା କହିବା ପରେ ବୁଧବାର ମଧ୍ୟରାତ୍ରିରୁ ଝାରସୁଗୁଡ଼ା ପୌରପାଳିକା ସଫେଇ କର୍ମଚାରୀଙ୍କୁ ଲଗାଇ ଟାଙ୍କି ସଫା କରିବା କାମ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ ।

ଗୁରୁବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ସେମିତି କିଛି ଉଲ୍ଲେଖନୀୟ ଦସ୍ତାବେଜ୍ ମିଳି ନଥିବାବେଳେ ତାହା ପରେ କିଛି ଖଣ୍ଡ କାଗଜ ମିିଳିଥିବା କୁହାଯାଇଛି ।

Leave A Reply

Your email address will not be published.