ଆଉ ନାହାନ୍ତି ବୀର ସୌଦାଗର ,କାର୍ଯ୍ୟରତ ସମୟରେ ଆକସ୍ମିକ ମୃତ୍ୟୁବରଣ

0

Get real time updates directly on you device, subscribe now.

କାନ୍ଦ ବିବାଳିରେ ଫାଟି ପଡୁଛି ସାରା ଗାଆଁ । କୋହ ସମ୍ଭାଳି ପାରୁ ନାହାନ୍ତି ଆତ୍ମୀୟ । ଛାତି ବାଡ଼େଇ କାନ୍ଦୁଛି ଜନ୍ମକଲା ମା । ଆଉ ଛାତିରେ ତ୍ରିରଙ୍ଗା ଧରି ସ୍ୱାମୀକୁ ଝୁରି ହେଉଛି ସ୍ତ୍ରୀ । ଭଗବାନଙ୍କ କଠୋର ଲୀଳା ।

ଘର କାନ୍ଥରୁ ଏପର୍ଯ୍ୟନ୍ତ ଲିଭିନି ବିବାହର ଝୋଟି ଆଉ ଚିତା ହେଲେ ଏବେ ନିଜର ଭେଣ୍ଡିଆ ପୁଅକୁ ହରାଇ ଏବେ ମ୍ରିୟମାଣ ମା । ପୁଅ କୁଆଡ଼େ ଗଲା ବୋଲି ମା ଖୋଜି ହେଉଥିବା ବେଳେ ଛୋଟ ଛୁଆକୁ ମା କୋଳରେ ଧରି ବାଡ଼େଇ ଛାଟି ହେଉଛି ।

ଗତ ମଙ୍ଗଳବାର ଦିନ କଥା ହୋଇଥିଲେ ଘରକୁ ଫେରିବ ବୋଲି । ହେଲେ ପୁଅ ଫେରିଛି ସତ ହେଲେ ଶବ ହୋଇ ଫେରିଛି । ଭେଣ୍ଡିଆ ପୁଅ ଏମିତି ଅବେଳାରେ ଚାଲିଯିବା କେଉଁ ମା ବା ସହିବ ।

ତେବେ ବନ୍ଧୁଗଣ ଏମିତି କିଛି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲା ଧରାକୁଟ ଅଞ୍ଚଳରେ । ବୀର ବାଦ୍ୟ ବାଜୁଛି ତା ସାଙ୍ଗକୁ ସାରା ଗାଆଁ ଏକାଠି ହୋଇଛି । ବୀର ପୁଅ ସୌଦାଗର ବିଶ୍ଵାଳର ପାର୍ଥିବ ଶରୀରକୁ ପଟୁଆରରେ ଅଣା ଯାଉଛି । ଆଉ ସାରା ଗାଆଁ ଗୁମୁରି କାନ୍ଦୁଛି ।

ଶେଷ ଥର ପାଇଁ ନିଜ ଗାଆଁର ପ୍ରିୟର ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଗାଁରେ ଲାଗିଥିଲା ପ୍ରବଳ ଭୀଡ । ସୌଦାଗର ବିଶ୍ଵାଳ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠୁଛି ସାରା ଗାଁର ପରିବେଶ । ସାଥୀ ଯବାନ ମଧ୍ଯ ନିଜକୁ ସମ୍ଭାଳି ପାରୁ ନାହାନ୍ତି ।

୨୦୧୩ ମସିହାରେ ରେଳ ବିଭାଗର ସ୍ବତନ୍ତ୍ର ସୁରକ୍ଷା ଫୋର୍ସରେ କନେଷ୍ଟବଳ ଭାବରେ ନିଯୁକ୍ତି ପାଇଥିଲେ ଗଞ୍ଜାମ ଜିଲ୍ଲା ଧରାକୋଟ ଜଗମୋହନ ଗାଆଁର ସୌଦାଗର ବିଶ୍ଵାଳ ।ଛତିଶଗଡ କାମରୁଲରେ ପୋଷ୍ଟିଂ ହୋଇଥିବା ସୌଦାଗର ଗଲା ୨୭ ତାରିଖ ଗାଁକୁ ଆସୁଥିଲେ ଟ୍ରେନରେ ।

ହେଲେ ଦାନ୍ତବଡା ଷ୍ଟେସନରେ ହିଁ ଗୁରୁତର ଅସୁସ୍ଥ ହୋଇ ପ୍ରାଣ ହରାଇଛନ୍ତି ସୌଦାଗର । ହୃଦଘାତରେ ସୌଦାଗରଙ୍କ ମୃତ୍ୟୁ ହେଇଛି । ଗାଁରେ ଶବ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜଗମୋହନ ଗ୍ରାମର ଶ୍ରୀ ସୌଦାଗର ବିଶ୍ଵାଳ ଛତିଶଗଡ଼ରେ ସିଆରପିଏଫ୍ ରେ କାର୍ଯ୍ୟରତ ସମୟରେ ଆକସ୍ମିକ ମୃତ୍ୟୁବରଣ କରିଥିଲେ ।

ତାଙ୍କ ମରଶରୀରକୁ ନିଜ ଗ୍ରାମକୁ ଆଣିବା ପରେ ସୋକସନ୍ତପ୍ତ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇବା ସହ ସହିଦ ଯବାନଙ୍କ ଆମର ଆତ୍ମାର ସଦଗତି ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.