ରାହୁଲ ଓ ଆଥିୟାଙ୍କୁ ମିଳିଲା ଏହି ସବୁ ଦାମୀ ଗିଫ୍ଟ । ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ !

0

Get real time updates directly on you device, subscribe now.

ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଓ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟେ ଖଣ୍ଡାଲାର ଶେଟ୍ଟୀ ପରିବାରର ବଙ୍ଗଳାରେ ସାତ ଜନ୍ମରେ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ସୁରକ୍ଷା ଠାରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା ବହୁତ ମଜବୁତ କରାଯାଇଥିଲା । ଅତିଥିମାନଙ୍କ ପାଇଁ ୭ ଷ୍ଟାର୍ ହୋଟେଲ ମଧ୍ୟ ବୁକ୍ କରାଯାଇଥିଲା । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏହି ବାହାଘରରେ ପହଞ୍ଚି ନଥିଲେ ।

କିନ୍ତୁ ସେମାନେ ଏହି ନବ ଦମ୍ପତିଙ୍କୁ ଉପହାର ଦେଇଛନ୍ତି । କେ.ଏଲ୍ ରାହୁଲ ଓ ଆଥିଆ ଶେଟ୍ଟୀଙ୍କୁ ବିରାଟ ଓ ଅନୁଷ୍କା ବ୍ୟତୀତ ଭାରତର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ମଧ୍ୟ ରାହୁଲ-ଆଥିଆଙ୍କୁ ଏକ ଉପହାର ଦେଇଛନ୍ତି

ବିରାଟ କୋହଲି ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜର ଅଂଶ ଥିଲେ । ଏହି କାରଣରୁ ସେ ଓ ଟିମ୍ ଇଣ୍ଡିଆର ଅନ୍ୟାନ୍ୟ ଖେଳାଳି କେଏଲ ରାହୁଲଙ୍କ ବାହାଘରରେ ପହଞ୍ଚି ପାରିନଥିଲେ ।

ତେବେ ଦୁହିଁଙ୍କ ବିବାହରେ କେବଳ ଘନିଷ୍ଠ ବନ୍ଧୁ, ସମ୍ପର୍କୀୟ ଏବଂ ପରିବାର ସଦସ୍ୟ ଯୋଗ ଦେଇଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଥିଆ ଏବଂ ରାହୁଲଙ୍କୁ କୋଟି କୋଟି ଟଙ୍କାର ବିବାହ ଉପହାର ମିଳିଛି । ସୂଚନା ଅନୁଯାୟୀ, ଆଥିଆ-ରାହୁଲଙ୍କୁ ପରିବାର, ବନ୍ଧୁ ଏବଂ ସମ୍ପର୍କୀୟଙ୍କଠାରୁ ବିଳାସପୂର୍ଣ୍ଣ ଉପହାର ମିଳିଛି ।

ସୁନୀଲ ଶେଟ୍ଟୀ ତାଙ୍କ ପ୍ରିୟ ଝିଅ-ଜ୍ୱାଇଁଙ୍କୁ ଏକ ଆପାର୍ଟମେଣ୍ଟ ଉପହାର ଦେଇଛନ୍ତି, ଯାହାର ମୂଲ୍ୟ ପ୍ରାୟ ୫୦ କୋଟି ଟଙ୍କା । ଏହି ଦମ୍ପତିଙ୍କୁ ଆନ୍ନାଙ୍କ ସର୍ବୋତ୍ତମ ବନ୍ଧୁ ସଲମାନ ଖାନ ୧.୬୪ କୋଟି ଟଙ୍କା ମୂଲ୍ୟର ଏକ ଅଡି କାର ଉପହାର ଦେଇଛନ୍ତି ।

ସେହିପରି, ଅଭିନେତା ଜ୍ୟାକି ଶ୍ରଫ ଆଥିଆଙ୍କୁ ୩୦ ଲକ୍ଷ ଟଙ୍କା ମୂଲ୍ୟର ଏକ ଘଣ୍ଟା ଉପହାର ଦେଇଛନ୍ତି । ଆଥିଆଙ୍କ ଘନିଷ୍ଠ ବନ୍ଧୁ ଅର୍ଜୁନ କପୁର ତାଙ୍କୁ ଏକ ହୀରା ବ୍ରେସଲେଟ୍ ଦେଇଛନ୍ତି, ଯାହାର ମୂଲ୍ୟ ୧.୫ କୋଟି ଟଙ୍କା ।

ଏଥି ସହିତ କ୍ରିକେଟର ବିରାଟ କୋହଲି ରାହୁଲଙ୍କୁ ୨.୧୭ କୋଟି ଟଙ୍କା ମୂଲ୍ୟର ବିଏମଡବ୍ଲୁ କାର ଉପହାର ଦେଇଛନ୍ତି । ସେହିପରି ମହେନ୍ଦ୍ର ସିଂହ ଧୋନି ରାହୁଲଙ୍କୁ ୮୦ ଲକ୍ଷ ଟଙ୍କା ମୂଲ୍ୟର କାୱାସାକି ନିଞ୍ଜା ବାଇକ୍ ଦେଇଛନ୍ତି।

Leave A Reply

Your email address will not be published.