ଉତ୍ତର ପ୍ରଦେଶର ଫରୁଖାବାଦରୁ ଏକ ହଇ-ରାଣ କରିବାଭଳି ମାମ-ଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ କନ୍ୟା ଏକ ଅଶିକ୍ଷିତ ଯୁବକକୁ ବିବାହ କରିବାକୁ ମନାକଲା। ଦ୍ୱାରଚରା ସମୟରେ କନ୍ୟାର ଭାଇ ବରଙ୍କୁ ଟଙ୍କା ଗଣିବାକୁ ଦେଇଥିଲେ, ଟଙ୍କା ତ ଦୂରର କଥା ସେ ରେଜା ପଇସା ଗଣିବାରେ ଭୁଲ କରିବସିଲା। ଏହାର ଖବର ଯୁବତୀଙ୍କ କାନରେ ପଡ଼ିବା ପରେ ସେ ବିବାହ କରିବାକୁ ସିଧାସଳଖ ମନା କରିଦେଲେ।
ଏହାପରେ ଉଭୟ ପରିବାର ମଧ୍ୟରେ ବି-ବାଦ ହୋଇଗଲା। ପୋ-ଲିସ ଉଭୟ ପକ୍ଷକୁ ଥା-ନାକୁ ଆଣିଲା ଓ ନିର୍ଣ୍ଣୟ ନେଲା କି, କୌଣସି ନେଣଦେଣ ସେମାନଙ୍କ ମଧ୍ୟରେ ହେବନାହିଁ। ଏହାପରେ ବରଯାତ୍ରୀ ଫେରିଯାଇଥିଲେ।
ସୂଚନା ଅନୁସାରେ, ଦୁର୍ଗପୁର ନିବାସୀ ଜଣେ ଯୁବତୀଙ୍କ ବିବାହ ତିନିମାସ ପୂର୍ବରୁ ମଇନପୁରୀ ଥା-ନା ବିଛମା ଗ୍ରାମରେ ରହୁଥିବା ଯୁବକଙ୍କ ସହିତ ତୟ କରାଯାଇଥିଲା,ଗୁରୁବାର ସନ୍ଧ୍ୟା ସମୟରେ ବରଯାତ୍ରୀ ଆସିଥିଲା। ରାତି 1 ଘଟିକା ସମୟରେ ଦ୍ୱାରଚାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଯୁବତୀଙ୍କ ଭାଇଙ୍କୁ ସନ୍ଦେହ ହେଲା ଯେ ବର ଅଶିକ୍ଷିତ ଅଟେ। କନ୍ୟାର ଭାଇ ପଣ୍ଡିତଙ୍କୁ 2100 ଟଙ୍କା ଦେଇ କହିଲେ ବର ଦ୍ୱାରା ଏହାକୁ ଗଣାଯାଉ, ଏହାପରେ ଜଣାପଡ଼ିଲା ବର ଟଙ୍କା ଗଣିପାରିଲା ନାହିଁ।
କନ୍ୟା ରାଜି ହେଲାନାହିଁ:-
କନ୍ୟା ଏହି ଖବର ପାଇବାପରେ ନିଜ ନିଷ୍ପତ୍ତି ବଦଳାଇ ଦେଇଥିଲେ ଓ କହିଲେ ଅଶିକ୍ଷିତ ବର କୁ ବିବାହ କରିବିନାହିଁ। ଏହାପରେ ବର ଲୋକେ ଥା-ନାରେ ପହଞ୍ଚିଲେ। ଉଭୟ ପକ୍ଷଙ୍କୁ ପୋ-ଲିସ ଡ଼କାଇଲେ ଓ କନ୍ୟାଙ୍କ ମାଆ କହିଥିଲେ ମୋ ଝିଅ ହାଇସ୍କୁଲ ପାସ ଓ ବର ପୁରା ଅଶିକ୍ଷିତ ତ ଏହା ମୋ ଝିଅ ଭବିଷ୍ୟତ ଉପରେ କଥା ତେଣୁ ସେ ବିବାହ କରିବନାହିଁ।
ଏହାପରେ ଥା-ନାରେ ପଞ୍ଚାୟତ ବସି ଆଲୋଚନା ହେଲା ଓ ଉଭୟ ପକ୍ଷ ଖର୍ଚ୍ଚ କଥା ଉଠାଇଲେ। ପୋଲିସ କହିଲା ଯାହା ଖର୍ଚ୍ଚ ହୋଇଯାଇଛି ତାହା ହୋଇଯାଇଛି, ଏହି ଟଙ୍କାର ନେଣଦେଣ କେହି କରିବେନାହିଁ।