ହନିମୁନ୍‌ରେ ଚା’ରେ ନିଶା ଦେଇ ସ୍ୱାମୀକୁ ଛାଡ଼ି ପ୍ରେମିକ ସହ ଫେରାର୍ ହୋଇଗଲା ସ୍ତ୍ରୀ ।

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ସ୍ବାର୍ଥ ପୂର୍ଣ୍ଣ ଆଜିର ଏଥି ସମାଜରେ ସର୍ତ୍ତହୀନ ଏବଂ ନିବିଡ଼ ଭାବରେ ଭଲ ପାଉଥିବା ଦୁଇଟି ହୃଦୟ ମିଶିବାପାଇଁ ତ ସ୍ବାମୀ ସ୍ତ୍ରୀ ସମ୍ପର୍କଟି ଏଭଳି ଏକ ସମ୍ପର୍କ ଯାହା ଭଗବାନ ଉପରୁ ବନାଇଥାନ୍ତି । ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘଟଣା ଘଟୁଛି ତାହା ବିଷୟରେ ଜାଣିଥିବେ ।

ଆଉ ଆଜିକା ଦୁନିଆରେ ପରକୀୟା ପ୍ରୀତି ସତେ ଯେପରି ସବୁଆଡ଼େ ଚାଲିଛି । ଆଉ ଲୋକମାନେ ବହୁତ ଜଲଦି ଏହାକୁ ଆପଣେଇ ନେଉଛନ୍ତି । ପରକୀୟା ପ୍ରୀତି ପାଇଁ ସ୍ବାମୀ ସ୍ତ୍ରୀକୁ କିମ୍ବା ସ୍ତ୍ରୀ ସ୍ୱାମୀକୁ ଛାଡ଼ି କୁଆଡେ ପଳାଉଛି । ଏହି ପରକୀୟା ପ୍ରୀତି ପାଇଁ କେତେ ଯେ ସମ୍ପର୍କ ଭାଙ୍ଗୁଛି ତାହାର କିଛି ହିସାବ ନାହିଁ । ଏମିତି କିଛି କରିବା ପୂର୍ବରୁ ସ୍ତ୍ରୀ ହେଉ ବା ପୁରୁଷ ଟିକେ ନିଜ ଇଜ୍ଜତ ଆଉ ପରିବାରର ଇଜ୍ଜତ କଥା ଭାବୁ ନାହାଁନ୍ତି ।

ବିବାହ ଗୋଟିଏ ପବିତ୍ର ବନ୍ଧନ । ଦୁଇ ମନର ସ୍ୱଚ୍ଛ ମିଳନ । କିନ୍ତୁ ଆଜିକାର କିଛି ଦମ୍ପତ୍ତି ଏହି ପରକୀୟା ପ୍ରୀତି ପାଇଁ ଏତେ ତଳକୁ ଖସି ଯାଉଛନ୍ତି ଯାହାର ତୁଳନା କରିବା ଅସମ୍ଭବ ଅଟେ । ମିଛ, ଛଳନା, ଅନୈତିକ ଭଳି ସମ୍ପର୍କ ଦେଖିବା ପାଇଁ ମିଳୁଛି । ନିକଟରେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ହନିମୁନ୍‌ ଟ୍ରିପ୍‌ରେ ଯାଇଥିବା ବେଳେ ସ୍ୱାମୀକୁ ଚା’ରେ ନିଶାଦ୍ରବ୍ୟ ମିଶାଇ ସ୍ତ୍ରୀ ଫେରାର ହୋଇଯାଇଛି ।

ଏଭଳି ଅଜବ ଘଟଣା ଘଟିଛି ତ୍ତରପ୍ରଦେଶର ଆଲିଗଡ଼ ଗୁରୁଦ୍ୱାର ରୋଡ୍‌ ଅଞ୍ଚଳରେ । ସ୍ଵାମୀ ସତ୍ୟମଙ୍କ ଅଭିଯୋଗ ଅନୁସାରେ, ଗତବର୍ଷ ସେ ଆଗ୍ରା କାଣ୍ଟ ଅଞ୍ଚଳର ଦୀପାସିଙ୍କୁ ବିବାହ କରିଥିଲେ ଆଉ ଡିସେମ୍ବର ୮ରେ ପତ୍ନୀଙ୍କ ସହ ସେ ଉତ୍ତରାଖଣ୍ଡକୁ ହନିମୁନ୍‌ରେ ଋଷିକେଶ ଯାଇଥିଲେ ଯାଇଥିଲେ ।

ଆଉ ସେଠାରେ ଏକ ହୋଟେଲ ବୁକ୍ କରି ରହିଥିଲେ । ସେଠାରେ ତାଙ୍କ ସ୍ତ୍ରୀ ଚା’ରେ ନିଶାଦ୍ରବ୍ୟ ମିଶାଇ ଦେବା ପରେ ସେ ପିଇ ବେହୋସ୍ ହୋଇଯାଇଥିଲେ ଆଉ ତାଙ୍କ ସ୍ତ୍ରୀ ଲଗେଜ୍‌ ପ୍ୟାକ୍‌ କରି ହୋଟେଲ୍‌ରୁ ବ୍ୟାଗ୍‌ ଓ ଟଙ୍କା ନେଇ ସେଠାରୁ କୁଆଡ଼େ ଫେରାର ହୋଇଯାଇଥିଲେ ।

ପରେ ରାତି ୨ଟାରେ ସତ୍ୟମଙ୍କ ଚେତା ଆସିବା ପରେ ଷ୍ଟାଫ୍‌ଙ୍କ ଠାରୁ ଜାଣିବାକୁ ପାଇଥିଲେ ଦୀପାସି ୭ ରେ ହୋଟେଲ ଛାଡ଼ି ଦେଇଛନ୍ତି ବୋଲି ।

ସତ୍ୟମ୍ ଘରେ ଆସି ସମସ୍ତଙ୍କୁ ଜଣାଇବା ପରେ ଝିଅଘର ଲୋକେ କହିଥିଲେ ଯେ ଦୀପାସିଙ୍କୁ ଭୁଲି ଯିବା ପାଇଁ କାରଣ ସେ ଅଂଶୁ ଯାଦବ ନାମକ ଜଣେ ଗ୍ୟାଙ୍ଗଷ୍ଟରଙ୍କ ସହ ରିଲେସନଶିପ୍‌ ଥିଲା । ପରେ ସତ୍ୟମ୍ ଆଗ୍ରା ପୋଲିସ୍‌ରେ ଲିଖିତ ଅଭିଯୋଗ କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ପୋଲିସ୍‌ କୌଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ସତ୍ୟମ ଶେଷରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Leave A Reply

Your email address will not be published.