ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ,ନିଶାରେ ବିମାନ ଭିତରେ ମହିଳାଙ୍କ ଉପରେ କରିଦେଲେ ପରିସ୍ରା ।

0

Get real time updates directly on you device, subscribe now.

ବନ୍ଧୁଗଣ ସ୍ୱାଭାବିକ ଭାବରେ ଆମେ ପ୍ରତିଦିନ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।

ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।ଏହିଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଥାଏ। ସେହିଭଳି କିଛି ଘଟଣା ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇଥାନ୍ତି।

ତେବେ ଆପଣ ମାନେ ସମସ୍ତେ ଦେଖୁଥିବେ ବର୍ତ୍ତମାନ ସମୟରେ ଦୁନିଆ କେଉଁ ପ୍ରକାର ଚାଲିଛି। ଆଉ ସମାଜରେ କିଭଳି ପ୍ରକାର ଘଟଣା ସବୁ ଘଟୁଛି। ଆଉ ଆପଣ ମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ପାଉଥିବେ।ଆଜି ମଧ୍ୟ ଏମିତି ଏକ ଘଟଣା ଆମ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ତେବେ ଆପଣମାନେ ପ୍ରାୟ ସମସ୍ତେ ବିମାନରେ ବସି ଯାତ୍ରା କରିଥିବେ। ବିମାନ ଭିତରେ କୌଣସି ନିଶା ଦ୍ରବ୍ୟ କିମ୍ୱା ନିଶା କରିଥିବା ବ୍ୟକ୍ତି ଯାତ୍ରା କରିପାରିବେ ନାହିଁ।ମାତ୍ର ଜଣେ ବ୍ୟକ୍ତି ନିଶାରେ ବିମାନ ଭିତରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରି ଦେଇଛନ୍ତି।ତେବେ ମହିଳାଙ୍କ ଡ୍ରେସ୍ , ଓ ବ୍ୟାଗ୍ ଓଦା ହୋଇଯାଇଥିବା ଅଭିଯୋଗ ହୋଇଛି ।

ଶୁଣିଲେ ଆଶ୍ଚର୍ଯ୍ୟକର କଥା ଲାଗୁଥିଲେ ମଧ୍ୟ କଥାଟି ସତ।ଏହି ଘଟଣା ପରେ ମଦ୍ୟପ ଯାତ୍ରୀ ଜଣକ ସେମିତି ଛିଡ଼ା ହୋଇଥିଲେ , ଯେପର୍ଯ୍ୟନ୍ତ ଅନ୍ୟ ଯାତ୍ରୀମାନେ ତାଙ୍କୁ ତାଙ୍କ ସିଟ୍ ପାଖକୁ ଯିବା ପାଇଁ କହି ନଥିଲେ।ଗତବର୍ଷ ନଭେମ୍ବର ୨୬ରେ ନ୍ୟୁୟର୍କରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନର ବିଜନେସ୍ କ୍ଲାସ୍ କ୍ୟାବିନ୍‌ରେ ଏହି ଘଟଣା ଘଟିଥିଲା ।

ବିମାନରେ ଜଣେ ମଦ୍ୟପ ଯାତ୍ରୀ ନିକଟରେ ବସିଥିବା ୭୦ ବର୍ଷ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ ।ଏଭଳି କାଣ୍ଡ ଘଟାଇଥିବା ସମ୍ପୃକ୍ତ ଯାତ୍ରୀଙ୍କୁ ନୋ – ଫ୍ଲାଏ ଲିଷ୍ଟରେ ରଖାଯାଇପାରେ ବୋଲି ଜଣାପଡ଼ିଛି । ଏନେଇ ଏୟାରଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି

ମହିଳାଙ୍କ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବାରୁ ଏନେଇ ସେ ଟାଟା ଗୁରୁପ୍ ଚେୟାରମ୍ୟାନ୍ ଏନ୍ . ଚନ୍ଦ୍ରଶେଖରନଙ୍କୁ ଜଣାଇଥିଲେ ଅଭିଯୋଗ ଅନୁସାରେ , ଗତବର୍ଷ ନଭେମ୍ବର ୨୬ରେ ନ୍ୟୁୟର୍କରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନର ବିଜ୍‌ନେସ୍ କ୍ଲାସ୍‌ରେ ଏହି ଘଟଣା ଘଟିଥିଲା ।

ବିମାନ କର୍ମଚାରୀ ସିଟ୍‌କୁ ସାନିଟାଇଜ୍ କରି ସାରିବା ପରେ ବି ମହିଳା ଜଣଙ୍କ ସେଠାରେ ବସିବାକୁ ରାଜି ନହେବାରୁ ତାଙ୍କୁ କ୍ରିୟୁ ସିଟ୍‌ରେ ବସିବାକୁ କୁହାଯାଇଥିଲା ।ତେବେ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ବିଜନେସ କ୍ଲାସ୍ କ୍ୟାବିନ୍‌ରେ ସିଟ୍ ଫାଙ୍କା ଥିଲେ ମଧ୍ୟ ତାଙ୍କୁ ସେଠାରେ ବସିବାକୁ ଅନୁମତି ମିଳିନଥିଲା। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏୟାର ଇଣ୍ଡିଆକୁ ରିପୋର୍ଟ ଦିଆଯାଇଛି।

Leave A Reply

Your email address will not be published.