ବିବାହ କୁ ବର୍ଷେ ବି ପୂରିନାହିଁ,ହେଲେ ସ୍ତ୍ରୀ ତା’ର ପ୍ରେମିକ ସହ ମିଶି ମା-ରିଦେଲା ସ୍ବାମୀକୁ।

0

Get real time updates directly on you device, subscribe now.

ସ୍ବାମୀ ଏବଂ ସ୍ତ୍ରୀ ର ସ-ମ୍ପର୍କ ଏକ ପବିତ୍ର ସମ୍ପର୍କ।ଏହି ସମ୍ପର୍କକୁ ଗଢ଼ିବା ପାଇଁ ଗୋଟେ ପୁରୁଷ ଏବଂ ମହିଳାକୁ ବହୁତ ପବିତ୍ର ବିଧି ଦେଇ ଗତି କରିବାକୁ ପଡେ।ଅଗ୍ନିକୁ ସାକ୍ଷୀ ରଖି ସେମାନେ ଏହି ସ୍ବାମୀ-ସ୍ତ୍ରୀ ବନ୍ଧନରେ ବାନ୍ଧି ହୋଇଥାନ୍ତି।

ଆଜି କାଲି କିଛି ସ୍ବାମୀ ଏବଂ କିଛି ସ୍ତ୍ରୀଙ୍କର କୁକାମ ଯୋଗୁଁ ଏହି ପବିତ୍ର ସମ୍ପର୍କ କଳୁ-ଷିତ ହେଉଛି।ଏମିତି ଏକ ଘ-ଟଣା ଘଟିଛି ଗଞ୍ଜାମ ଜିଲ୍ଲାର ନୂଆଗାଁ ଥା-ନା ଦେଖାଳୀ ଏବଂ ବୋମକେଇ ମଧ୍ୟରେ ଘର କରିଥିବା ଲକ୍ଷ୍ମୀ ବେହେରାଙ୍କ ପରିବାରରେ।

ଯେଉଁଠି ସେହି ପରିବାର ର ବୋହୂ ଅସ୍ମିତା ଏବଂ ତା’ର ପ୍ରେମିକ ଶଙ୍କର ମିଶି କରିଦେଇଛନ୍ତି ସେହି ପରିବାର ପୁଅ ତଥା ଅସ୍ମିତା ର ସ୍ବାମୀ କୃଷ୍ଣଙ୍କୁ।କୃଷ୍ଣ ଏହି ବର୍ଷ ଫେବୃଆରୀରେ ଦିଗପହଣ୍ଡି ବ୍ଲକ୍ ପନୋଡ଼ା ଗ୍ରାମର ସନ୍ତୋଷ ଡାକୁଆଙ୍କ ଝିଅ ଅସ୍ମିତା କୁ ବିବାହ କରିଥିଲେ।

ହେଲେ ସେ ଜାଣିନଥିଲେ ଯେ ଅସ୍ମିତା କଲେଜ ପଢ଼ିବା ସମୟରୁ ଖମାରୀ ଗ୍ରାମର ଶଙ୍କର ନାମକ ଏକ ପୁଅ ସହ ପ୍ରେମ ସ-ମ୍ପର୍କ ଗଢି ଉଠିଥିଲା।ତେବେ ବିବାହ ପରେ ମଧ୍ୟ ଶଙ୍କର ଅସ୍ମିତାଙ୍କ ସହ ଫୋନରେ କଥା ହେବା ଏବଂ ତାଙ୍କ ଘରକୁ ଆସିବାକୁ ନେଇ କୃଷ୍ଣ ଏବଂ ଅସ୍ମିତାଙ୍କ ମଧ୍ୟରେ ଝ-ଗଡ଼ା ହେଉଥିଲା।

ତେବେ କୃଷ୍ଣଙ୍କ ମାଆଙ୍କ କହିବା ଅନୁଯାୟୀ ୧୯ ତାରିଖ ଦିନ ସେ ସକାଳୁ ଘରୁ କୁଆଡେ ଯାଇଥିଲେ।ତାପରେ ସନ୍ଧ୍ୟାରେ ସେ ଘରକୁ ଆସିବାପରେ ବୋହୂ ଅସ୍ମିତା କହିଥିଲା ଯେ କୃଷ୍ଣ କୁଆଡେ ପଳେଇ ଯାଇଛନ୍ତି।ସେହି ସମୟରେ ଘରେ ର-କ୍ତ ପଡ଼ିଥିଲା ଏବଂ ଅସ୍ମିତା ଙ୍କ ହାତ ରେ କଟାଦାଗ ଥିଲା।

ଏହି ବିଷୟରେ ପଚାରିବାରୁ ଅସ୍ମିତା ବିଭିନ୍ନ ବାହାନା କରିଥିଲେ।ପରେ କୃଷ୍ଣ ନମିଳିବାରୁ ଥା-ନାରେ ଏ-ତଲା ଦିଆଯାଇଥିଲା।କୃଷ୍ଣ ନି-ଖୋଜ ହେବାର ୧୦ ଦିନରେ ଗଜପତି ଜିଲ୍ଲା ଆର୍ ଉଦୟଗିରି ଥା-ନା ଲାଞ୍ଜା ନିକଟରେ ଏକ କେନାଲରୁ ବୁରାରେ ହାତ ଗୋଡ଼ ବନ୍ଧା ହୋଇଥିବା ଏକ ଶ-ବ ମିଳିଥିଲା।

କୃଷ୍ଣ ର ପରିବାର ଲୋକ ଯାଇ ତାହା କୃଷ୍ଣଙ୍କ ମୃ-ତଦେହ ବୋଲି ଚିହ୍ନଟ କରିଥିଲେ।ପରେ ଅସ୍ମିତା ଏବଂ ତା’ର ପ୍ରେମିକ ଶଙ୍କର ର ସୁଚିନ୍ତିତ ଯୋଜନା ସମସ୍ତଙ୍କ ସାମ୍ନା କୁ ଆସିଥିଲା।କୃଷ୍ଣ ର ଘରେ ହିଁ ତାଙ୍କୁ ଛୁରା ମା-ଡ଼ କରି ତାଙ୍କୁ ମା-ରିଦେଇଛନ୍ତି ଏହି ଦୁଇଜଣ।

ଏବେ ପୋଲିସ୍ ଏହି ଦୁଇ ଅଭି-ଯୁକ୍ତଙ୍କୁ ଗି-ରଫ କରି ଥା-ନାକୁ ନେଇଛି।ଏହି କଥା ରେ ପ୍ରେମିକ ଶଙ୍କର ଆହୁରି କହିଛି ଯେ ପ୍ରେମରେ ଏମିତି ହୁଏ ବୋଲି।ତେବେ କୃଷ୍ଣ ଙ୍କ ପରିବାର ଲୋକ ନ୍ୟା-ୟ ପାଇଁ ଦାବି କରିଛନ୍ତି।

Leave A Reply

Your email address will not be published.