2023 ରେ ଭାରତ ନିଜର ପ୍ରଥମ ମ୍ୟାଚ ଶ୍ରୀଲଙ୍କା ସହିତ ଖେଳିବାକୁ ଯାଉଛି। ଏହି t20 କେବେ ହେବ ଓ କେତେବେଳେ ଏହି ମ୍ୟାଚ ହେବ ଏବଂ କେଉଁ ଚ୍ୟାନେଲରେ ଆପଣ ଏହାକୁ ଦେଖିପାରିବେ, ଏହିସବୁ ଡ଼ିଟେଲସ ଆପଣଙ୍କ ସହିତ ଏହି ଆର୍ଟିକଲ ମଧ୍ୟରେ ଶେୟର କରାଯାଇଛି। ଆସନ୍ତୁ ସେସବୁ ଜାଣିବା।
ଭାରତ ଓ ଶ୍ରୀଲଙ୍କା ଏବେ ନିଜର ସ୍କ୍ୱାଡ ଘୋଷଣା କରିନାହାଁନ୍ତି। ବିସିସିଆଇ ଆଜି ଶ୍ରୀଲଙ୍କା ବିପକ୍ଷରେ t20 ସହିତ ଦିନିକିଆ ସ୍କ୍ୱାର୍ଡକୁ ନେଇ ଘୋଷଣା କରିବ। ଲୋକେଶ ରାହୁଲ ଏହି ସିରିଜରୁ ବାହାରିବେ କାରଣ ସେ ନିଜ ବିବାହ ପାଇଁ ଛୁଟି ମାଗିଛନ୍ତି। ସେହିପରି କୁହାଯାଉଛି ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦିକ ପାଣ୍ଡ୍ୟା t20 ଦଳର ଅଧିନାୟକତା ସମ୍ଭାଳିବେ।
ସମ୍ଭାବିତ ଭାରତୀୟ ଦଳ:-
ହାର୍ଦିକ ପାଣ୍ଡ୍ୟା, ବିରାଟ କୋହଲି, ଇଶାନ କିଶାନ, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର,ସଞ୍ଜୁ ସାମସନ,ଦୀପକ ହୁଡ଼ା, ଉମରାନ ମଲ୍ଲିକ, ୟୁଜବେନ୍ଦ୍ର ଚହଲ, କୂଳଦୀପ ଯାଦବ, ୱାଶିଂଟନ ସୁନ୍ଦର, ହର୍ଷଲ ପଟେଲ, ଅର୍ସଦୀପ ସିଂହ, ମହମ୍ମଦ ସିରାଜ।
ଶ୍ରୀଲଙ୍କା:-
ପଥିମ ନିଶଙ୍କା, କୁଶାଲ ମେଣ୍ଡିସ, ଧନଞ୍ଜୟ ଡ଼ି ସିଲଭା, ଚରିତ ଅସଲଙ୍କା, ଦସୁନ ସନାକା, ଭାନୁକା ରାଜପକ୍ଷ, ଆସେନ ବଣ୍ଡାର, ସଦିରା ସମରବିକ୍ରମା, ୱାନିନ୍ଦୁ ହସରଙ୍ଗା, ମହୀଶ ତୀକ୍ଷ୍ୟଣା, ଲାହିରୁ କୁମାର, ପ୍ରମୋଦ ମଧୁସନ, ଦିଲଶାନ ମଦସଂକା, ନୁବାନ ତୁଷାର, ଚମିକା କରୁଣାରତ୍ନ, ଆବିଷ୍କା ଫରନାଣ୍ଡୋ।
ଏହି ତିନିମ୍ୟାଚ ବିଶିଷ୍ଟ t20 ସିରିଜର ପ୍ରଥମ ମ୍ୟାଚ ଜାନୁଆରୀ3 ତାରିଖ 2023ରେ ଆରମ୍ଭ ହେବ।
ଟସ ପଡ଼ିବ କେତେବେଳେ:-
ଦୁଇ ଦଳର ଅଧିନାୟକ 6:30 ମିନିଟରେ ପଡ଼ିଆରେ ଉପସ୍ଥିତ ହେବେ ଓ ଏହି ସମୟରେ ହିଁ ଟସ ପଡ଼ିବ। ସନ୍ଧ୍ୟା 7 ଘଟିକା ସମୟରେ ମ୍ୟାଚ ଆରମ୍ଭ ହୋଇଯିବ।
କେଉଁଠାରେ ଖେଳାହେବ:-
ମ୍ୟାଚ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ।
ଲାଇଭ ପ୍ରସାରଣ:-
ଆପଣ ଯଦି ଟିଭି ରେ ଦେଖୁଛନ୍ତି ତାହେଲେ ଆପଣ ଷ୍ଟାର ସ୍ପୋର୍ଟସରେ ଖେଳ ଦେଖିପାରିବେ। ଏହାବ୍ୟତୀତ ଡ଼ିଜନୀ ପ୍ଲସ ହଟଷ୍ଟାରରେ ଆପଣ ଖେଳ ଦେଖିପାରିବେ। ଜିଓ ଆପରେ ମଧ୍ୟ ଆପଣ ଲାଇଭ ଷ୍ଟ୍ରିମିଙ୍ଗର ଆନନ୍ଦ ଉଠାଇପାରିବେ।