କୁକୁଡ଼ା ହେଲେ ଗିରଫ । କୁକୁଡ଼ା ଲଢ଼େଇ ଚାଲିଥିବା ବେଳେ ପୋଲିସ୍ କଲା ଚଢ଼ାଉ । ଭୁଲ୍ କଲା ମଣିଷ ଆଉ ୪ ଦିନ ହେଲା ଥାନାରେ ଅଟକ ଅଛନ୍ତି ୪ କୁକୁଡ଼ା।

0

Get real time updates directly on you device, subscribe now.

ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ଆଶ୍ଚର୍ୟ୍ଯ କରିଦେବା ଭଳିଆ ଖବର ସମ୍ନାକୁ ଆସିଛି ତାହା ହେଲା ଥାନାରେ ଅଟକ ଅଛନ୍ତି କୁକୁଡ଼ା । ୪ ଦିନ ହେଲାଣି ୪ଟି କୁକୁଡ଼ା ଅଟକ ରହିଥିବା ବେଳେ ସେମାନଙ୍କ ତଦାରଖ କରୁଛି ନିଜେ ପୋଲିସ ।

ମାଲିକଙ୍କ ଭୁଲ ପାଇଁ ଆଜି ସଜା କାଟୁଛି କୁକୁଡ଼ା । ହଁ ଆଜ୍ଞା ଦର୍ଶକବନ୍ଧୁ ଶୀର୍ଷକ ପଢି କଥାଟି ଗ୍ରହଣଯୋଗ୍ୟ ହେଉ ନଥିଲେ ମଧ୍ୟ ଏହା ସତ୍ୟ ଘଟଣା । ଏହା କୌଣସି ତଥ୍ୟ ବିହୀନ ବା କୌତୁକିଆ ଖବର ମାଧ୍ୟମରେ ଦର୍ଶକଙ୍କୁ ଭ୍ରମିତ କରିବା ଉଦ୍ଦେଶ୍ୟରେ ନୁହେଁ ବରଂ ସତ ଘଟଣା ଉପରେ ଆଧାରିତ ।

ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନାରେ । ମିଳିଥିବା ସୂଚନା ଅନୁସାରେ, ୪ଦିନ ହେଲାଣି ୪ଟି କୁକୁଡ଼ା ଥାନାରେ ଅଟକ l କୁକୁଡ଼ା ଲଢେଇ ପ୍ରମାଣିତ ହେଲେ ୫ହଜାର ଟଙ୍କା ଫାଇନ ହେବ l

ହେଲେ ପୋଲିସ ଏହି ମାମଲାରେ ୫ ହଜାର ଟଙ୍କା ଖର୍ଚ୍ଚ କଲାଣି । ପୋଲିସ ପ୍ରମାଣ ପାଇଁ ଗତ ୪ଦିନ ଧରି ୪କୁକୁଡ଼ାଙ୍କୁ ଥାନାରେ ଅଟକ ରଖି ଖାଇବା ପିଇବା ଦେଇ ମେଡିକାଲ ଟ୍ରିଟମେଣ୍ଟ କରୁଛି ।

ତେବେ ଗତ ଡିସେମ୍ବର ୨୫ ବଡ ଦିନରେ ସିମୁଳିଆ ଥାନା ମୁରୁଣା ବଜାରରେ ଚାଲିଥିଲା କୁକୁଡ଼ା ଲଢେଇ, ଉଡୁଥିଲା ଟଙ୍କା । ହେଲେ ଅଚାନକ ଜୁଆ ଆଡା ଓ କୁକୁଡ଼ା ଲଢେଇ ଉପରେ ପୋଲିସ ଚଢ଼ାଉ କରି ୪ କୁକୁଡାଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଶୁ ଡାକ୍ତରଖାନାରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛି।ଅନ୍ୟପଟେ ପୋଲିସ ପଶୁ ଡାକ୍ତରଖାନାରେ କୁକୁଡ଼ାଙ୍କର ଗୋଡ ସହ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି ଆଉ ଜାଣିବାକୁ ଚାହୁଁଛି ସେମାନଙ୍କ ଗୋଡରେ ଛୁରୀ ବନ୍ଧା ଯାଇଥିଲା କି ।

ଯାହା ଫଳରେ ଜଣା ପଡିବ କୁକୁଡ଼ା ଗୁଡିକ ଲଢେଇ କରୁଥିଲେ କି ନାହିଁ l ସବୁଠାରୁ ମଜାଦାର ଘଟଣା ହେଉଛି କି ପୋଲିସ ଏସବୁ ମାମଲାରେ ୫ ହଜାର ଟଙ୍କା ଓଲଟା ଖର୍ଚ୍ଚ କରି ସାରିଲାଣି ।

ଏହି ଘଟଣାରେ ୪ ଯୁବକଙ୍କୁ ଅଟକ ରଖିବା ସହ ଚାରି କୁକୁଡ଼ାଙ୍କୁ ଉଦ୍ଧାର କରି ୩୪୧/୨୨ରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଏଥିସହ ପୋଲିସ ଚାରି ଜଣ ଯୁବକଙ୍କୁ ନୋଟିସ ଦେଇ ଛାଡି ଦେଇଥିବା ବେଳେ କୁକୁଡାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଆଉ କୁକୁଡ଼ା ଗିରଫ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଅଜବ ବାତାବରଣ ଦେଖିବାକୁ ମିଳିଛି ।

Leave A Reply

Your email address will not be published.