ଆମ ଯୋଡ଼ି ହିଟ୍ ହେବ, ତୁମେ ରାଗିବନି କହିଲେ ରାନୀ ପଣ୍ଡା।

0

Get real time updates directly on you device, subscribe now.

ଅନୁଭବ ଓ ରାଣୀ । ମଝିରେ ହାର୍ଟ ଇମୋଜି ଦେଇ ସୁପରଷ୍ଟାର ଅନୁଭବଙ୍କ ସହ ନିଜ ନାମ ଲେଖିଲେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା । ଇନଷ୍ଟାଗ୍ରାମରେ ଅନୁଭବଙ୍କ ପ୍ରତି ନିଜ ସ୍ନେହ ପ୍ରଦର୍ଶନ କଲେ ରାଣୀ ।

ସବୁବେଳେ ନିଜ ବୟାନ ଯୋଗୁଁ ଚର୍ଚ୍ଚାରେ ଥିବା ରାଣୀ ପଣ୍ଡା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ରାଣୀ ପଣ୍ଡା ଜଣେ ପ୍ରସିଦ୍ଧ ଅଭିନେତାଙ୍କୁ ନିଜ ଆଡୁ ବିବାହ ପ୍ରସ୍ତାବ ଦେଇଛନ୍ତି । ନିଜ ସୋସିଆଲ ମିଡିଆରେ ନିଜ ପ୍ରେମ ପ୍ରକାଶ କରିଛନ୍ତି ରାଣୀ । ଅନୁଭବ ଓ ନିଜର ଏକ ଫଟୋ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି ଅନୁଭବ ଓ ରାଣୀ ପଣ୍ଡା । ତଳେ ଲେଖିଛନ୍ତି ଦେହକୁ ନେବେନି ।

ବହୁତ ଲୋକ ଏହାକୁ ପସନ୍ଦ ମଧ୍ୟ ପସନ୍ଦ କରିଛନ୍ତି । ନିକଟରେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ନିଜ ଜନ୍ମଦିନ ପାଳନ କରିଥିଲେ । ଡ଼ିଭୋର୍ସ ପରେ ସେ ନିଜର ଜନ୍ମ ଦିନ ଧୁମଧାମରେ ପାଳନ କରିବେ ବୋଲି ଏକ ଭିଡ଼ିଓ ଜରିଆରେ କହିଥିଲେ ।

ଏହା ପରେ ରାଣୀ ପଣ୍ଡାଙ୍କ ପ୍ରତିକ୍ରିୟା ଆସିଛି। ରାଣୀ ଏକ ଭିଡ଼ିଓରେ ସିଧାସଳଖ ଅନୁଭବଙ୍କ ଉଦ୍ଦେଶ୍ୟରେ କିଛି କହୁଛନ୍ତି । ଡିଭୋର୍ସ ପରେ ମୋତେ ବିବାହ କର ବୋଲି ଭିଡ଼ିଓରେ ରାଣୀ କହୁଛନ୍ତି । ମୁଁ ଭଲ ଭାବରେ ତମର ଜନ୍ମଦିନ ପାଳନ କରିବି ବୋଲି କହିଛନ୍ତି ରାଣୀ ।

ବିବାହ ପରେ ଅନୁଭବଙ୍କ ସହ ଜବରଦସ୍ତ ଜନ୍ମଦିନ ପାଳିବେ ବୋଲି ରାଣୀ ମନେ ମନେ ସ୍ଥିର କରିଛନ୍ତି । ଅନୁଭବଙ୍କ ଜନ୍ମଦିନ ବାବଦରେ ଜାଣି ନଥିବାରୁ ଦୁଃଖ ପ୍ରକାଶ କରିଥିଲେ ରାଣୀ ପଣ୍ଡା । ଜନ୍ମଦିନ ପରଦିନ ସେ ଶୁଭେଚ୍ଛା ଜଣାଇଥଲେ ।

ଅନୁଭବଙ୍କ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସହ ଭଗବାନଙ୍କ ପାଖରେ ଆଶିଷ କାମନା କରିଥିଲେ ରାଣୀ । ପ୍ରସ୍ତାବ ଦେବା ବେଳେ ରାଣୀ ବେଶ ଖୁସି ଥିବାର ନଜର ଆସୁଥିଲେ । ସୂଚନାଯୋଗ୍ୟ ଯେ ଅନୁଭବ ଗତକାଲି ଭିଡ଼ିଓ ଜରିଆରେ ‘ଆଜି ମୋର ଜନ୍ମଦିନ ପାଇଁ ଶୁଭେଚ୍ଛା ଦେଉଥିବା ମୋ ଫ୍ୟାନ୍ସଙ୍କୁ ଅନେକ ଅନେକ ଧନ୍ୟବାଦ ।

କିଛି ଅସୁବିଧା ପାଇଁ ମୁଁ ଏବର୍ଷ ଜନ୍ମଦିନ ସେଲିବ୍ରେଟ କରିବିନାହିଁ । ଯଦି ଆପଣମାନେ ମୋ ଜନ୍ମଦିନ ସେଲିବ୍ରେଟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଆଖପାଖରେ ଥିବା ଗରିବ ଲୋକଙ୍କ ସହ ସେଲିବ୍ରେଟ କରନ୍ତୁ। ଗତ ସାଢ଼େ ତିନି ବର୍ଷ ହେଲାଣି ମୁଁ ମରି ମରି ବଞ୍ଚୁଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଯେବେ ମତେ ଡିଭୋର୍ସ ମିଳିବ ସେହିଦିନ ମୁଁ ନୂଆ ଜନ୍ମ ପାଇବି ଆଉ ସେହିଦିନ ଆପଣଙ୍କ ସହ ଧୁମଧାମରେ ଜନ୍ମଦିନ ପାଳନ କରିବି । ଧନ୍ୟବାଦ, ଜୟ ଜଗନ୍ନାଥ’ ବୋଲି କହିଥିଲେ ।

Leave A Reply

Your email address will not be published.